କିୟାରାଙ୍କ ଏହି ଡ୍ରେସ୍‌ର ଦାମ୍‌ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ୱାଇ: ସାହିଦ୍ କପୁର ଓ କିୟାରା ଆଡଭାନୀ ଷ୍ଟାରର ‘କବୀର ସିଂହ’ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଛି। ଏଥିରେ ଦର୍ଶକ  ଉଭୟଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରିଛନ୍ତି। ବକ୍ସ ଅଫିସରେ ଏହା ୨୫୦ କୋଟି ଟଙ୍କାର ବେପାର କରି ସାରିଲାଣି।   ‘କବୀର ସିଂହ’ର ସକ୍‌ସେସ ପାର୍ଟି ମଧ୍ୟ ଖୁବ୍‌ ଧୂମଧୂମରେ ଆୟୋଜିତ ହୋଇଛି। ଏଥିରେ ବଲିଉଡର ବହୁ ସେଲିବ୍ରିଟି ଯୋଗ ଦେଇଥିଲେ। ଏହି ସକ୍‌ସେସ ପାର୍ଟିରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ସାମିଲ ହୋଇଥିଲେ । ସେମାନଙ୍କ […]

bollywood

bollywood

Niharika Rout
  • Published: Sunday, 07 July 2019
  • Updated: 07 July 2019, 02:57 PM IST

Sports

Latest News

ମୁମ୍ୱାଇ: ସାହିଦ୍ କପୁର ଓ କିୟାରା ଆଡଭାନୀ ଷ୍ଟାରର ‘କବୀର ସିଂହ’ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଛି। ଏଥିରେ ଦର୍ଶକ  ଉଭୟଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରିଛନ୍ତି। ବକ୍ସ ଅଫିସରେ ଏହା ୨୫୦ କୋଟି ଟଙ୍କାର ବେପାର କରି ସାରିଲାଣି।   ‘କବୀର ସିଂହ’ର ସକ୍‌ସେସ ପାର୍ଟି ମଧ୍ୟ ଖୁବ୍‌ ଧୂମଧୂମରେ ଆୟୋଜିତ ହୋଇଛି। ଏଥିରେ ବଲିଉଡର ବହୁ ସେଲିବ୍ରିଟି ଯୋଗ ଦେଇଥିଲେ।

ଏହି ସକ୍‌ସେସ ପାର୍ଟିରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ମୁଖ୍ୟ ଆକର୍ଷଣ ଥିଲେ ଫିଲ୍ମର ହିରୋଇନ କିୟାରା।  ଏହି ଫିଲ୍ମ ପରେ କିୟାରା ଏବେ ଯୁବବର୍ଗଙ୍କ ହାର୍ଟଥ୍ରବ୍‌ ପାଲଟି ଯାଇଛନ୍ତି।  ବଲିଉଡରେ ତାଙ୍କ ଡିମାଣ୍ଡ କାହିଁରେ କେତେ।

କିୟାରା ଏହି ପାର୍ଟିକୁ ସିମ୍ପଲ ଡ୍ରେସ୍‌ ସହ ହାଲକା ମେକଅପ୍‌ରେ ଆସିଥିଲେ। କିନ୍ତୁ ସେ ଖୁବ୍‌ ସୁନ୍ଦର ଲାଗୁଥିଲେ। କିୟାରା ଏକ ଚେକ୍‌  ଆଉଟଫିଟ୍‌ରେ ଖୁବ୍‌ ଗର୍ଜସ୍‌ ଲାଗୁଥିଲେ। ଏହାକୁ ନ୍ୟୁୟର୍କର ଡିଜାଇନର ପ୍ରବଲ ଗୁରୁଙ୍ଗ ଡିଜାଇନ କରିଛନ୍ତି। ଏହା ମ୍ୟାକ୍ସି ଲେଙ୍ଗଥ୍‌ ଡିଜାଇନ୍‌ର ଏକ ଶାର୍ପ କଟଆଉଟ ପ୍ଲେଡ ରଫେଲ ଫ୍ରଣ୍ଟ ଡ୍ରେସ୍‌। ଏହାର ସ୍ଲୀଟ ଜଙ୍ଘ ପର୍ଯ୍ୟନ୍ତ ଲମ୍ବିଛି।

ଏହାର ନେକ୍‌ଲାଇନ୍‌ ଡିଜାଇନ୍‌ ବି ଖୁବ୍‌ ପ୍ରଶଂସା ପାଉଛି।  ଏଥିସହ କିୟାରା କିଛି ବି ଜୁଏଲରୀ ପିନ୍ଧି ନ ଥିଲେ । ଏବେ ଜାଣନ୍ତୁ କିୟାରାଙ୍କ ଏହି ଡ୍ରେସ୍‌ର ଦାମ ଯାହାକି ଆପଣ ବିଶ୍ୱାସ କରି ପାରିବେ ନାହିଁ। ଖୁବ୍‌ ସିମ୍ପଲ ଲାଗୁଥିବା ଏହି ଡ୍ରେସ୍‌ର ଦାମ ହେଉଛି ୧ ଲକ୍ଷ ୨୩ ହଜାର ୧୨ ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos