ମହମ୍ମଦ ୟୁସୁଫ୍ ଖାନ୍‌ରୁ କାହିଁକି ପାଲଟିଥିଲେ ଦିଲ୍ଲୀପ କୁମାର

ମୁମ୍ବାଇ: ସିଲଭର ସ୍କ୍ରିନ୍‌ର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର। ତାଙ୍କର ରହିଛି ଅନେକ ନାଁ। ଭିନ୍ନ ଭିନ୍ନ ନାଁରେ ସେ ବି-ଟାଉନ୍‌ରେ ପରିଚିତ। କେତେବେଳେ ସଲିମ ତ ପୁଣି କେତେବେଳେ ମୁଗଲ-ଏ-ଆଜମ। ସେହିପରି ସେ ଅନ୍ୟ କେତେଜଣଙ୍କ ପାଇଁ ଥିଲେ ଦେବ। ହେଲେ ବହୁ ନାମଧାରୀ ଦିଲ୍ଲୀପଙ୍କ ପ୍ରକୃତ ନାଁ ଥିଲା ମହମ୍ମଦ ୟୁସୁଫ ଖାନ। ଦିଲ୍ଲୀପଙ୍କ ଜନ୍ମ ୧୯୨୨ ଡିସେମ୍ବର ୧୧ ବ୍ରିଟିଶ ଇଣ୍ଡିଆର ପେଶାୱରରେ(ଏବେ ପାକିସ୍ତାନରେ ଅବସ୍ଥିତ) ହୋଇଥିଲା । ଦିଲ୍ଲୀପଙ୍କ ବାପା ଲାଲା […]

dillip

Madhupriya Mistry
  • Published: Wednesday, 07 July 2021
  • , Updated: 07 July 2021, 05:04 PM IST

ମୁମ୍ବାଇ: ସିଲଭର ସ୍କ୍ରିନ୍‌ର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର। ତାଙ୍କର ରହିଛି ଅନେକ ନାଁ। ଭିନ୍ନ ଭିନ୍ନ ନାଁରେ ସେ ବି-ଟାଉନ୍‌ରେ ପରିଚିତ। କେତେବେଳେ ସଲିମ ତ ପୁଣି କେତେବେଳେ ମୁଗଲ-ଏ-ଆଜମ। ସେହିପରି ସେ ଅନ୍ୟ କେତେଜଣଙ୍କ ପାଇଁ ଥିଲେ ଦେବ। ହେଲେ ବହୁ ନାମଧାରୀ ଦିଲ୍ଲୀପଙ୍କ ପ୍ରକୃତ ନାଁ ଥିଲା ମହମ୍ମଦ ୟୁସୁଫ ଖାନ।

ଦିଲ୍ଲୀପଙ୍କ ଜନ୍ମ ୧୯୨୨ ଡିସେମ୍ବର ୧୧ ବ୍ରିଟିଶ ଇଣ୍ଡିଆର ପେଶାୱରରେ(ଏବେ ପାକିସ୍ତାନରେ ଅବସ୍ଥିତ) ହୋଇଥିଲା । ଦିଲ୍ଲୀପଙ୍କ ବାପା ଲାଲା ଗୁଲାମ ସରୱର ଖାନ୍ ଏବଂ ମା’ ଆଇସା ବେଗମ୍ ନିଜ ପୁଅର ନାଁ ସେତେବେଳେ ରଖିଥିଲେ ୟୁସୁଫ ଖାନ୍। ତେବେ ୟୁସୁଫ ଖାନ୍‌ରୁ ସେ କିଭଳି ବନିଲେ ଦିଲ୍ଲୀପ କୁମାର? ସେ ଦିଲ୍ଲୀପ କୁମାର ହେବା ପଛରେ ରହିଛି ଅନେକ ରୋଚକ କାହାଣୀ।

ୟୁସୁଫ ଖାନ ଦିଲୀପ କୁମାର ହେବା ପଛର କାହାଣୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ ସହିତ ଜଡିତ। ଚଳଚ୍ଚିତ୍ର ‘ଜ୍ୱାର ଭଟା' ୧୯୪୪ ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ମାଧ୍ୟମରେ ଭାରତୀୟ ସିନେମାର ପ୍ରଥମ ତାରକା ଅଭିନେତ୍ରୀ ଦେବିକା ରାଣୀ ୟୁସୁଫ ଖାନଙ୍କୁ ଦିଲୀପ କୁମାରଙ୍କ ନାମରେ ପରିଚିତ କରାଇଥିଲେ।

ଦିଲୀପ କୁମାର ତାଙ୍କ ଆତ୍ମଜୀବନୀ ‘Dilip Kumar : The Substance and the Shadow’ରେ ନାଁ ପରିବର୍ତ୍ତନ ହେବା ପଛର କାହାଣୀ ଲେଖିଛନ୍ତି। ଦିଲୀପ ସାହାବ ଲେଖିଛନ୍ତି - ଦେବିକା ମୋତେ କହିଛନ୍ତି - ୟୁସୁଫ, ମୁଁ ତୁମକୁ ଜଣେ ଅଭିନେତା ଭାବରେ ଲଞ୍ଚ କରିବାକୁ ଚିନ୍ତା କରୁଛି । ମୁଁ ଭାବୁଛି ତୁମେ ଯଦି ତୁମର ସ୍କ୍ରିନ୍ ନାମ ବଦଳାଇବ ତେବେ ଭଲ ହେବ । ପରଦାରେ ଦେଖାଯାଉଥିବା ତୁମର ରୋମାଣ୍ଟିକ୍ ଇମେଜ୍ ସହିତ ମୁଁ ଭାବୁଛି ତୁମ ପାଇଁ ଦିଲ୍ଲୀପ କୁମାର ଏକ ଭଲ ନାମ ହେବ । ଆପଣଙ୍କୁ ଏହି ନାମ କିଭଳି ଲାଗୁଛି?

ସେତେବେଳେ ଦିଲ୍ଲୀପ କୁମାରଙ୍କୁ ଦେବିକା ଦେଇଥିବା ନାଁ ଭାରି ପସନ୍ଦ ଆସିଥିଲା। ଏହାପରେ ସେ ଦିଲ୍ଲୀପ କୁମାର ନାଁରେ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲ। ଏହାପରେ ସେ ଦେଖୁଦେଖୁ ସାରା ଦେଶରେ ଦିଲ୍ଲୀପ କୁମାର ଓରଫ ଟ୍ରାଜେଡି କିଙ୍ଗ ନାଁରେ ପ୍ରସିଦ୍ଧ ହୋଇଯାଇଥିଲେ।

ସେହିପରି ୟୁସୁଫ ଖାନ୍‌ରୁ ଦିଲ୍ଲୀପ କୁମାର ହେବା ପଛରେ ରହିଛି ଆଉ ଏକ ରୋଚକ କାହାଣୀ। କୁହାଯାଉଛି ଯେ, ଦିଲ୍ଲୀପ ମାଡକୁ ଭୟ କରୁଥିଲେ। ଏଥିପାଇଁ ମାଡ ଖାଇବାକୁ ଭୟ କରି ସେ ତାଙ୍କ ନାଁ ବଦଳାଇ ଦେଇଥିଲେ। ଏକ ସାକ୍ଷାତକାରରେ ଦିଲ୍ଲୀପ ନିଜେ ଏହି କଥା ସ୍ୱୀକାର କରିଥିଲେ।

ସେ କହିଥିଲେ ତାଙ୍କ ବାପା ଚଳଚ୍ଚିତ୍ର ବିରୋଧରେ କଠୋର ଥିଲେ। ତାଙ୍କର ଜଣେ ବହୁତ ଭଲ ବନ୍ଧୁ ଥିଲେ, ଯାହାର ନାମ ଥିଲା ଲାଲା ବାନସୀ ନାଥ। ତାଙ୍କ ପୁଅ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ। ତାଙ୍କ ବାପା ପ୍ରାୟତଃ ତାଙ୍କୁ ଅଭିଯୋଗ କରୁଥିଲେ ଯେ ତୁମେ କ’ଣ କରିଛ? ଏଥିପାଇଁ ଯେତେବେଳେ ସେ ଫିଲ୍ମ ଲାଇନ୍‌ରେ ଅସିଥିଲେ ସେତେବେଳେ ତାଙ୍କ ବାପାଙ୍କୁ ଡରି ଏବଂ ତାଙ୍କ ହାତରୁ ମାଡ ଖାଇବାକୁ ଭୟ କରି ନିଜ ନାଁ ବଦଳାଇ ଦେଇଥିଲେ।

ସେହି ସମୟରେ ତାଙ୍କ ଆଗରେ ତିନୋଟି ନାଁ ୟୁସିଫ ଖାନ୍‌, ଦିଲ୍ଲୀପ କୁମାର ଏବଂ ବାସୁଦେ ଚୟନ କରିବା ପାଇଁ ରଖାଯାଇଥିଲା। କିନ୍ତୁ ଏ ତିନୋଟି ଭିତରୁ ଦିଲ୍ଲୀପ କହିଥିଲେ ଆପଣଙ୍କୁ ଯାହା ଠିକ୍ ଲାଗିବ ତାହା ରଖି ଦିଅନ୍ତୁ। ଏକ ମାସ ପରେ ଯେତେବେଳେ ଖବର କାଗଜରେ ତାଙ୍କର ଷ୍ଟୋରୀ ଛପି ଥିଲା ସେତେବେଳେ ତାଙ୍କୁ ଦିଲ୍ଲୀପ କୁମାର ନାଁ ଦିଆଯାଇଥିବା ନେଇ ସେ ଜାଣିଥିଲେ।

Related story