ବିଏସ୍‌ଏଫ୍‌ ଯବାନଙ୍କ ଏହି ଗୀତ ସୋଶାଲ ମିଡିଆରେ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ମାସ ୧୫ ତାରିଖ ଦିନ ଜାତୀୟ ସେନା ଦିବସ(Natinal army day)ପାଳନ କରାଯାଇଥାଏ। ଯବାନମାନଙ୍କ ବଳିଦାନକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇଥାଏ। ୨୦୧୯ ଆର୍ମି ଦିବସରେ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ରହିଛି ଜେ.ପି. ଦତ୍ତାଙ୍କ ସବୁଠାରୁ ଲୋକପ୍ରିୟ ଫିଲ୍ମ “ବର୍ଡର୍‌”ର ସଙ୍ଗୀତ “ସନ୍ଦେଶେ ଆତେ ହାଁ” । ଏହି ଗୀତକୁ ଗାଇ ଯବାନ୍‌ ଜଣକ ସମସ୍ତଙ୍କ ମନକୁ ଜିତି ପାରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି […]

jawan

Puspanjali Panda
  • Published: Tuesday, 15 January 2019
  • , Updated: 15 January 2019, 01:16 PM IST

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ମାସ ୧୫ ତାରିଖ ଦିନ ଜାତୀୟ ସେନା ଦିବସ(Natinal army day)ପାଳନ କରାଯାଇଥାଏ। ଯବାନମାନଙ୍କ ବଳିଦାନକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇଥାଏ। ୨୦୧୯ ଆର୍ମି ଦିବସରେ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ରହିଛି ଜେ.ପି. ଦତ୍ତାଙ୍କ ସବୁଠାରୁ ଲୋକପ୍ରିୟ ଫିଲ୍ମ “ବର୍ଡର୍‌”ର ସଙ୍ଗୀତ “ସନ୍ଦେଶେ ଆତେ ହାଁ” ।

ଏହି ଗୀତକୁ ଗାଇ ଯବାନ୍‌ ଜଣକ ସମସ୍ତଙ୍କ ମନକୁ ଜିତି ପାରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଯବାନ ଜଣକ କ୍ୟାଣ୍ଟିନ୍‌ରେ ବସି ଗୀତ ଗାଉଛନ୍ତି ଏବଂ ପାଖରେ ଛିଡ଼ା ହୋଇଥିବା ଯବାନ ତାଙ୍କ ଗୀତ ଶୁଣି ତାଳି ମାରୁଛନ୍ତି। ଏହି ଗୀତକୁ ଶୁଣିବା ଆପଣଙ୍କ ଦେହର ରୁମ ମଧ୍ୟ ଟାଙ୍କୁରି ଉଠିବ।

https://youtu.be/Fy7xK7LHPXE

ଅନେକ ୟୁଜର୍‌ ଏହାକୁ ଶେଆର୍‌ କରିବାରେ ଲାଗିଛନ୍ତି।

ସୂଚନାଯୋଗ୍ୟ, ବର୍ଡର୍‌ ଫିଲ୍ମ ୧୯୯୭ ମସିହାରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ୧୯୭୧ରେ ହୋଇଥିବା ଭାରତ ଓ ପାକିସ୍ଥାନ ଯୁଦ୍ଧକୁ ଆଧାର କରି ନିର୍ମାଣ କରାଯାଇଥିଲା। ଯେଉଁ ଯୁଦ୍ଧକୁ ଭାରତ ଜିତିଥିଲା। ବର୍ଡର୍‌ ଫିଲ୍ମରେ ସନି ଦେୱଲ୍‌, ସୁନିଲ୍‌ ସେଟ୍ଟି, ଅକ୍ଷୟ ଖନ୍ନା ଓ ଜ୍ୟାକି ସରାଫ୍‌ ଲିଡ୍‌ ରୋଲ୍‌ରେ ଥିଲେ।

ଫିଲ୍ମଟି ଯବାନମାନଙ୍କ ଜୀବନ ଓ ତାଙ୍କ ପରିବାର ଲୋକଙ୍କ ସଂଘର୍ଷ ଓ ଭାବାବେଗକୁ ନେଇ ନିର୍ମାଣ କରାଯାଇଥିଲା। ଫିଲ୍ମର ଗୀତ ‘ସନ୍ଦେଶେ ଆତେ ହୈ’କୁ ଆପଣ ନିଜ ମୁହଁରେ ଗୁଣୁଗୁଣେଇଥିବେ ନିଶ୍ଚୟ। ଏହି ଗୀତକୁ ଶୁଣିବା ପରେ ଆପଣଙ୍କ ଦେହର ରୁମ ଟାଙ୍କୁରୀ ଉଠିଥିବ। ଜାବେଦ୍‌ ଅଖତର୍‌ଙ୍କ ମର୍ମସ୍ପର୍ଶୀ ଲେଖାକୁ ରୁପ୍‌ କୁମାର ରାଠୋର୍‌ ଓ ସୋନୁ ନିଗମ୍‌ ସେତେବେଳେ ନିଜ କଣ୍ଠରେ ତୋଳି ଧରିଥିଲେ।

ବର୍ଡର୍‌ ଫିଲ୍ମର ଏହି “ସନ୍ଦେଶେ” ଗୀତକୁ ବିଏସ୍‌ଏଫ୍‌ ଜବାନ୍ ଗାଉଥିବାର ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଦୁଇ ମିନିଟ୍‌ର ଏହି ଗୀତଟି ଦ୍ରୁତ ଗତିରେ ଭାଇରାଲ୍‌ ହେବାରେ ଲାଗିଛି। ଟ୍ୱିଟର୍‌ରେ ଭିଡିଓଟି ଭାଇରାଲ୍‌ ହେବା ପୂର୍ବରୁ ୟୁଟ୍ୟୁବ୍‌ରେ ଅପଲୋଡ୍‌ ହୋଇଥିଲା।

Related story