ମୁମ୍ୱାଇ: ୯୦ ଦଶକର ଚୁଲବୁଲି ନୟିକା ମନୀଷା କୋଇରାଲ୍ ପୁଣି ଥରେ ବଲିଉଡ୍ରେ ଧମାଲ ମଚାଇବାକୁ ଯାଉଛନ୍ତି। ନିର୍ଦ୍ଦେଶକ ଇମିତୟାଜ୍ ଅଲ୍ଲୀ ଓ ସହଯୋଗୀ ସୁନୈନା ଭଟ୍ଟନାଗରଙ୍କ ଅପ୍କମିଂ ଫିଲ୍ମ ‘ଡିୟର୍ ମାୟା’ରେ କମ୍ବ୍ୟାକ୍ କରୁଛନ୍ତି ମନୀଷା। ଫିଲ୍ମର ଟିଜର୍ ଏବେ ପରଦାକୁ ଆସିଛି। ଯେଉଁଥିରେ ମନୀଷାଙ୍କ ଟ୍ରାନ୍ସଫୋରମେସନ୍କୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଫିଲ୍ମରେ ମନୀଷା ଜଣେ ବୟସ୍କା ମହିଳା ଚରିତ୍ରରେ ଅଭିନୟ କରିଛନ୍ତି।
ମନୀଷାଙ୍କୁ ସଞ୍ଜୁ ବାବାଙ୍କ ବାୟୋପିକ୍ରେ ମଧ୍ୟ ଦେଖିବାକୁ ମିଳିବ। ୨୦୧୨ରୁ ମନୀଷା କ୍ୟାନସରରେ ପୀଡ଼ିତ ଥିଲେ। ଏହାପରେ ସେ ଆମେରିକା ଚାଲିଯାଇଥିଲେ। ସେଠାରେ ତାଙ୍କର ୬ ମାସ ଚିକିତ୍ସା ଚାଲିଥିଲା। ୨ମେ, ୨୦୧୩ରୁ ମନୀଷା କ୍ୟାନସର ପରି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରିସାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।