ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ସିଜିନ୍ରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ଥାଏ ତରଙ୍ଗ ସିନେ ପ୍ରଡକ୍ସନ୍। ସବୁଥର ପରି ଏଥର ବି ନୂଆବର୍ଷରେ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛି ପ୍ରଡକ୍ସନ୍। ଆସୁଛି ୧୮ତମ ଚଳଚ୍ଚିତ୍ର। ନାଁ ଟିକେ ହଟ୍କେ।
‘ଚାଲ୍ ଟିକେ ଦୁଷ୍ଟ ହେବା’ ନାଁରେ ଆପଣଙ୍କ ପାଖକୁ ଆସିବାକୁ ପ୍ରସ୍ତୁତ ହେଉଛି ଏକ ଭିନ୍ନ ଧରଣର ଫିଲ୍ମ। ଫିଲ୍ମରେ ୩ ଜଣ ନବାଗତଙ୍କୁ ସାମିଲ୍ କରାଯାଇଛି।
ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନ୍ ନବାଗତ ଅଭିନେତାଙ୍କୁ ସୁଯୋଗ ଦେଇ ଆସିଛି। ଏଥର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରିଶାନ୍ ଏବଂ ଦୁଇଜଣ ଅଭିନେତ୍ରୀ ସାୟଲ୍ ଏବଂ ମହିମା ଫିଲ୍ମରେ ନୂଆ ଅଛନ୍ତି।
ଏଥିସହ ମିହିର୍ ଦାସ, ପ୍ରଦ୍ୟୁମ୍ନ ଲେଙ୍କା ଏବଂ ପ୍ରିୟଙ୍କା ପଟ୍ଟନାୟକଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ତାପସ ସରଘରିଆ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।