ଏମାନଙ୍କୁ ବି ହୃଦୟ ଦେଇଥିଲେ ଦୀପିକା

ବଲିଉଡ୍‌ ହେଉ କି ହଲିଉଡ୍‌ ଦୀପିକା ପାଦୁକୋନ୍ ସବୁଠି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜବରଦସ୍ତ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ୧୧ ବର୍ଷ ପୂର୍ବେ ଦୀପିକା ବଲିଉଡର କିଙ୍ଗ୍ ଖାନ୍‌ ଶାହାରୁଖଙ୍କ ସହ ଓମ୍ ଶୀନ୍ତି ଓମ୍ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରୁ ହିଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରିବା ଆରମ୍ଭ କରିଦେଇଥିଲେ। ବର୍ତ୍ତମାନ ଦୀପିକା ବଲିଉଡର ସବୁଠୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। […]

deepika-image

deepika-image

Rakesh Mallick
  • Published: Monday, 15 January 2018
  • Updated: 15 January 2018, 03:32 PM IST

ବଲିଉଡ୍‌ ହେଉ କି ହଲିଉଡ୍‌ ଦୀପିକା ପାଦୁକୋନ୍ ସବୁଠି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜବରଦସ୍ତ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ୧୧ ବର୍ଷ ପୂର୍ବେ ଦୀପିକା ବଲିଉଡର କିଙ୍ଗ୍ ଖାନ୍‌ ଶାହାରୁଖଙ୍କ ସହ ଓମ୍ ଶୀନ୍ତି ଓମ୍ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରୁ ହିଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରିବା ଆରମ୍ଭ କରିଦେଇଥିଲେ। ବର୍ତ୍ତମାନ ଦୀପିକା ବଲିଉଡର ସବୁଠୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଦୀପିକା ନିଜ ଫିଲ୍ମୀ କ୍ୟାରିୟରକୁ ନେଇ ଯେତେ ଚର୍ଚ୍ଚିତ ତାଙ୍କ ଲଭ୍ ଲାଇଫ୍‌କୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ଦୀପିକାଙ୍କ ନାଁ ଅନେକ ଷ୍ଟାରଙ୍କ ସହ ଜୋଡ଼ା ହୋଇସାରିଛି। ବର୍ତ୍ତମାନ୍ ଦୀପିକା ଓ ରଣଭୀର ସିଂହଙ୍କ ପ୍ରେମ କାହାଣୀ ପୁରା ବି-ଟାଉନ୍‌ରେ ପାଲଟିଛି ଚର୍ଚ୍ଚାର ବିଷୟ। ଏବେ ପୁଣି ଦୁଇଜଣ କୁଆଡ଼େ ଚଳିତ ବର୍ଷ ବିବାହ କରିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। କିନ୍ତୁ ଆପଣ ଜାଣନ୍ତି କି ରଣଭୀର ଦୀପିକାଙ୍କ କେତେ ନମ୍ବର ପ୍ରେମୀ? ରଣଭୀରଙ୍କ ପୂର୍ବରୁ ଦୀପିକା ଅନେକଥର ପ୍ରେମରେ ପଡ଼ିସାରିଛନ୍ତି। ସେଥିରେ ବଲିଉଡ୍ ହିରୋଠୁ ଆରମ୍ଭ କରି କ୍ରିକେଟର ଓ ଶିଳ୍ପପତିଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି।  ହେଲେ ସବୁଥର ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏପରିକି ହୃଦୟ ଭାଙ୍ଗିବା କାରଣରୁ ସେ ଡିପ୍ରେଶନର ମଧ୍ୟ ଶିକାର ହୋଇସାରିଛନ୍ତି। ଆସନ୍ତୁ ଜାଣିବା ଦୀପିକାଙ୍କ ହୃଦୟ କେଉଁମାନେ ଭାଙ୍ଗିଥିଲେ।

ନିହାର ପାଣ୍ଡ୍ୟା: ଦୀପିକାଙ୍କ ପ୍ରଥମ ପ୍ରେମ ଥିଲେ ନିହାର ପାଣ୍ଡ୍ୟା। ଏକ ଆକ୍ଟିଂ ସ୍କୁଲରେ ଏମାନଙ୍କର ଭେଟ ହୋଇଥିଲା। ଦୁହେଁ ସେତେବେଳେ ଷ୍ଟ୍ରଗଲ କରୁଥିଲେ। ବହୁ ଲମ୍ବା ସମୟ ପର୍ଯ୍ୟନ୍ତ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ। କୌଣସି କାରଣରୁ ତାଙ୍କର ବ୍ରେକ୍‌ଅପ୍ ହୋଇଯାଇଥିଲା। ନିହାର ଆଜି ଯାଏଁ ଆକ୍ଟିଂରେ ସଫଳ ନ ହୋଇଥିବାବେଳେ , ଦିପୀକା ବଲିଉଡରେ ରାଜ୍ କରୁଛନ୍ତି।

ଉପେନ୍ ପଟେଲ୍: ଶେଷଥର ପାଇଁ ରିଆଲିଟି ଶୋ ବିଗ୍‌ବସ୍‌ ସିଜନ୍ ୮ରେ ନଜର ଆସିଥିବା ଉପେନ୍ ପଟେଲଙ୍କ ସହ ମଧ୍ୟ ଦିପିକାଙ୍କର ପ୍ରେମ ସମ୍ପର୍କ ରହିସାରିଛି। ଏମାନଙ୍କର ଅଫେୟାର ମାତ୍ର କିଛି ଦିନ ଯାଏଁ ହିଁ ଚାଲିଥିଲା। ଏହାପରେ ଦୀପିକାଙ୍କ ଲାଇଫ୍‌ରେ କିଛି କ୍ରିକେଟର ଏଣ୍ଟ୍ରି ମାରିଥିଲେ।

ଯୁବରାଜ ସିଂହ: କ୍ରିକେଟରମାନଙ୍କ ମଧ୍ୟରୁ ଦୀପିକାଙ୍କ ଲାଇଫରେ ପ୍ରଥମେ ଏଣ୍ଟ୍ରି ମାରିଥିଲେ ଯୁବରାଜ ସିଂହ। ସେତେବେଳେ ଯୁବରାଜ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର କ୍ରିକେଟର ଥିଲେ। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ଖବର ବେଶ୍ ଚର୍ଚ୍ଚା ହେଉଥିଲା। ହେଲେ ଏମାନଙ୍କ କାହାଣୀ ବି ବେଶି ଆଗକୁ ବଢ଼ିପାରିନଥିଲା। ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।

ମହେନ୍ଦ୍ର ସିଂ ଧୋନି: ଦୀପିକାଙ୍କ ଲାଇଫରେ ଆସିଥିବା ପରବର୍ତ୍ତୀ କ୍ରିକେଟର ହେଲେ କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂ ଧୋନି। ସେ ସମୟରେ ସାରା ଦେଶର ମହିଳା ଥାଙ୍କ ପାଇଁ ପାଗଳ ଥିଲେ। ହେଲେ ଧୋନି ଫିଦା ଥିଲେ ଦୀପିକାଙ୍କ ଉପରେ। ଏମାନଙ୍କ ଅଫେୟାର କିନ୍ତୁ ବିଶେଷ ଆଗକୁ ବଢ଼ି ନଥିଲା।

ସିଦ୍ଧାର୍ଥ ମାଲ୍ୟା: ଫେରାର ଉଦ୍ୟୋଗପତି ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙକ ସହ ବି ଦୀପିକାଙ୍କ ନାଁ ଯୋଡ଼ା ହୋଇଥିଲା। କିଛି ଦିନ ଧରି ଦୀପିକା ଓ ସିଦ୍ଧାର୍ଥଙ୍କ ଅଫେୟାର୍‌ର ବିଷୟରେ ଚର୍ଚ୍ଚା ଜୋର ଧରିଥିଲା।

ରଣବୀର କପୁର: ଦିନ ଥିଲା ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଲଭ୍‌ଷ୍ଟୋରୀକୁ ନେଇ ବି’ ଟାଉନ୍‌ ଉଠୁଥିଲା ପଡ଼ୁଥିଲା। ଯେଉଁଠି ଦେଖିବ ଦୁହିଁଙ୍କୁ ନେଇ ଚର୍ଚ୍ଚା। ଏମାନଙ୍କ ଅଫେୟାର ଅନେକ ଦିନ ଚାଲିଥିଲା। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଗଲା। କୁହାଯାଏ ଯେ ରଣବୀରଙ୍କ ସହ ବ୍ରେକଅପ୍ ପରେ ଦୀପିକା ଡିପ୍ରେଶନର ଶିକାର ହୋଇଥିଲେ।

ରନଭୀର ସିଂହ: ବର୍ତ୍ତମାନ ଦୀପିକା ଓ ରନଭୀର ପରସ୍ପରଙ୍କୁ ଡେଟ୍ କରୁଛନ୍ତି। ଦୁହେଁ ନିଜ ପ୍ରେମ ସମ୍ପର୍କକୁ ନେଇ ବେଶ୍ ସିରିୟସ୍ ଅଛନ୍ତି। ଦୁହେଁ ଚଳିତ ବର୍ଷ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos