ଏହି କିସ୍‌ ସିନ୍‌ ପରେ ବହୁତ ପସ୍ତେଇଥିଲେ ମାଧୁରୀ

ମୁମ୍ବାଇ: ବଲିଉଡ୍‌ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତ୍‌ ଆଜି ୫୧ ବର୍ଷରେ ପାଦ ଥାପିଛନ୍ତି। ବାସ୍ତବରେ କିନ୍ତୁ ତାଙ୍କୁ ଦେଖି ତାଙ୍କ ବୟସର ଅନୁମାନ୍‌ ଲଗାଇବା କଷ୍ଟକର ହୋଇପଡେ। ମାଧୁରୀଙ୍କ ସୌନ୍ଦର୍ଯ୍ୟ ସହ ତାଙ୍କ ଅଭିନୟ, ଡ୍ୟାନ୍ସ ଓ ହସ ମଧ୍ୟ ତାଙ୍କ ଫ୍ୟାନ୍‌ଙ୍କୁ ପୂରା ଦିୱାନା କରିଛି।। ଆଜି ବି ତାଙ୍କର ଟିକିଏ ଝଲକ ପାଇବା ପାଇଁ ତାଙ୍କ ଫ୍ୟାନ୍‌ମାନେ ଚାହିଁ ବସିଥାନ୍ତି। ନିଜ କ୍ୟାରିୟରରେ ଉଭୟ ପର୍ସନାଲ ଓ ପ୍ରଫେସନାଲ୍‌ ଲାଇଫ୍‌କୁ ନେଇ […]

madhuri

madhuri

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 11:00 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତ୍‌ ଆଜି ୫୧ ବର୍ଷରେ ପାଦ ଥାପିଛନ୍ତି। ବାସ୍ତବରେ କିନ୍ତୁ ତାଙ୍କୁ ଦେଖି ତାଙ୍କ ବୟସର ଅନୁମାନ୍‌ ଲଗାଇବା କଷ୍ଟକର ହୋଇପଡେ। ମାଧୁରୀଙ୍କ ସୌନ୍ଦର୍ଯ୍ୟ ସହ ତାଙ୍କ ଅଭିନୟ, ଡ୍ୟାନ୍ସ ଓ ହସ ମଧ୍ୟ ତାଙ୍କ ଫ୍ୟାନ୍‌ଙ୍କୁ ପୂରା ଦିୱାନା କରିଛି।। ଆଜି ବି ତାଙ୍କର ଟିକିଏ ଝଲକ ପାଇବା ପାଇଁ ତାଙ୍କ ଫ୍ୟାନ୍‌ମାନେ ଚାହିଁ ବସିଥାନ୍ତି।

ନିଜ କ୍ୟାରିୟରରେ ଉଭୟ ପର୍ସନାଲ ଓ ପ୍ରଫେସନାଲ୍‌ ଲାଇଫ୍‌କୁ ନେଇ ସେ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଛନ୍ତି। ଚାଲନ୍ତୁ ଜାଣିବା ତାଙ୍କୁ ନେଇ ହୋଇଛଥିବା ବିଭିନ୍ନ ଚର୍ଚ୍ଚା ବିଷୟରେ।

-‘ଖଳନାୟକ’ ଓ ‘ଦୟାବାନ୍‌’ ଫିଲ୍ମରେ ମାଧୁରୀଙ୍କ ସହ ସଞ୍ଜୟ ଦତ୍ତ ଅଭିନୟ କରିଥିଲେ। ଫିଲ୍ମ ଗୁଡ଼ିକ ସୁପରହିଟ୍‌ ବି ହୋଇଥିଲା। ଏହି ଫିଲ୍ମ ପରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଅଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତା’ପରେ ଖବର ଆସିଲା ଦୁହିଁଙ୍କ ସଂପର୍କରେ ମାଧୁରୀଙ୍କ ବାପା ଖୁସି ନାହାନ୍ତି। କାରଣ ସଞ୍ଜୟ ବିବାହିତ ଥିଲେ। ସେଥିପାଇଁ କିଛି ଦିନ ପରେ ଦୁହେଁ ଅଲଗା ମଧ୍ୟ ହୋଇଯାଇଥିଲେ। କିନ୍ତୁ ଦୁହିଁଙ୍କୁ ନେଇ ଚର୍ଚ୍ଚା ଦୀର୍ଘଦିନ ପର୍ଯ୍ୟନ୍ତ ଚାଲିଥିଲା।

-ମାଧୁରୀ ଓ ସଞ୍ଜୟଙ୍କ ସଂପର୍କକୁ ଭୁଲିବାକୁ ଦର୍ଶକଙ୍କୁ ବେଶି ସମୟ ଲାଗିନଥିଲେ। କାହିଁକି ନା ସଞ୍ଜୟଙ୍କ ପରେ ତାଙ୍କ ନା ଅନୀଲ କପୁରଙ୍କ ନାଁ ସହ ଯୋଡ଼ି ହୋଇଯାଇଥିଲା। ‘ରାମଲଖନ୍‌’ ଓ ‘ବେଟା’ ଭଳି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରି ଦେଖି ଲୋକମାନେ ଗୁଜବ କରିବା ଆରମ୍ଭ କରିଦେଇଥିଲେ। ଏଥିରେ କେତେ ସତ୍ୟତା ଥିଲା ତାହାର କିଛି ପ୍ରମାଣ ନାହିଁ।

-ରିଲେସନ୍‌ସିପ୍‌ ବା ଲିଙ୍କଅପ୍‌ ଛଡ଼ା ମାଧୁରୀ ଏକ ଲିପ୍‌କିସ୍‌ ସିନ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥିଲେ।  ଏହି ଲିପ୍‌ କିସ୍‌ ସିନ୍‌ ସାଧାରଣ ସିନ୍‌ ନଥିଲା। ଏହି ସିନ୍‌ରେ ମାଧୁରୀଙ୍କ ସହ ତାଙ୍କଠାରୁ ୨୦ ବର୍ଷ ବଡ଼ ବିନୋଦ ଖନ୍ନା ଥିଲେ। ଫିଲ୍ମ ‘ଦୟାବାନ୍‌’ରେ ମାଧୁରୀ ଓ ବିନୋଦଙ୍କ ମଧ୍ୟରେ ଏହି ଲିପ୍‌ କିସ୍‌ର ସିନ୍‌ ଥିଲା।  ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା। ଏକ ସାକ୍ଷତକାରରେ ମାଧୁରୀ କହିଥିଲେ ଯେ ତାଙ୍କୁ ଏହି ସିନ୍‌ କରିବାର ନଥିଲା। କାରଣ ବିନୋଦ ତାଙ୍କ ଠାରୁ ବହୁତ ବଡ଼ ଥିଲେ।

-ଲିଙ୍କ୍‌ ଅପ୍‌ ଓ ଲିପ୍‌ କିସ୍‌ ପରେ ମାଧୁରୀ ଶ୍ରୀଦେବୀକୁ କଡ଼ା ଟକ୍କରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।  ସେ ସମୟରେ ମାଧୁରୀ ନିଜ ଦମ୍‌ଦାର ଅଭିନୟ ଓ ଡ୍ୟାନ୍ସ ପାଇଁ ସଫଳତା ପାହାଚ ଚଢୁଥିଲେ। କିନ୍ତୁ ଶ୍ରୀଦେବୀ ସେ ସମୟରେ ଜଣେ ସଫଳ ବା ଟପ୍‌  ଅଭିନେତ୍ରୀ ଥଲେ। ଦୁହିଁଙ୍କ ଭିତରର ଏତେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା ଯେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହା ଅନେକ  ସମୟରେ ସାମ୍ନାକୁ ବି ଆସିଛି। କେବଳ ଶ୍ରୀଦେବୀ ହିଁ ନୁହେଁ, ଜୁହିଁ ଚାୱଲାଙ୍କ ସହ ବି ମାଧୁରୀଙ୍କ ସଂପର୍କ ସେମିତି କିଛି ଭଲ ନଥିଲା।

-କୌଣସି ଫିଲ୍ମ ନକରି ବି ମାଧୁରୀଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନଥିଲା। ଜାମ୍‌ସେଦ୍‌ପୁରରେ ତାଙ୍କର ଜଣେ ଫ୍ୟାନ୍‌ ଏମିତି ଏକ କ୍ୟାଲେଣ୍ଡର ଲଞ୍ଚ କରିଥିଲେ, ଯେଉଁଥିରେ ମାଧୁରୀଙ୍କ ଜନ୍ମଦିନରେ ବର୍ଷର ଆରମ୍ଭ ହୋଇଥିଲା। ସେହି ବ୍ୟକ୍ତି ଜଣକ ହେଲେ ଜାମ୍‌ସେଦ୍‌ପୁରର ପପୁ ସରଦାର। ପ୍ରତିବର୍ଷ ସେ ମାଧୁରୀଙ୍କ ଜନ୍ମଦିନକୁ ଖୁବ୍‌ ଭିନ୍ନ ଉପାୟରେ ପାଳନ କରନ୍ତି। ଖାଲି ଏତିକି ନୁହେଁ, ସେ ସରକାରଙ୍କ ନିକଟରେ ଏକ ପିଟିସନ୍‌ ଦାଖଲ କରିଥିଲେ ଯେ ମାଧୁରୀଙ୍କ ଜନ୍ମଦିନକୁ ପବ୍ଲିକ୍‌ ହଲିଡେ ଘୋଷଣା କରିବାକୁ।

- ମାଧୁରୀଙ୍କ ଫ୍ୟାନ୍‌ ଲିଷ୍ଟରେ ପ୍ରସିଦ୍ଧ ପେଣ୍ଟର  ଏମ୍‌ ଏଫ୍‌ ହୁସେନ୍‌ ବି ସାମିଲ୍‌ ଅଛନ୍ତି। ରିପୋର୍ଟ ମୁତାବକ ସେ ମାଧୁରୀଙ୍କ ଏତେ ବଡ୍‌ ଫ୍ୟାନ୍‌ ଯେ ସେ ତାଙ୍କ ଫିଲ୍ମ ‘ହମ୍‌ ଆପ୍‌କେ ହୈ କୋନ୍‌’ ୬୭ ଥର ଦେଖିଥିଲେ। ଖାଲି ଏତିକି ନୁହେଁ, ବିବାହ ପରେ ମାଧୁରୀ ଯେତେବେଳେ ‘ଆଜା ନଚ୍‌ଲେ’ଫିଲ୍‌ ଜରିଆରେ କମ୍‌ବ୍ୟାକ୍‌ କରିଥିଲେ, ସେ ସମୟରେ ହୁସେନ୍‌ ତାଙ୍କ ଫିଲ୍ମ ଦେଖିବାକୁ ପୂରା ଥିଏଟର ବୁକ୍‌ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos