ପପୁଙ୍କୁ ନେଇ ଏମିତି କିଛି ଲେଖିଲେ ବୁଦ୍ଧାଦିତ୍ୟ, କହିଲେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପପୁଙ୍କ ପାଇଁଓଲିଉଡ୍ ଅନିଦ୍ରା। ଖାଲି ଓଲିଉଡ୍ ଜଗତ ନୁହଁ ପପୁଙ୍କ ଫ୍ୟାନ୍‌ମାନେ ମଧ୍ୟ ଦୁଃଖିତ। ପାନ୍‌କ୍ରିୟାସ ରୋଗରେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ପପୁଙ୍କ ପାଇଁ  ସମସ୍ତେ ପ୍ରାର୍ଥନା କରୁଛନ୍ତି। ପପୁ ଶୀଘ୍ର ଭଲ ହୋଇ ଫେରି ଆସନ୍ତୁ ବୋଲି କାମନା କରୁଛନ୍ତି। ଏହିପରିପ୍ରକ୍ଷୀରେ ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଜ ଫେସବୁକରେ ଏକ ଭାବବିହୂଳ ପ୍ରତିକ୍ରିୟା ରଖିଛନ୍ତି।  ସେ ଲେଖିଛନ୍ତି ଯେ, ପପୁ ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛି। ଆପଣ ଶୀଘ୍ର […]

papu imgg

papu imgg

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପପୁଙ୍କ ପାଇଁଓଲିଉଡ୍ ଅନିଦ୍ରା। ଖାଲି ଓଲିଉଡ୍ ଜଗତ ନୁହଁ ପପୁଙ୍କ ଫ୍ୟାନ୍‌ମାନେ ମଧ୍ୟ ଦୁଃଖିତ। ପାନ୍‌କ୍ରିୟାସ ରୋଗରେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ପପୁଙ୍କ ପାଇଁ  ସମସ୍ତେ ପ୍ରାର୍ଥନା କରୁଛନ୍ତି। ପପୁ ଶୀଘ୍ର ଭଲ ହୋଇ ଫେରି ଆସନ୍ତୁ ବୋଲି କାମନା କରୁଛନ୍ତି। ଏହିପରିପ୍ରକ୍ଷୀରେ ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଜ ଫେସବୁକରେ ଏକ ଭାବବିହୂଳ ପ୍ରତିକ୍ରିୟା ରଖିଛନ୍ତି।  ସେ ଲେଖିଛନ୍ତି ଯେ, ପପୁ ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛି। ଆପଣ ଶୀଘ୍ର ଭଲ ହୋଇଯାଆନ୍ତୁ।

ସୂଚନାଯୋଗ୍ୟ ଯେ, ଅଗ୍ନାଶୟ ବା ପାନ୍‌କ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି ପପୁ । ଗତ କିଛି ଦିନ ତଳେ ସୁଟିଂ ସାରି ଫେରୁଥିବା ସମୟରେ ହଠାତ୍‌ ପପୁଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା। ସେଠାରୁ ପ୍ରଥମେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଗଲା ଏବଂ ଅଧିକ ଚିକିତ୍ସା ପାଇଁ ସେ ଏବେ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଛି। ହଠାତ୍‌ ପପୁଙ୍କ ଅସୁସ୍ଥ ହେବା ଖବର ସିନେପ୍ରେମୀଙ୍କଠୁ ଆରମ୍ଭ କରି ସିନେକଳାକାର ପର୍ଯ୍ୟନ୍ତ ସମସ୍ତକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ସମସ୍ତେ ଏବେ ପପୁଙ୍କର ସୁସ୍ଥତା କାମନା କରୁଛନ୍ତି।

ଏପରି ଏକ କଠିନ ସମୟରେ ଓଲିଉଡ୍‌ ଅଭିନେତା ବୃଦ୍ଧାଦିତ୍ୟ ମହାନ୍ତି ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ପପୁଙ୍କ ନେଇ ଏକ ଭାବପୂର୍ଣ୍ଣ ଲେଖା ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି "ପପୁ ଭାଇ, ମୁଁ ସବୁବେଳେ ତୁମକୁ ଏବଂ ତୁମ କାମକୁ ପ୍ରଶଂସା କରିଛି। ତୁମେ ବହୁ ଗୁଣର ଅଧିକାରୀ। 'ବାଏ ବାଏ ଦୁବାଇ' ଫିଲ୍ମ ସୁଟିଂ ସମୟର ତୁମ ସହ ବହୁତ ଭଲ ସମୟ ବିତାଇଥିଲି। ମୁଁ ତୁମର ଅଭିନୟ ଏବଂ ମଜା କରିବାର ଶୈଳୀ ସେ ସବୁ ମେକଅପ୍‌ ଭ୍ୟାନରେ ଦେଖିଛି। ମୁଁ ତୁମ ପାଇଁ ପ୍ରାର୍ଥନା କରୁଛି।  କିଛି ଗୋଟେ ଚମତ୍କାର ହେବ ବୋଲି ଭାବୁଛି । ତୁମେ ଶୀଘ୍ର ଭଲ ହୋଇଯିବ।"

ସେ ନିଜେ ପ୍ରାର୍ଥନା କରିବା ସହ ଅନ୍ୟ ପ୍ରଶଂସକମାନଙ୍କୁ  ମଧ୍ୟ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos