ଏହି ଅଭିନେତ୍ରୀମାନେ ନିଜ ସହ ଅଭିନେତାଙ୍କଠୁ ନିଅନ୍ତି ଅଧିକ ଅର୍ଥ

ଆଜିର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କୁ କଡ଼ା ଟକ୍କର ଦେଉଛନ୍ତି। କୌଣସି ବି କ୍ଷେତ୍ରରେ ମହିଳା ଆଉ ପୁରୁଷଙ୍କ ପଛରେ ନାହାନ୍ତି ବରଂ ପୁରୁଷଙ୍କୁ ପଛରେ ପକାଇ ଦେଇଛନ୍ତି । ଯଦି ଆମେ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କଥା ହେବା ତେବେ ସବୁବେଳେ ଦେଖିବାକୁ ମିଳେ ଯେ ଫିଲ୍ମର ହିରୋଙ୍କୁ ହିରୋଇନଙ୍କଠାରୁ ଅଧିକ ଟଙ୍କା ଦିଆଯାଏ। ହେଲେ ଏବେ ହିରୋଇନମାନେ ହିରୋଙ୍କ ଉପରେ ଭାରି ପଡ଼ିଲେଣି। ବର୍ତ୍ତମାନ ଫିଲ୍ମରେ ହିରୋଇନମାନେ ମଧ୍ୟ ଆକ୍ସନ୍ […]

heroine

heroine

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 01:33 PM IST

Sports

Latest News

ଆଜିର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କୁ କଡ଼ା ଟକ୍କର ଦେଉଛନ୍ତି। କୌଣସି ବି କ୍ଷେତ୍ରରେ ମହିଳା ଆଉ ପୁରୁଷଙ୍କ ପଛରେ ନାହାନ୍ତି ବରଂ ପୁରୁଷଙ୍କୁ ପଛରେ ପକାଇ ଦେଇଛନ୍ତି । ଯଦି ଆମେ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କଥା ହେବା ତେବେ ସବୁବେଳେ ଦେଖିବାକୁ ମିଳେ ଯେ ଫିଲ୍ମର ହିରୋଙ୍କୁ ହିରୋଇନଙ୍କଠାରୁ ଅଧିକ ଟଙ୍କା ଦିଆଯାଏ। ହେଲେ ଏବେ ହିରୋଇନମାନେ ହିରୋଙ୍କ ଉପରେ ଭାରି ପଡ଼ିଲେଣି। ବର୍ତ୍ତମାନ ଫିଲ୍ମରେ ହିରୋଇନମାନେ ମଧ୍ୟ ଆକ୍ସନ୍ ଓ ସ୍ଟଣ୍ଟ ସିନ୍ ଦେଇ ଫିଲ୍ମକୁ ହିଟ୍ କରାଉଛନ୍ତି। ଏପରି ଅନେକ ଫିଲ୍ମ ଅଛି ଯେଉଁଥିରେ ଅଭିନେତ୍ରିମାନେ ଅଭିନେତାଙ୍କଠାରୁ ଅଧିକ ଫିସ୍ ପାଉଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ହିରୋଇନମାନଙ୍କ ବିଷୟରେ ଯେଉଁମାନେ ନିଜ କାମ ପାଇଁ ଅଧିକ ଦେୟ ଗ୍ରହଣ କରିଛନ୍ତି।

କଙ୍ଗନା ରାଣାୱତ୍: ଫିଲ୍ମ ‘କୁଇନ୍’ରେ କଙ୍ଗନା ଜବରଦସ୍ତ ଅଭିନୟ କରି ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇ ଦେଇଥିଲେ। ଏହି ଫିଲ୍ମରେ କଙ୍ଗନାଙ୍କୁ ତାଙ୍କ ଅଭିନୟ ପାଇଁ ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳିଥିଲା।

 

ଶ୍ରୀଦେବୀ: ଫିଲ୍ମ ‘ଇଂଲିସ୍ ଭିଂଲିସ୍’ରେ ଦୀର୍ଘ ୧୫ ବର୍ଷପରେ କମବ୍ୟାକ୍‌ କରଥିଲେ ଶ୍ରୀଦେବୀ। ଏଥିରେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟ ଜିତିନେଇଥିଲା। ଏହି ଫିଲ୍ମରେ ସେ ସମସ୍ତଙ୍କଠୁ ଅଧିକ ଫିସ୍ ନେଇଥିଲେ। ଆଜି ଶ୍ରୀଦେବୀ ଆମ ଭିତରେ ନାହାଁନ୍ତି ସତ କିନ୍ତୁ ତାଙ୍କ ମନୋରମ ଅଭିନୟ ସମସ୍ତଙ୍କ ହୃଦୟରେ ସହୁଦିନ ଯାଏଁ କଏଦ ହୋଇ ରହିଯାଇଛି।

ଦୀପିକା ପାଦୁକୋନ: ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ’ରେ ଦୀପିକାଙ୍କ ଅଭିନୟ ଦର୍ଶକଙ୍କ ମନ ଜିତିନେଇଥିଲା। ଫିଲ୍ମଟି ଦେଶ ବିଦେଶରେ ଧୁମ୍ ମଚାଇଥିଲା। ଫିଲ୍ମରେ ଦୀପିକା ସାହିଦ କପୁର ଓ ରଣଭୀର ସିଂଙ୍କଠାରୁ ଅଧିକ ଫିସ୍‌ ନେଇଥିଲେ।

ବିଦ୍ୟା ବାଲନ୍: ଫିଲ୍ମ ‘ଡାର୍ଟି ପିକ୍ଚର’ରେ ବିଦ୍ୟା ଇମରାନ୍ ହାସମି,ତୁସାର କପୁରଙ୍କଠୁ ଅଧିକ ଫିସ୍ ନେଇଥିଲେ। ଏହି ଫିଲ୍ମ ପାଇଁ ସେ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos