୧୮ ବର୍ଷର ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଛେଦ, ଅଲଗା ହେବେ ଧନୁଷ-ଐଶ୍ୱର୍ଯ୍ୟା

ଚେନ୍ନାଇ: ଟଲିଉଡର ସୁପରହିଟ ଯୋଡ଼ି ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପରେ ଏବେ ଆଉ ଏକ ସୁପରହିଟ ଯୋଡ଼ି ପରସ୍ପରଠୁ ଅଲଗା ହେବାକୁ ଯାଉଛନ୍ତି। ଏହି ଯୋଡି ହେଲେ ସାଉଥ ସେନସେସନ୍‌  ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା । ପୂର୍ବରୁ ଉଭୟ ଅଲଗା ହେବା ନେଇ ବହୁ ଗୁମର ଉଠିଥିବା ବେଳେ ଏବେ ସେଥିରେ ମୋହର ମାରିଛନ୍ତି ଧନୁଷ । ଧନୁଷ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନିଜ ବିଚ୍ଛେଦ […]

dhanus- with wife

Niharika Rout
  • Published: Tuesday, 18 January 2022
  • , Updated: 18 January 2022, 03:37 PM IST

ଚେନ୍ନାଇ: ଟଲିଉଡର ସୁପରହିଟ ଯୋଡ଼ି ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପରେ ଏବେ ଆଉ ଏକ ସୁପରହିଟ ଯୋଡ଼ି ପରସ୍ପରଠୁ ଅଲଗା ହେବାକୁ ଯାଉଛନ୍ତି। ଏହି ଯୋଡି ହେଲେ ସାଉଥ ସେନସେସନ୍‌  ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା । ପୂର୍ବରୁ ଉଭୟ ଅଲଗା ହେବା ନେଇ ବହୁ ଗୁମର ଉଠିଥିବା ବେଳେ ଏବେ ସେଥିରେ ମୋହର ମାରିଛନ୍ତି ଧନୁଷ । ଧନୁଷ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନିଜ ବିଚ୍ଛେଦ ସମ୍ପର୍କରେ ମୋହର ମାରିଛନ୍ତି।

ଏନେଇ ଧନୁଷ ଏକ ନୋଟ ଲେଖିଛନ୍ତି, ଦୀର୍ଘ ୧୮ ବର୍ଷର ଦୋସ୍ତି, କପଲ, ପ୍ୟାରେଣ୍ଟସ୍‌ ଓ ପରସ୍ପରର ଶୁଭଚିନ୍ତକ ହିସାବରେ ଆମେ ଛିଡ଼ା ହେଲୁ। ଏହି ସମୟରେ ଆମେ ପରସ୍ପରକୁ ବୁଝିଲୁ, ପରିପକ୍ୱ ହେଲୁ ଓ ପରସ୍ପର ସହ ବାଟ ଚାଲିଲୁ। ହେଲେ ଏବେ ଆମେ ଏପରି ଜାଗାରେ ଛିଡ଼ା ହୋଇଛୁ, ଯେଉଁଠାରୁ ଆମ ରାସ୍ତା ଭିନ୍ନ ହୋଇ ଯାଉଛି। ଐଶ୍ୱର୍ଯ୍ୟା ଓ ମୁଁ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ଓ ଆମ ଗୋପନୀୟତାକୁ ନଜରରେ ରଖି ଏହି ସମସ୍ୟାକୁ ଆମକୁ ସମାଧାନ କରିବାକୁ ଦିଅନ୍ତୁ।

[caption id="attachment_707177" align="aligncenter" width="650"] ପତ୍ନୀଙ୍କ ସହ ଧନୁଷ ।[/caption]

ଐଶ୍ୱର୍ଯ୍ୟା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ହୋଇଥିବା ବେଳେ ଧନୁଷ ମଧ୍ୟ ସାଉଥର ଆଗଧାଡ଼ିର ପ୍ରଡ୍ୟୁସର କସ୍ତୁରୀ ରାଜାଙ୍କ ପୁଅ ଅଟନ୍ତି। ୨୦୦୪ ମସିହାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କର ୨ ସନ୍ତାନ ମଧ୍ୟ ଅଛନ୍ତି।

ମଝିରେ ମଝିରେ ଉଭୟଙ୍କ ବ୍ରେକ୍‌ଅପ୍‌ ଖବର ପ୍ରଚାରିତ ହେଉଥିବା ବେଳେ ଏହାକୁ ନେଇ ଉଭୟ ପକ୍ଷରୁ କୌଣସି ବିବୃତି ଆସୁ  ନ ଥିଲା। ହେଲେ ଧନୁଷ ଏହି ଖବରରେ ମୋହର ମାରିଥିବାରୁ ତାଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଆଘାତ ଲାଗିଛି।  ମଲ୍ଟି ଟାଲେଣ୍ଟେଡ ଧନୁଷ ଏକାଧାରରେ ଜଣେ ଆକ୍ଟର ସହ ଡାଇରେକ୍ଟର, ପ୍ରଡ୍ୟୁସର, ଡାନ୍ସର, ପ୍ଲେବ୍ୟାକ୍ ସିଙ୍ଗର ଓ ସ୍କ୍ରିନପ୍ଲେ ରାଇଟର ମଧ୍ୟ । ଏ ଯାଏ ୪୬ ଫିଲ୍ମରେ କାମ କରି ସାରିଥିବା ଧନୁଷ ଗୋଟିଏ ଫିଲ୍ମ ଫେୟାର ଆୱାର୍ଡ, ୪ ନ୍ୟାସନାଲ ଫିଲ୍ମ ଆୱାର୍ଡ ସମେତ ୧୩ ପୁରସ୍କାର ହାତେଇ ସାରିଲେଣି।

Related story