ଖୋଲୁଛି ରାଜ କୁନ୍ଦ୍ରାଙ୍କ ପାପର ପେଡ଼ି, ୟୁଟ୍ୟୁବର ଆଣିଲେ ଅଭିଯୋଗ

ମୁମ୍ବାଇ: ଅଶ୍ଲିଳ ଫିଲ୍ମ ନିର୍ମାଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ୨୩ ତାରିଖ ଯାଏଁ ତାଙ୍କୁ ପୁଲିସ ହେପାଜତରେ ରଖାଯାଇଛି । ଏଭଳି ସ୍ଥିତିରେ ଖୋଲିବାରେ ଲାଗିଛି କୁନ୍ଦ୍ରାଙ୍କ ପାପର ପେଢି । ରାଜ କୁନ୍ଦ୍ରାଙ୍କ ବିରୋଧରେ ସାମ୍ନାକୁ ଆସିଛନ୍ତି ୟୁଟ୍ୟୁବର ପୁନିତ କୌର । ମଡେଲ ପରେ ୟୁଟ୍ୟୁବର । ଗିରଫ ରାଜ କୁନ୍ଦ୍ରାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ସହ ତାଙ୍କର ପୋଲ […]

Youtuber Pumeet and RajKundra

Madhupriya Mistry
  • Published: Wednesday, 21 July 2021
  • , Updated: 21 July 2021, 06:48 PM IST

ମୁମ୍ବାଇ: ଅଶ୍ଲିଳ ଫିଲ୍ମ ନିର୍ମାଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ୨୩ ତାରିଖ ଯାଏଁ ତାଙ୍କୁ ପୁଲିସ ହେପାଜତରେ ରଖାଯାଇଛି । ଏଭଳି ସ୍ଥିତିରେ ଖୋଲିବାରେ ଲାଗିଛି କୁନ୍ଦ୍ରାଙ୍କ ପାପର ପେଢି । ରାଜ କୁନ୍ଦ୍ରାଙ୍କ ବିରୋଧରେ ସାମ୍ନାକୁ ଆସିଛନ୍ତି ୟୁଟ୍ୟୁବର ପୁନିତ କୌର ।

ମଡେଲ ପରେ ୟୁଟ୍ୟୁବର । ଗିରଫ ରାଜ କୁନ୍ଦ୍ରାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ସହ ତାଙ୍କର ପୋଲ ଖୋଲ କରିଦେଇଛନ୍ତି ୟୁଟ୍ୟୁବର ପୁନୀତ କୌର । ସେ କହିଛନ୍ତି, ରାଜ କୁନ୍ଦ୍ରା ନିଜ ଆପ୍ ହଟସଟ୍ ପାଇଁ ତାଙ୍କୁ ସିଧାସଳଖ ମେସେଜ୍ କରିଥିଲେ । ଇନଷ୍ଟା ଷ୍ଟୋରୀରେ ପୁନୀତ ଲେଖିଛନ୍ତି, ବ୍ରୋ ତୁମକୁ କ’ଣ ସେହି ଭିଡିଓ ମନେ ଅଛି, ଯେଉଁଥିରେ ରାଜ କୁନ୍ଦ୍ରା ନିଜ ଆପ୍ ହଟସଟ୍ ପାଇଁ ମୋ ସହ ସମ୍ପର୍କ କରିଥିଲେ ।

ଦ୍ୱିତୀୟ ପୋଷ୍ଟରେ ପୁନୀତ ରାଜ କୁନ୍ଦ୍ରାଙ୍କ ଉପରେ ଟିପ୍ପଣୀ ଦେଇ ଲେଖିଛନ୍ତି, ସେ ଭାବି ପାରୁନାହାଁନ୍ତି ଯେ, କୁନ୍ଦ୍ରାଙ୍କ ଭଳି ଜଣେ ମଣିଷ ଲୋକଙ୍କ ଭାବନା ସହ ଖେଳୁଥିଲା । ସେତେବେଳେ ତାଙ୍କୁ ଏହା ଏକ ସ୍କାମ ଭଳି ଲାଗିଥିଲା । କାରଣ, ରାଜ କୁନ୍ଦ୍ରା ନିଜେ ତାଙ୍କୁ ସିଧାସଳଖ ମେସେଜ୍ କରିଥିଲେ । ହେ ଭଗବାନ ଏଭଳି ମଣିଷ ଜେଲରେ ହିଁ ରହିବା ଦରକାର ବୋଲି ଲେଖିଛନ୍ତି ପୁନୀତ୍ ।

ପୁନୀତଙ୍କ ପୂର୍ବରୁ ଅଭିନେତ୍ରୀ ସାଗରିକା ସୋନା ସୁମନ ରାଜ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।

Related story