କୁନାଲଙ୍କ ଉପରେ ରାଗିଗଲେ ପତ୍ନୀ ସୋହା, ମାରି ମାରି କଲେ ରକ୍ତାକ୍ତ

ମୁମ୍ବାଇ: ଅଭିନେତା କୁନାଲ ଖେମୁଙ୍କ ଉପରେ ରାଗିଗଲେ ତାଙ୍କ ପତ୍ନୀ ସୋହା ଅଲ୍ଲି ଖାନ୍‌। ମାରି ମାରି ତାଙ୍କ ଚେହେରା ବିଗାଡି ଦେଲେ। ତାଙ୍କୁ ଗଲେ ରକ୍ତାକ୍ତ। ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯହାକୁ ଦେଖି ସମସ୍ତେ ଚକିତ ହୋଇପଡିଛନ୍ତି। ପ୍ରକୃତରେ ପଟୌଦି ବଂଶର ଜ୍ୱାଇଁ କୁନାଲ ଖେମୁ। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିଜ ଝିଅ ଏବଂ ପତ୍ନୀ ସୋହା ଅଲ୍ଲି ଖାନ୍‌ଙ୍କ ସହ ପ୍ରାୟତଃ ସେ ଫଟୋ ଶେଆର କରନ୍ତି। ଭିଡିଓ […]

Kunal and Soha

Madhupriya Mistry
  • Published: Thursday, 28 April 2022
  • , Updated: 28 April 2022, 03:09 PM IST

ମୁମ୍ବାଇ: ଅଭିନେତା କୁନାଲ ଖେମୁଙ୍କ ଉପରେ ରାଗିଗଲେ ତାଙ୍କ ପତ୍ନୀ ସୋହା ଅଲ୍ଲି ଖାନ୍‌। ମାରି ମାରି ତାଙ୍କ ଚେହେରା ବିଗାଡି ଦେଲେ। ତାଙ୍କୁ ଗଲେ ରକ୍ତାକ୍ତ। ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯହାକୁ ଦେଖି ସମସ୍ତେ ଚକିତ ହୋଇପଡିଛନ୍ତି।

ପ୍ରକୃତରେ ପଟୌଦି ବଂଶର ଜ୍ୱାଇଁ କୁନାଲ ଖେମୁ। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିଜ ଝିଅ ଏବଂ ପତ୍ନୀ ସୋହା ଅଲ୍ଲି ଖାନ୍‌ଙ୍କ ସହ ପ୍ରାୟତଃ ସେ ଫଟୋ ଶେଆର କରନ୍ତି। ଭିଡିଓ ମଧ୍ୟ ଅପ୍‌ଲୋଡ୍‌ କରନ୍ତି। ନିକଟରେ ସେ ଏକ ଏଭଳି ଭିଡିଓ ଶେଆର କରିଛନ୍ତି ଯାହାକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି।

ସୋହା ଅଲ୍ଲି ଖାନ୍‌ ସ୍ୱାମୀ କୁନାଲଙ୍କ ଉପରେ ରାଗି ଯାଇଛନ୍ତି। ସେ ରାଗରେ ଲାଲ ହୋଇ ତାଙ୍କୁ ମାରିଛନ୍ତି ମାଡ। ମାରି ମାରି କୁନାଲଙ୍କୁ ରକ୍ତାକ୍ତ କରିଦେଇଛନ୍ତି ସୋହା। ଯାହାର ଭିଡିଓକୁ ଖୋଦ୍‌ କୁନାଲ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଭିଡିଓରେ କୁନାଲ ଖେମୁ ଶୋଇଛନ୍ତି, କିନ୍ତୁ ଆଖି ଖୋଲିବା ମାତ୍ରେ ତାଙ୍କ ପତ୍ନୀ ସୋହା ତାଙ୍କ ସାମ୍ନାରେ ରାଗିକି ଠିଆ ହୋଇଛନ୍ତି। ଏହି ସମୟରେ କୁନାଲ ତୁରନ୍ତ ସୋହାଙ୍କୁ କ୍ଷମା ମାଗିଛନ୍ତି। କିନ୍ତୁ କିଛି ଶୁଣୁ ନାହାନ୍ତି ସୋହା। ତାଙ୍କୁ ହାତ ଉଠାଇ କୁନାଲ୍‌କୁ ମାରୁଛନ୍ତି ଠିକ୍‌ ସେତିକି ବେଳେ ତାଙ୍କ ଫିଲ୍ମର ଏକ ଦୃଶ୍ୟ ଦେକିବାକୁ ମିଳୁଛି। ସେଥିରେ କୁନାଲଙ୍କ ନାକ ଓ ମୁହଁରୁ ରକ୍ତ ବାହାରୁଛି।

ତେବେ ଏହି ଭିଡିଓଟି କେବଳ ଜୋକ୍‌ ପାଇଁ ଥିଲା। ସୋହା କ୍ଷମା କର ଏହା କେବଳ ଥଟ୍ଟା ମଜା ପାଇଁ ଥିଲା ବୋଲି ପରେ କହିଛନ୍ତି। ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କୁନାଲ ଖେମୁ ଲେଖିଛନ୍ତି, ‘ପ୍ରତିଶୋଧ…ବୁଧବାର ସକାଳ ବୋରିଂ ଲାଗୁଥିଲା। ବର୍ତ୍ତମାନ ଏହି ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଫ୍ୟାନ୍ସମାନେ ଏହାକୁ ଦେଖି ଶେୟାର କରିବା ସହ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି।

କେବଳ ଫ୍ୟାନ୍‌ମାନେ ନୁହନ୍ତି ଅନେକ ସେଲେବ୍ରିଟି ମଧ୍ୟ ଏହି ଭିଡିଓରେ ପ୍ରତିକ୍ରିୟା ଦେଇଛନ୍ତି। ରାଜକୁମାର ରାଓ, ପତ୍ରଲେଖା, କରଣ ଜୋହର ସମେନ ଅନେକ ଷ୍ଟାର୍ସ ଏହି ଭିଡିଓକୁ ଦେଖି ନିଜ ହସକୁ ଆଉ କାବୁ କରିପାରି ନାହାନ୍ତି।

 

View this post on Instagram

 

A post shared by Kunal Kemmu (@kunalkemmu)

Related story