ଆଉ ଝାଡ଼ୁ ନାଁ ବି ଧରିବିନି: ଧର୍ମେନ୍ଦ୍ର

ମୁମ୍ବାଇ: ସତ କଥା କହି ଲୋକଙ୍କଠାରୁ ପ୍ରଶଂସା ପାଇଥିଲେ ବଲିଉଡ୍‌ରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ହେଲେ ଘରେ ପତ୍ନୀଙ୍କ ହାବଭାବ ଦେଖି ବୁଝିଗଲେ ଯେ, ସେ ତାଙ୍କ ଉପରେ ପୂରା ଖପ୍ପା। ତେଣୁ ଯେଉଁ ଟ୍ୱିଟରରେ ସେ ପତ୍ନୀଙ୍କ ଗୁମର ଖୋଲିଥିଲେ, ସେହି ଟ୍ୱିଟର ମାଧ୍ୟମରେ ତାଙ୍କର ମାନଭଞ୍ଜନ କରିବାକୁ ଚେଷ୍ଟା କରିଛନ୍ତି। ଧର୍ମେନ୍ଦ୍ର ଆଜି ସକାଳୁ ସକାଳୁ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ତାଙ୍କର ଯୁବାବସ୍ଥାର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ […]

BeFunky-collage-(1)..

BeFunky-collage-(1)..

Niharika Rout
  • Published: Wednesday, 17 July 2019
  • Updated: 17 July 2019, 03:13 PM IST

Sports

Latest News

ମୁମ୍ବାଇ: ସତ କଥା କହି ଲୋକଙ୍କଠାରୁ ପ୍ରଶଂସା ପାଇଥିଲେ ବଲିଉଡ୍‌ରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ହେଲେ ଘରେ ପତ୍ନୀଙ୍କ ହାବଭାବ ଦେଖି ବୁଝିଗଲେ ଯେ, ସେ ତାଙ୍କ ଉପରେ ପୂରା ଖପ୍ପା। ତେଣୁ ଯେଉଁ ଟ୍ୱିଟରରେ ସେ ପତ୍ନୀଙ୍କ ଗୁମର ଖୋଲିଥିଲେ, ସେହି ଟ୍ୱିଟର ମାଧ୍ୟମରେ ତାଙ୍କର ମାନଭଞ୍ଜନ କରିବାକୁ ଚେଷ୍ଟା କରିଛନ୍ତି।

ଧର୍ମେନ୍ଦ୍ର ଆଜି ସକାଳୁ ସକାଳୁ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ତାଙ୍କର ଯୁବାବସ୍ଥାର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ହାତ ଯୋଡ଼ି ବସିଛନ୍ତି। ଫଟୋର କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ... କଥାଟା ଝାଡ଼ୁକୁ ନେଇ ମଧ୍ୟ...ଆଉ କେବେ କରିବିନି... ଭଗବାନ ମୋତେ କ୍ଷମା କରି ଦିଅ।

dharmendraଏବେ ଆପଣମାନେ କଥାଟା ବୁଝି ସାରିବେଣି ବୋଧେ। କିଛି ଦିନ ତଳେ ସଂସଦରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମେନ୍ଦ୍ରଙ୍କ ଅଭିନେତ୍ରୀ ପତ୍ନୀ ତଥା ବିଜେପି ସାଂସଦ ହେମା ମାଳିନୀ ମଧ୍ୟ ସାମିଲ ହୋଇଥିଲେ। ତେବେ ସେ କେମିତି ଝାଡ଼ୁ ମାରୁଥିଲେ, ସେ ଫଟୋ ଆପଣମାନେ ତ ନିଶ୍ଚିତ ଦେଖି ସାରିଥିବେ। ତାଙ୍କ ଆଖପାଖରେ କୌଣସି ଅଳିଆ ନଥିବା ବେଳେ ଝାଡ଼ୁ ମାଟି ଛାଡ଼ି ଶୁନ୍ୟରେ ବୁଲୁଥିବା ଦୃଶ୍ୟକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏପରିକି କେହି କେହି ଫିଲ୍ମ ଶୁଟିଂ ହେଉଛି ବା ଫଟୋ ଉଠାଇବା ପାଇଁ ସେ ଏମିତି ପୋଜ୍‌ ଦେଉଛନ୍ତି ବୋଲି ଟ୍ୱିଟରରେ ପଚାରିବାକୁ ପଛାଇ ନଥିଲେ। ଯେ ପର୍ଯ୍ୟନ୍ତ ଲୋକେ ତାଙ୍କୁ ଟ୍ରୋଲ୍‌ କରୁଥିଲେ, ସେ ପର୍ଯ୍ୟନ୍ତ କଥା ଠିକ୍ ଥିଲା। ଲୋକଙ୍କ କଥା ହୁଏତ ହେମାମାଳିନୀଙ୍କୁ ବାଧି ନଥିବ। କିନ୍ତୁ ଯେତେବେଳେ ଖୋଦ୍‌ ତାଙ୍କ ପତିଦେବ ଅର୍ଥାତ୍‌ ‘ହି-ମ୍ୟାନ୍‌’ ଧର୍ମେନ୍ଦ୍ର ତାଙ୍କୁ ଟ୍ରୋଲ୍‌ କଲେ, ତାହା ନିଶ୍ଚିତ ତାଙ୍କୁ ବାଧି ଥିବ।

67ହେମା ମାଳିନୀଙ୍କ ଝାଡୁ ମରା ପ୍ରସଙ୍ଗରେ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କୁ ଉତ୍ତର ଦେବାକୁ ଯାଇ ଧର୍ମେନ୍ଦ୍ର ଲେଖିଥିଲେ,“ହଁ, ଫିଲ୍ମରେ ଏପରି କରିଥିଲେ। କିନ୍ତୁ ସେତେବେଳେ ସେ ନୂଆ ନୂଆ ଶିଖୁଥିବା ପରି ମନେ ହୋଇଥିଲେ। ମୁଁ କିନ୍ତୁ ପିଲାଦିନେ ମୋ ମା’ଙ୍କୁ ଝାଡ଼ୁ ମାରିବାରେ ସାହାଯ୍ୟ କରୁଥିଲି। ମୁଁ ସେଥିରେ ମାହିର ଥିଲି। କାରଣ ମୁଁ ପରିଷ୍କାର ପରିଚ୍ଛନ ରହିବାକୁ ପସନ୍ଦ କରେ।”

ତାଙ୍କର ଉତ୍ତରରେ ଅଭିଭୂତ ଟ୍ୱିଟର ବ୍ୟବହାରକାରୀ କହିଥିଲେ, “ଯାହା ହେଉ ସାର୍, ଏଭଳି ସଚ୍ଚୋଟ ଉତ୍ତର ପାଇଁ ମୋ ତରଫରୁ ଅନେକ ଧନ୍ୟବାଦ। ଏଭଳି ସ୍ପଷ୍ଟବାଦୀ ଉତ୍ତର ପାଇଁ ମୁଁ ଆପଣଙ୍କୁ ସମ୍ମାନ ଜଣାଉଛି।“

ସୂଚନାଯୋଗ୍ୟ, ଧର୍ମେନ୍ଦ୍ରଙ୍କୁ ଉକ୍ତ ବ୍ୟକ୍ତି ପଚାରିଥିଲେ,“ଆପଣଙ୍କ ପତ୍ନୀ ଜୀବନରେ କେବେ ଝାଡ଼ୁ ଧରିଥିଲେ?”

ହେଲେ ଆଜି ଧର୍ମେନ୍ଦ୍ର ଯେଉଁ ଟ୍ୱିଟ୍‌ କରିଛନ୍ତି, ସେଥିରୁ ସ୍ପଷ୍ଟ ହେଉଛି ଯେ, ପତ୍ନୀଙ୍କ ମୁଡ୍‌ ଦେଖି ସେ ସବୁ ବୁଝିଯାଇଛନ୍ତି। ଏଣୁ କାଳବିଳମ୍ବ ନ କରି ବୁଲେଇବଙ୍କେଇ କ୍ଷମା ମାଗି ନେଇଛନ୍ତି!

https://twitter.com/aapkadharam/status/1151286377910136832

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story