ବାପ ଝିଅଙ୍କ ଯୋଡ଼ି ସେମିତି କମାଲ୍‌ କଲାନି, ଯେମିତି ଭାବିଥିଲେ ଦର୍ଶକ

ବକ୍ସ ଅଫିସ୍‌ରେ ଫିକା ପଡ଼ିଲା 'ଏକ ଲଡକି କୋ ଦେଖା ତୋ ଐସା ଲଗା'

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରିଲିଜ୍ ପରେ ବକ୍ସ ଅଫିସ୍‌ରେ କମାଲ୍‌ କରିପାରିନି ବାପ ଝିଅଙ୍କ ଯୋଡି। ଆମେ କହୁଛୁ ଅନୀଲ କପୁର ଓ ସୋନମ କପୁରଙ୍କ ଅଭିନିତ ଫିଲ୍ମ ‘ଏକ ଲଡକି କୋ ଦେଖା ତୋଐସା ଲଗା’ର କଥା। ପ୍ରଥମ ସପ୍ତାହସରେ ମାତ୍ର ୧୩ କୋଟି ୫୩ ଲକ୍ଷ ଟଙ୍କା ଆୟ କରିଛି ଏହି ଫିଲ୍ମ। ଶୁକ୍ରବାର ୩ କୋଟି ୩୦ ଲକ୍ଷ ଟଙ୍କା, ଶନିବାର ୪ କୋଟି ୬୫ ଲକ୍ଷ ଟଙ୍କା ଏବଂ ରବିବାର ୫ କୋଟି ୫୮ ଲକ୍ଷ ଟଙ୍କା ବକ୍ସ ଅଫିସ୍‌ରୁ କଲେକ୍ସନ ହୋଇଛି। ସୋଶାଲ୍‌ ମିଡିଆରେ କିନ୍ତୁ ଫିଲ୍ମକୁ ଭଲ ରେସପନ୍ସ ମିଳିଛି। ବିଶେଷ କରି ଦର୍ଶକ ଫିଲ୍ମରେ ସୋନମ୍‌ଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି।

ଫିଲ୍ମ ଚଳିତ ସପ୍ତାହରେ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି। ‘ଏକ ଲଡକି କୋ ଦେଖା ତୋ ଐସା ଲଗା’ରେ ରିୟଲ ଲାଇଫର ବାପ-ଝିଅ ଅର୍ଥାତ୍‌ ଅନୀଲ ଓ ସୋନମ ପ୍ରଥମ ଥର ରିଲ୍‌ ଲାଇଫରେ ବାପ-ଝିଅ ଚରିତ୍ରରେ ଅଭିନୟ କରିଥିଲେ। ଏହାସହ ଫିଲ୍ମରେ ଅନୀଲ୍ ଓ ସୋନମଙ୍କ ସହ ନଜର ‌ଆସିଥିଲେ ମୋଷ୍ଟ ଟ୍ୟାଲେଣ୍ଟେଡ ରାଜକୁମାର ରାଓ। ବହୁ ଦିନ ପରେ ବଲିଉଡ୍‌କୁ ବ୍ୟାକ କରିଥିବା ଜୁହି ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।