ସରୋଜିନୀ ନାଇଡୁଙ୍କ ଚରିତ୍ରରେ ଅଭିନୟ କରିବେ ଦୀପିକା

ମୁମ୍ବାଇ: ଏବେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ। କାରଣ ପୁଣି ଥରେ ରାମାନନ୍ଦ ସାଗରଙ୍କ ସେହି ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ର ପୁନଃପ୍ରସାରଣ ହେଉଛି। ଲକ୍‌ଡାଉନ୍ ଯୋଗୁ ଦର୍ଶକଙ୍କ ଦାବି ପରେ ‘ଦୂରଦର୍ଶନ’ରେ ଏହାର ପୁନଃପ୍ରସାରଣ ହେଉଛି। ଏହି ଧାରାବାହିକରେ ସୀତା ଚରିତ୍ରରେ ଅଭିନୟ କରି ସେତେବେଳେ ବହୁ ପ୍ରଶଂସା ସାଉଁଟି ଥିଲେ ଦୀପିକା। ତେବେ ଯଦି ସବୁ ଠିକ୍‌ଠାକ୍ ରହେ, ତା’ହେଲେ ତାଙ୍କୁ ଖୁବ୍‌ଣୀଘ୍ର ଏକ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଏକ […]

Deepika Chikhlia

Deepika Chikhlia

Jitendra Garnayak
  • Published: Wednesday, 01 April 2020
  • Updated: 01 April 2020, 01:49 PM IST

Sports

Latest News

ମୁମ୍ବାଇ: ଏବେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ। କାରଣ ପୁଣି ଥରେ ରାମାନନ୍ଦ ସାଗରଙ୍କ ସେହି ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ର ପୁନଃପ୍ରସାରଣ ହେଉଛି। ଲକ୍‌ଡାଉନ୍ ଯୋଗୁ ଦର୍ଶକଙ୍କ ଦାବି ପରେ ‘ଦୂରଦର୍ଶନ’ରେ ଏହାର ପୁନଃପ୍ରସାରଣ ହେଉଛି। ଏହି ଧାରାବାହିକରେ ସୀତା ଚରିତ୍ରରେ ଅଭିନୟ କରି ସେତେବେଳେ ବହୁ ପ୍ରଶଂସା ସାଉଁଟି ଥିଲେ ଦୀପିକା। ତେବେ ଯଦି ସବୁ ଠିକ୍‌ଠାକ୍ ରହେ, ତା’ହେଲେ ତାଙ୍କୁ ଖୁବ୍‌ଣୀଘ୍ର ଏକ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଏକ ବାୟୋପିକ୍ ହେବ, ଯାହା ବିଶିଷ୍ଟ କବି, ନାରୀନେତ୍ରୀ ତଥା ଭାରତର ’କୋକିଳ’ ଭାବେ ପରିଚିତ ସରୋଜିନୀ ନାଇଡୁଙ୍କ ଜୀବନୀ ଉପରେ ତିଆରି ହେବ। ଆଉ ଏଥିରେ ସରୋଜିନୀ ନାଇଡୁଙ୍କ ଚରିତ୍ରରେ ଦୀପିକା ଅଭିନୟ କରିବେ। ସେ ନିଜେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ତାଙ୍କୁ ସରୋଜିନୀ ନାଇଡୁଙ୍କ ବାୟୋପିକ୍‌ରେ କାମ କରିବାକୁ ଅଫର୍ ମିଳିଛି। କିନ୍ତୁ ସେ ଏପର୍ଯ୍ୟନ୍ତ ଫିଲ୍ମ ସାଇନ୍ କରି ନାହାନ୍ତି। ଫିଲ୍ମଟିର କାହାଣୀ ଲେଖିଛନ୍ତି ଧୀରଜ ମିଶ୍ରା। ସେ ବି ଏହାର ନିର୍ଦ୍ଦେଶନା ଦେବେ। ଲକ୍‌ଡାଉନ୍ ଯୋଗୁ ଧୀରଜ ତାଙ୍କୁ କାହାଣୀଟି ଶୁଣାଇପାରି ନାହାନ୍ତି। ଯଦି ସବୁ କିଛି ଠିକ୍‌ ରହେ, ତା’ହେଲେ ସେ ଏ ଫିଲ୍ମ କରିବେ ବୋଲି ଚିନ୍ତା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos