ଛୋଟ ପରଦାକୁ ଫେରୁଛନ୍ତି ଦୀପିକା

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତ୍ରୀ ଦୀପିକା ସିଂହ ଛୋଟ ପରଦାକୁ ଖୁବଖୀଘ୍ର କମ୍‌ବ୍ୟାକ୍‌ କରୁଛନ୍ତି। ଇଏ ସେହି ଦୀପିକା, ଯାହାଙ୍କୁ ଦର୍ଶକ ଷ୍ଟାର୍‌ପ୍ଲସ୍‌ ଚ୍ୟାନେଲ୍‌ର ମେଗା ଧାରାବାହିକ ‘ଦୀଆ ଔର୍‌ ବାତି ହମ୍‌’ରେ ସନ୍ଧ୍ୟା କୋଠାରୀ ଚରିତ୍ରରେ ଖୁବ୍‌ ତାରିଫ୍ କରିଥିଲେ। ଏହି ସିରିଏଲ୍‌ଟି ୫ବର୍ଷ ଧରି ଚାଲିଥିଲା। ଏବେ ଚର୍ଚ୍ଚା ହେଉଛି, ସେହି ‘ସନ୍ଧ୍ୟା କୋଠାରୀ’ ଏବେ ପୁଣି ଟେଲିଭିଜନ୍‌ ପରଦାରେ ଦେଖାଦେବେ। ଜଣାଶୁଣା ସ୍କ୍ରିପ୍ଟ୍‌ ରାଇଟର୍‌ ତଥା ସିରିଏଲ୍‌ ପ୍ରଯୋଜିକା ରଜିତା ଶର୍ମାଙ୍କ ଆଗାମୀ […]

deepika1

Jitendra Garnayak
  • Published: Friday, 24 August 2018
  • , Updated: 24 August 2018, 02:33 AM IST

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତ୍ରୀ ଦୀପିକା ସିଂହ ଛୋଟ ପରଦାକୁ ଖୁବଖୀଘ୍ର କମ୍‌ବ୍ୟାକ୍‌ କରୁଛନ୍ତି। ଇଏ ସେହି ଦୀପିକା, ଯାହାଙ୍କୁ ଦର୍ଶକ ଷ୍ଟାର୍‌ପ୍ଲସ୍‌ ଚ୍ୟାନେଲ୍‌ର ମେଗା ଧାରାବାହିକ ‘ଦୀଆ ଔର୍‌ ବାତି ହମ୍‌’ରେ ସନ୍ଧ୍ୟା କୋଠାରୀ ଚରିତ୍ରରେ ଖୁବ୍‌ ତାରିଫ୍ କରିଥିଲେ। ଏହି ସିରିଏଲ୍‌ଟି ୫ବର୍ଷ ଧରି ଚାଲିଥିଲା।

ଏବେ ଚର୍ଚ୍ଚା ହେଉଛି, ସେହି 'ସନ୍ଧ୍ୟା କୋଠାରୀ' ଏବେ ପୁଣି ଟେଲିଭିଜନ୍‌ ପରଦାରେ ଦେଖାଦେବେ। ଜଣାଶୁଣା ସ୍କ୍ରିପ୍ଟ୍‌ ରାଇଟର୍‌ ତଥା ସିରିଏଲ୍‌ ପ୍ରଯୋଜିକା ରଜିତା ଶର୍ମାଙ୍କ ଆଗାମୀ ଟେଲିଭିଜନ୍‌ ସୋ' 'ପଟିଆଲା ବେବ୍ସ୍‌'ରେ ଦୀପିକା ନଜରକୁ ଆସିବେ। ଏଥିରେ ଦୀପିକାଙ୍କର ଲିଡ୍‌ ରୋଲ୍ ରହିଥିବା କୁହାଯାଉଛି ।

ରଜିତା ପୂର୍ବରୁ ‘ଜସ୍ସି ଯୈସି କୋଇ ନହିଁ’ ଓ ‘ୟେ ରିସ୍ତା କ୍ୟା କେହେଲାତା ହେ’  ପରି ହିଟ୍‌ ସିରିଏଲ୍‌ର ପ୍ରଯୋଜନା କରିଥିଲେ।

[caption id="attachment_267069" align="aligncenter" width="750"] image credit- TellyChakkar[/caption]

ରଜିତାଙ୍କ ଆଗାମୀ ପ୍ରୋଜେକ୍ଟ୍‌ ସହ ଦୀପିକା 'ବିଗ୍‌ବସ୍‌-୧୨'ରେ ମଧ୍ୟ ପରଦାରେ ଦେଖାଦେବେ।

୨୦୧୪ରେ ଦୀପିକା, 'ଦୀଆ ଔର୍‌ ବାତି ହମ୍‌’ ସିରିଏଲ୍‌ର ନିର୍ଦ୍ଦେଶକ ଦୀପକ ଗୋଏଲ୍‌ଙ୍କୁ ବିବାହ କରିଥିଲେ। ଗତ ବର୍ଷ ସେମାନଙ୍କର ଏକ ପୁଅ ମଧ୍ୟ ହୋଇଛି।

ଏହି କାରଣରୁ ଗତ କିଛି ବର୍ଷ ହେଲା, ଦୀପିକା ଟେଲିଭିଜନ୍‌ ପରଦାରୁ ଦୂରେଇ ଅଛନ୍ତି। ତେବେ ନୂଆ ପ୍ରୋଜେକ୍ଟ୍‌ ସହ ତାଙ୍କୁ ଖୁବ୍‌ଶୀଘ୍ର ପରଦାରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

Related story