କପିଲ୍ ଶୋ'କୁ ନେଇ ପୁଣି ବିବାଦ: ଜଜ୍ ଆସନକୁ ନେଇ ସିଦ୍ଧୁ-କପିଲଙ୍କ ମଧ୍ୟରେ ବିଗିଡ଼ିଲା ସମ୍ପର୍କ

ମୁମ୍ବାଇ: ଟେଲିଭିଜନ ଦର୍ଶକଙ୍କ ଭିତରେ ଲୋକପ୍ରିୟତା ହାସଲ କରିଥିବା କମେଡିଆନ୍ କପିଲ ଶର୍ମାଙ୍କ ଶୋ’କୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି। ତାଙ୍କ ବନ୍ଧୁ ତଥା ଅନ୍ୟତମ କମେଡିଆଲ୍ ସୁନୀଲ ଗ୍ରୋଭରଙ୍କ ସହ ବିବାଦ ପରେ ଶୋ’ର ଟିଆରପି ତଳକୁ ଖସି ଯାଇଛି। ଏପରି ସ୍ଥିତିରେ ନୂଆ ବିବାଦ କପିଲଙ୍କ ପାଇଁ ମହଙ୍ଗା ପଡିବ ବୋଲି ଚର୍ଚ୍ଚା ହେଉଛି। ଫ୍ରେସ୍ ବିବାଦଟି ହେଲା, ଶୋ’ର ଗେଷ୍ଟ ତଥା ପୂର୍ବତନ କ୍ରିକେଟର ନବଜିତ ସିଂ ସିଦ୍ଧୁଙ୍କ ସହ କପିଲଙ୍କ […]

Siddhu-Kapil1

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 03:58 PM IST

ମୁମ୍ବାଇ: ଟେଲିଭିଜନ ଦର୍ଶକଙ୍କ ଭିତରେ ଲୋକପ୍ରିୟତା ହାସଲ କରିଥିବା କମେଡିଆନ୍ କପିଲ ଶର୍ମାଙ୍କ ଶୋ’କୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି। ତାଙ୍କ ବନ୍ଧୁ ତଥା ଅନ୍ୟତମ କମେଡିଆଲ୍ ସୁନୀଲ ଗ୍ରୋଭରଙ୍କ ସହ ବିବାଦ ପରେ ଶୋ’ର ଟିଆରପି ତଳକୁ ଖସି ଯାଇଛି। ଏପରି ସ୍ଥିତିରେ ନୂଆ ବିବାଦ କପିଲଙ୍କ ପାଇଁ ମହଙ୍ଗା ପଡିବ ବୋଲି ଚର୍ଚ୍ଚା ହେଉଛି। ଫ୍ରେସ୍ ବିବାଦଟି ହେଲା, ଶୋ’ର ଗେଷ୍ଟ ତଥା ପୂର୍ବତନ କ୍ରିକେଟର ନବଜିତ ସିଂ ସିଦ୍ଧୁଙ୍କ ସହ କପିଲଙ୍କ ମତାନ୍ତର। ତାହା ପୁଣି ସିଦ୍ଧୁଙ୍କ ଚୌକିକୁ ନେଇ।

ମିଳିଥିବା ଖବର ମୁତାବକ, ସିଦ୍ଧୁଙ୍କୁ ଜ୍ୱର ହୋଇଥିବାରୁ ରବିବାର ଶୋ'ର ସୁଟିଂ କିଛି ସମୟ ବନ୍ଦ କରିବାକୁ ପଡ଼ିଥିଲା। ତାଙ୍କ ଆସନରେ କିଏ ବସିବେ ତାକୁ ନେଇ ଟିମ୍ ସମସ୍ୟାରେ ପଡ଼ିଥିଲେ। ଘଟଣାକ୍ରମରେ କପିଲ ଅନ୍ୟତମ ଜଜ୍ ଅର୍ଚ୍ଚନା ପୂରଣ ସିଂକୁ ଶୋ'କୁ ଆସିବାକୁ ଫୋନ୍ କରିଥିଲେ। ଏହା ଜାଣିବା ପରେ ସିଦ୍ଧୁଙ୍କୁ ବହୁତ ଖରାପ ଲାଗିଥିଲା।  ତେଣୁ ସେ କପିଲଙ୍କୁ ଫୋନ କରି ନିଜ ଅସନ୍ତୋଷ ଜାହିର କରିଥିଲେ। କପିଲ ତାଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି ଶୁଣି ନଥିଲେ।

ଏହାପରେ ଶୋ’ର ପୂରା ଟିମ୍‌ ଅର୍ଚ୍ଚନାଙ୍କୁ ଫୋନ୍ କରି ସୁଟିଂ ପାଇଁ ନ ଆସିବାକୁ କହିଥିଲେ। ସୂଚନାଯୋଗ୍ୟ, ସିଦ୍ଧୁ ଅନେକଥର କପିଲ ଶର୍ମା ଶୋ ପାଇଁ ଟାଇମ୍ ଆଡଜଷ୍ଟ କରିଛନ୍ତି। ପୂର୍ବରୁ ଯେତେବେଳେ ମୁମ୍ବାଇରେ ତାଙ୍କର ନିଜର ଘର ନଥିଲା। ସେତେବେଳେ ବି କେବଳ କପିଲଙ୍କ ଶୋ ପାଇଁ ସେ ମୁମ୍ବାଇରେ ଭଡ଼ାଘରେ ଦୁଇ ତିନିଦିନ ରହି ସୁଟିଂ କରୁଥିଲେ। କିନ୍ତୁ ତାଙ୍କୁ ଜ୍ୱର ହୋଇଥିବା ବେଳେ ଅପେକ୍ଷା ନକରି ତାଙ୍କ ଜାଗାରେ ଆଉଜଣଙ୍କୁ ଆଣି ବସାଇ ଦେବାଟାକୁ ସିଦ୍ଧୁ ସହଜରେ ଗ୍ରହଣ କରିପାରି ନଥିଲେ।

Related story