ମ୍ୟାଡମ ତୁଷାଦ୍‌ରେ ସ୍ଥାନ ପାଇଲେ ଦୀପିକା ପାଦୁକୋନ୍

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଅଭିନୟ ଯାଦୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛି ବର୍ଷ ମଧ୍ୟରେ ସେ ନିଜ ଫିଲ୍ମ  ଜରିଆରେ କେବଳ ଦର୍ଶକଙ୍କ ହୃଦୟ ଜିଣିନାହାନ୍ତି, ଏକ ଷ୍ଟାରଡମ୍‌ ବି ହାସଲ୍‌ କରିଛନ୍ତି। ଏହି କାରଣ ପାଇଁ ସେ ବଲିଉଡ଼ରେ ସବୁଠୁ ଅଧିକ ଅର୍ଥ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ନିଜକୁ ସାମିଲ୍‌ କରିଛନ୍ତି। ଗତବର୍ଷ ଦୀପିକା Duff & Phelps ବ୍ରାଣ୍ଡ ଭ୍ୟାଲ୍ୟୁ ତାଲିକାରେ ବଲିଉଡର ଅନେକ […]

deepika

deepika

Chinmayee Roy
  • Published: Saturday, 16 March 2019
  • Updated: 16 March 2019, 08:42 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଅଭିନୟ ଯାଦୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛି ବର୍ଷ ମଧ୍ୟରେ ସେ ନିଜ ଫିଲ୍ମ  ଜରିଆରେ କେବଳ ଦର୍ଶକଙ୍କ ହୃଦୟ ଜିଣିନାହାନ୍ତି, ଏକ ଷ୍ଟାରଡମ୍‌ ବି ହାସଲ୍‌ କରିଛନ୍ତି। ଏହି କାରଣ ପାଇଁ ସେ ବଲିଉଡ଼ରେ ସବୁଠୁ ଅଧିକ ଅର୍ଥ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ନିଜକୁ ସାମିଲ୍‌ କରିଛନ୍ତି। ଗତବର୍ଷ ଦୀପିକା Duff & Phelps ବ୍ରାଣ୍ଡ ଭ୍ୟାଲ୍ୟୁ ତାଲିକାରେ ବଲିଉଡର ଅନେକ ନାମୀ ଦାମୀ କଳାକାରଙ୍କୁ ପଛରେ ପକାଇ ଦ୍ୱିତୀୟ ନମ୍ବରେ ରହିଥିଲେ। ଏବେ ପୁଣି ଆଉ ଏକ ସଫଳତା ଦୀପିକାଙ୍କ ନାଁରେ ଜୋଡ଼ି ହୋଇଯାଇଛି।

https://www.instagram.com/p/Bu_l4WCA-69/?utm_source=ig_web_copy_link

ଲଣ୍ଡନର ମ୍ୟାଡମ ତୁଷାଦ ମ୍ୟୁଜିୟମରେ ଦୀପିକାଙ୍କ ପ୍ରତିମୂର୍ତ୍ତୀ ସ୍ଥାନ ପାଇଛି। ଦୀପିକା ନିଜେ ଉପସ୍ଥିତ ରହି ନିଜ ପ୍ରତିମୂର୍ତ୍ତୀ ଉପରୁ ପରଦା ଉଠାଇଥିଲେ। ଏହି ସମୟରେ ଦୀପିକାଙ୍କ ସ୍ୱାମୀ ଅଭିନେତା ରଣବୀର ସିଂହ ମଧ୍ୟ ଉପସ୍ଥିତ ଥିଲେ। ଦୀପିକାଙ୍କ ପ୍ରତିମୂର୍ତ୍ତୀକୁ ଦେଖି ରଣବୀର ସିଂହ ଏକ କ୍ୟୁଟ୍‌ ରିଆକ୍ସନ ଦେଇଥିଲେ। ଶୋସାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦୀପିକା, ରଣବୀରଙ୍କୁ ତାଙ୍କ ପ୍ରତିମୂର୍ତ୍ତୀ ଉପରେ ପ୍ରତିକ୍ରିୟା ଦେବାକୁ କହୁଛନ୍ତି। ଆଉ ରଣବୀର ମୂର୍ତ୍ତୀଟିକୁ ଦେଖିବା ପରେ ଦର୍ଶକଙ୍କୁ ପଚାରୁଛନ୍ତି, ‘ମୁଁ ଏହାକୁ ଘରକୁ ନେଇପାରିବି କି?’

https://www.instagram.com/p/Bu-7DJYgKTO/?utm_source=ig_web_copy_link

ଦୀପିକା ପାଦୁକୋନ୍‌ ସୋଶାଲ ମିଡିଆରେ ଲାଇଭ ଆସି ନିଜ ମୂର୍ତ୍ତୀ ଉପରୁ ପରଦା ଉଠେଇଛନ୍ତି। ରଣବୀର ସିଂହଙ୍କ ବ୍ୟତୀତ ଏହି ଅବସରରେ ଦୀପିକାଙ୍କ ମାତାପିତା ଉଜ୍ଜ୍ୱଲା ପାଦୁକୋନ ଓ ପ୍ରକାଶ ପାଦୁକୋନ ମଧ୍ୟ ସାମିଲ ଥିଲେ। ସୂଚନା ଅନୁଯାୟୀ ଦୀପିକାଙ୍କ ପ୍ରତିମୂର୍ତ୍ତୀ ଲଣ୍ଡନ ଓ ଦିଲ୍ଲୀର ମ୍ୟାଡମ ତୁଷାଦ ମ୍ୟୁଜିୟମରେ ମଧ୍ୟ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos