‘ଡିୟର ଜିନ୍ଦେଗୀ’ର ଗୀତ ରିଲିଜ୍‌

ମୁମ୍ବାଇ: ୧୯୮୩ରେ ନିର୍ମିତ  ଫିଲ୍ମ ‘ସଦମା’ର ଲୋକପ୍ରିୟ ଗୀତ ‘ଏ ଜିନ୍ଦେଗୀ ଗଲେ ଲଗାଲେ’  ଆସୁଛି  ଏକ ନୂଆ ରୂପରେ। ସାହାରୁଖ ଓ ଆଲିଆଙ୍କ ଆଗାମୀ ଫିଲ୍ମ ‘ଡିୟର ଜିନ୍ଦେଗୀ’ରେ ଏହି ଗୀତକୁ ନୂଆ ରୂପରେ ରିଲିଜ୍‌ କରାଯାଇଛି। ଏହି ଗୀତକୁ ଅମିତ ତ୍ରିବେଦୀ କମ୍ପୋଜ କରିଥିବା ବେଳେ ଅରିଜିତ ସିଂହ ଏହି ଗୀତକୁ କଣ୍ଠଦାନ କରିଛନ୍ତି।

ଏହି ଗୀତକୁ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି।

 ୨୫ ନଭେମ୍ବରରେ ଏହି ଫିଲ୍ମ ରିଲିଜ୍‌ ହେବ।