ପୁଣି ଆସୁଛି ‘ହମ୍‌ ପାଞ୍ଚ୍’, ହସି ହସି ବେଦମ ହେବେ

ମୁମ୍ୱାଇ: ଲୋକପ୍ରିୟ କମେଡି ଶୋ’ ‘ହମ୍‌ ପାଞ୍ଚ’ ପୁଣି ଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଏକ ରିପୋର୍ଟ ଅନୁସାରେ  ଏହି ଶୋ’ ବିଗ୍‌ ମ୍ୟାଜିକ୍‌ରେ ପ୍ରସାରିତ ହେବାକୁ ଯାଉଛି। ଯାହାର ନାମ ରଖାଯାଇଛି ‘ହମ୍‌ ପାଞ୍ଚ ଫିର୍‌ ସେ’। ଏହି ଶୋ’ ଏସେଏଲ୍‌ ଭିଜନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ପ୍ରସାରିତ କରାଯିବ। ୯୦ ଦଶକରେ ଲୋକପ୍ରିୟତା ସାଉଁଟି ଥିବା ଏହି ଶୋ’ ଏବେ ନୂଆ ରୂପରେ ପ୍ରସାରଣ ହେବାକୁ ଯାଉଛି। ଏହି ଶୋ’ ପାଇଁ କଳାକାର […]

humpanch

humpanch

Rakesh Mallick
  • Published: Monday, 01 May 2017
  • Updated: 01 May 2017, 08:51 AM IST

Sports

Latest News

ମୁମ୍ୱାଇ: ଲୋକପ୍ରିୟ କମେଡି ଶୋ’ ‘ହମ୍‌ ପାଞ୍ଚ’ ପୁଣି ଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଏକ ରିପୋର୍ଟ ଅନୁସାରେ  ଏହି ଶୋ’ ବିଗ୍‌ ମ୍ୟାଜିକ୍‌ରେ ପ୍ରସାରିତ ହେବାକୁ ଯାଉଛି। ଯାହାର ନାମ ରଖାଯାଇଛି ‘ହମ୍‌ ପାଞ୍ଚ ଫିର୍‌ ସେ’।

ଏହି ଶୋ’ ଏସେଏଲ୍‌ ଭିଜନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ପ୍ରସାରିତ କରାଯିବ। ୯୦ ଦଶକରେ ଲୋକପ୍ରିୟତା ସାଉଁଟି ଥିବା ଏହି ଶୋ’ ଏବେ ନୂଆ ରୂପରେ ପ୍ରସାରଣ ହେବାକୁ ଯାଉଛି।

ଏହି ଶୋ’ ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସରୁ ଏହି ଶୋ’ ପ୍ରସାରିତ ହୋଇପାରେ।

ସୂଚନାଯୋଗ୍ୟ,‘ହମ୍‌ ପାଞ୍ଚ’ ୧୯୯୫ରୁ ୧୯୯୯ ଯାଏଁ ପ୍ରସାରିତ ହୋଇଥିଲା। ଏଥିରେ ଅଶୋକ ସରାଫ୍‌, ପ୍ରିୟା ତେନ୍ଦୁଲକର, ରାଖୀ ଟଣ୍ଡନ୍‌, ଭୈରବୀ ରେଚୁରା, ବନ୍ଦନା ପାଠକ ଓ ବିଦ୍ୟା ବାଲାନ୍ ପରି କଳାକାର ଅଭିନୟ କରିଥିଲେ। ଏହି ଶୋ’ରେ ଏକ ପରିବାରର କାହାଣୀକୁ କମେଡି ରୂପରେ ଉପସ୍ଥାପନ କରାଯାଇଥିଲା। ଏହାର ଦ୍ୱିତୀୟ ସିଜିନ୍‌ ୨୦୦୫ରେ ପ୍ରସାରିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos