କ୍ୟାନସରରେ ଆକ୍ରାନ୍ତ ହେଲେ ଛବି ମିତ୍ତଲ, କହିଲେ-ପ୍ରଥମେ ଖୁବ୍‌ କାନ୍ଦିଲି, ଏବେ...

ମୁମ୍ବାଇ: ସବୁବେଳେ ସ୍ପୋର୍ଟିଭ, ଏନରଜେଟିକ ତଥା ପଜିଟିଭ ରହୁଥିବା ଛୋଟ ପରଦାର ପପୁଲାର ଅଭିନେତ୍ରୀ ଛବି ମିତ୍ତଲଙ୍କ ଜୀବନରେ ଘୋଟି ଆସିଛି କଳା ବାଦଲ। ବ୍ରେଷ୍ଟ କ୍ୟାନସର ପରି ମାରାତ୍ମକ ରୋଗ ସହ ଫାଇଟ କରୁଛନ୍ତି ଏହି ଟେଲି ଆକ୍ଟ୍ରେସ୍ । ଏନେଇ ନିଜେ ଖୁଲାସା କରିଛନ୍ତି ଛବି। ବ୍ରେଷ୍ଟ କ୍ୟାନସର ଶବ୍ଦ ଶୁଣିବା ପରେ ମୋ ଦୁନିଆ ପୂରା ବଦଳିଗଲା। ଏପରି ସ୍ଥିତି ଦେଇ ଗତି କରିବା ସହଜ ନ ଥିବା ବେଳେ କଷ୍ଟ ବି […]

chhavi-mittal

Niharika Rout
  • Published: Wednesday, 20 April 2022
  • , Updated: 20 April 2022, 01:37 PM IST

ମୁମ୍ବାଇ: ସବୁବେଳେ ସ୍ପୋର୍ଟିଭ, ଏନରଜେଟିକ ତଥା ପଜିଟିଭ ରହୁଥିବା ଛୋଟ ପରଦାର ପପୁଲାର ଅଭିନେତ୍ରୀ ଛବି ମିତ୍ତଲଙ୍କ ଜୀବନରେ ଘୋଟି ଆସିଛି କଳା ବାଦଲ। ବ୍ରେଷ୍ଟ କ୍ୟାନସର ପରି ମାରାତ୍ମକ ରୋଗ ସହ ଫାଇଟ କରୁଛନ୍ତି ଏହି ଟେଲି ଆକ୍ଟ୍ରେସ୍ । ଏନେଇ ନିଜେ ଖୁଲାସା କରିଛନ୍ତି ଛବି।

ବ୍ରେଷ୍ଟ କ୍ୟାନସର ଶବ୍ଦ ଶୁଣିବା ପରେ ମୋ ଦୁନିଆ ପୂରା ବଦଳିଗଲା। ଏପରି ସ୍ଥିତି ଦେଇ ଗତି କରିବା ସହଜ ନ ଥିବା ବେଳେ କଷ୍ଟ ବି ନୁହେଁ ବୋଲି କହିଛନ୍ତି ଛବି । ଏପରିକି ସମୟ ଥାଉ ଥାଉ କିପରି ଏ ସମ୍ପର୍କରେ  ଜାଣିପାରିଲେ ସେ ନେଇ ଜଣାଇବା ସହ ଫ୍ୟାନ୍ସଙ୍କୁ ସଚେତନ କରୁଛନ୍ତି ଛବି।

[caption id="attachment_728819" align="aligncenter" width="650"] ସ୍ୱାମୀଙ୍କ ସହ ଛବି ।[/caption]

ଏନେଇ ଏକ ଭିଡିଓ ସେଆର କରି ଛବି କହିଛନ୍ତି, ମୋ ୱର୍କ ଆଉଟ୍‌ ହିଁ ମୋ ଜୀବନ ବଞ୍ଚାଇଛି। ବେଳ ଥାଉ ଥାଉ ଏପରି ଦୁରାରୋଗ ସମ୍ପର୍କରେ ଜାଣିପାରିଛି। ପ୍ରଥମେ ପ୍ରଥମେ ଶକ୍ତ ଧକ୍କା ଲାଗିଥିଲା, ଖୁବ୍‌ କାନ୍ଦିଥିଲି, ହେଲେ ଏବେ ନିଜକୁ ନିଜେ ଶକ୍ତ କରିନେଇଛି। ଭଗବାନଙ୍କୁ ଧନ୍ୟବାଦ ଜଣାଉଛି ଯେ ସମୟ ଥାଉ ଥାଉ ଏହି ରୋଗ ସମ୍ପର୍କରେ ମୁଁ ଜାଣିପାରିଲି । ଏବେ ଏହା ସହ ମୁକାବିଲା କରିବାର ବେଳ । ଗୁରୁବାର ଦିନ ଛବିଙ୍କ ଅସ୍ତ୍ରୋପଚାର ହେବ । ଏହାପୂର୍ବରୁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରି ସାରିଲେଣି ଛବି।

ଛବିଙ୍କ ପୋଷ୍ଟ ଅନୁଯାୟୀ, ଦିନେ ଏକ୍ସରସାଇଜ ସମୟରେ ଛାତିରେ ଚୋଟ ଲାଗିବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ସେଠାରେ ଚିକିତ୍ସା ସମୟରେ ବ୍ରେଷ୍ଟରେ କିଛି ଅସ୍ୱାଭାବିକ ପରିବର୍ତ୍ତନ ଦେଖି ଡାକ୍ତର ପରୀକ୍ଷା କରିବାକୁ କହିଥିଲେ। ଏହାପରେ ଅଲଟ୍ରାସାଉଣ୍ଡ, ଏମଆରଆଇ  ତଥା ବାୟୋପ୍ସି କରିବା ପରେ ତାହା କ୍ୟାନସର ବୋଲି ଚିହ୍ନଟ ହେଲା। ପ୍ରଥମେ କାହିଁକି ଏକ୍ସରସାଇଜ କଲି ବୋଲି ନିଜକୁ ଦୋଷ ଦେଉଥିବା ପରେ ଏଥିନିମନ୍ତେ ନିଜକୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ଛବି ।

[caption id="attachment_728820" align="aligncenter" width="650"] ପିଲାଙ୍କ ସହ ଚବି ମିତ୍ତଲ ।[/caption]

ସେ କହିଛନ୍ତି, ସବୁ କିଛି ଭାଗ୍ୟ ଉପରେ ଛାଡ଼ିଦେବା ବୋକାମୀ।  ୪୦ରୁ ଅଧିକ ବୟସର ମହିଳା ପ୍ରତି ୬ ମାସରେ ନିଜର ଟେଷ୍ଟ କରାଇନେବା ଉଚିତ । ନିୟମିତ ବ୍ୟବଧାନରେ ଆତ୍ମ-ପରୀକ୍ଷଣ କରିବା ସହ ଟିକେ ଅସହଜ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ଛବି।

ପ୍ରତିଦିନ ଶକ୍ତିଶାଳୀ ହେବା ସହଜ ନୁହେଁ | ସେ ଆଜି ନିଜକୁ ଦୁର୍ବଳ ହେବାକୁ ଦେବେ, ଖୁବ୍‌ କାନ୍ଦିବେ ।  ହେଲେ ଅସ୍ତ୍ରୋପଚାର ଦିନ ସମସ୍ତ ନକାରାତ୍ମକ ଭାବନା ପରିତ୍ୟାଗ କରିଦେବେ ବୋଲି ସୋଶାଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଛବି। ଏପରି ଦୁଃସମୟରେ ସ୍ୱାମୀ ମୋହିତ ହୁସେନ ଓ ପରିବାର ଲୋକେ ମନୋବଳ ବଢ଼ାଉଥିବା ବେଳେ ୨ ପିଲାଙ୍କୁ ଦେଖି ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ସାହସ ପାଉଥିବା କହିଛନ୍ତି ଛବି ।

ଛବିଙ୍କ ଏପରି ଦୁଃସମୟରେ ତାଙ୍କ ନିକଟକୁ ଛୁଟୁଛି ସାନ୍ତ୍ୱନାର ସୁଅ। ଖୁବ୍‌ ଶୀଘ୍ର ଭଲ ହୋଇ ଛବି ପୁଣି ଥରେ  ନିଜ ଦୁନିଆକୁ ଫେରି ଆସନ୍ତୁ ବୋଲି ଫ୍ୟାନ୍ସ ଟ୍ୱିଟ କରିବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି।

Related story