ତନୁଶ୍ରୀ ଦତ୍ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା

ମୁମ୍ବାଇ: ତନୁଶ୍ରୀ ଦତ୍ତାଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି।  ତନୁଶ୍ରୀଙ୍କ ବିରୋଧରେ ମାନହାନୀ ମାମଲା କରିବା ପାଇଁ ତାଙ୍କୁ ନୋଟିସ୍ ପଠାଯାଇଛି।  ଏନେଇ ସୂଚନା ଦେଇଛନ୍ତି ବିବେକଙ୍କ ଓକିଲ। ତନୁଶ୍ରୀ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ମୂଳକ ବୋଲି ବିବେକଙ୍କ ଓକିଲ କହିଛନ୍ତି। ତନୁଶ୍ରୀ ଲୋକପ୍ରିୟତା ହାସଲ କରିବା ପାଇଁ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି। କିଛି ଦିନ ତଳେ ତନୁଶ୍ରୀ, ନାନା ପାଟେକର, […]

agnihotri

agnihotri

Chinmayee Roy
  • Published: Friday, 05 October 2018
  • Updated: 05 October 2018, 06:54 PM IST

Sports

Latest News

ମୁମ୍ବାଇ: ତନୁଶ୍ରୀ ଦତ୍ତାଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି।  ତନୁଶ୍ରୀଙ୍କ ବିରୋଧରେ ମାନହାନୀ ମାମଲା କରିବା ପାଇଁ ତାଙ୍କୁ ନୋଟିସ୍ ପଠାଯାଇଛି।  ଏନେଇ ସୂଚନା ଦେଇଛନ୍ତି ବିବେକଙ୍କ ଓକିଲ। ତନୁଶ୍ରୀ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ମୂଳକ ବୋଲି ବିବେକଙ୍କ ଓକିଲ କହିଛନ୍ତି। ତନୁଶ୍ରୀ ଲୋକପ୍ରିୟତା ହାସଲ କରିବା ପାଇଁ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

କିଛି ଦିନ ତଳେ ତନୁଶ୍ରୀ, ନାନା ପାଟେକର, କୋରିଓ ଗ୍ରାଫର ଗଣେଷ ଆଚାର୍ଯ୍ୟ ଏବଂ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଥିଲେ।  ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମ ନିର୍ମାଣ ଚାଲିଥିବା ବେଳେ ନାନା ପାଟେକର, କୋରିଓ ଗ୍ରାଫର ଗଣେଷ ଆଚାର୍ଯ୍ୟ ତାଙ୍କୁ ଖରାପ ବ୍ୟବହାର କରିବା ସହ ନିର୍ଯାତନା ଦେଇଥିବା ସେ କହିଥିଲେ। ଏହାପରେ ସେ ଫିଲ୍ମ ‘ଚକୋଲେଟ୍’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଉପରେ ଅସାଦାଚରଣର ଅଭିଯୋଗ ଆଣିଥିଲେ । ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଉଥିବା ସାକ୍ଷାତକାରରେ ସେ ଏଭଳି ଅଭିଯୋଗ ଆଣିଥିଲେ।

ଏଭଳି ଅଭିଯୋଗକୁ ଅସ୍ୱୀକାର କରିବା ସହ ଖଣ୍ଡନ କରି ନାନା ପାଟେକର ତନୁଶ୍ରୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି।  ନାନାଙ୍କ ପରେ ଏବେ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତନୁଶ୍ରୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ଏହି ଦୁଇ ଜଣଙ୍କ ମାନହାନୀ ମାମଲାର ନୋଟିସ୍ ତନୁଶ୍ରୀଙ୍କୁ ମିଳିଥିବା ସେ ସ୍ୱୀକାର କରିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos