ମୁମ୍ବାଇ: କରନ ଜୋହରଙ୍କ ଫିଲ୍ମ‘ଏ ଦିଲ୍ ହେ ମୁସ୍କିଲ୍’କୁ ନେଇ ବିବାଦ ଥମିବାର ନା ଧରୁ ନାହିଁ। ରିଲିଜ ପୂର୍ବରୁ ଫିଲ୍ମରେ ପାକ୍ କଳାକରଙ୍କୁ ନେଇ ବିବାଦ ଶାନ୍ତ ପଡିଯାଇଥିବା ବେଳେ ଏବେ ଫିଲ୍ମର ଏକ ଡାଏଲଗକୁ ନେଇ ବିବାଦ ମୁଣ୍ଡ ଟେକିଛି। ଫିଲ୍ମରେ ଅନୁଷ୍କା ଶର୍ମା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଗାଇବା ଶୈଳୀକୁ ନେଇ ପରିହାସ କରିଛନ୍ତି। ଅନୁଷ୍କା କହିଛନ୍ତି ‘ମହମ୍ମଦ ରଫି ଗୀତ ଗାଆନ୍ତି ନାହିଁ, କାନ୍ଦନ୍ତି’।
ଏହି ଡାଏଲଗ ଶୁଣିବା ପରେ ରଫିଙ୍କ ପରିବାର କ୍ଷୋଭ ପ୍ରକାଶ କରିଛନ୍ତି। ଫିଲ୍ମର ଷ୍ଟୋରୀ ସହ ଏହି ଡାଏଲଗର କୌଣସି ପ୍ରକାର ସଂପର୍କ ନ ଥିବା ବେଳେ ଏହାକୁ କାହିଁକି ସ୍ଥାନିତ କରାଯାଇଛି ବୋଲି ରଫିଙ୍କ ପୁଅ ଶାହୀଦ୍ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି,“ମୋ ବାପା ଜଣେ ସନ୍ଥ ଥିଲେ। ତାଙ୍କ ମୃତ୍ୟୁର ୩୬ବର୍ଷ ପରେ ମଧ୍ୟ ତାଙ୍କର ଫ୍ୟାନଙ୍କ ସଂଖ୍ୟା ଅନ୍ୟମାନଙ୍କ ଠାରୁ ଢ଼େର ଅଧିକ ରହିଛି। ଆଜି ବି ଲୋକେ ତାଙ୍କୁ ପୂଜା କରନ୍ତି। ଯିଏ ଏପରି ଡାଏଲଗ ଲେଖିଛନ୍ତି ସେ ଜଣେ ମୁର୍ଖ। କାରଣ ଲେଖିବା ପୂର୍ବରୁ ସେ ଜାଣି ପାରିଲେ ନାହିଁ କାହା ସଂପର୍କରେ ଲେଖାଯାଉଛି ବୋଲି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଆକ୍ରମଣକାରୀକୁ ରୁମ୍ରେ ଲକ କରିଦେଇଥିଲେ ଆହତ ସୈଫ ଅଲୀ ଖାନ, କିନ୍ତୁ କେମିତି ଖସିଗଲା?
ଶେହଜାଦ ପ୍ରଥମେ ମୁମ୍ବାଇରୁ କୋଲକାତାର ହାୱଡା ଯିବାକୁ ଲକ୍ଷ୍ୟ ରଖିଥିଲା। ସେଠାରୁ ସେ ବାଂଲାଦେଶ ଯାଇଥାଆନ୍ତା।
National
କାହିଁକି ୧୫,୦୦୦ କୋଟି ଟଙ୍କାର ସଂପତ୍ତି ହରେଇପାରନ୍ତି ସୈଫ ଅଲୀ ଖାଁ?
ଡକାୟତ ପଶିଲା। ଛୁରୀ ଭୁଷିଲା। ତଥାପି କିଛି ନେଇ ପାରିଲା ନାହିଁ। ସୈଫ ଅଲୀ ଖାଁ ବଂଚିଗଲେ, ତାଙ୍କ ସଂପତ୍ତି ବି ରହିଗଲା। ହେଲେ ଏବେ ସେ ହରେଇବାକୁ ଯାଉଛନ୍ତି ୧୫ ହଜାର କୋଟି ଟଙ୍କାର ଜମିବାଡ଼ି ଓ ଘରଦ୍ୱାର।
Bollywood
ଗୋଟିଏ ପରଠା ଓ ୟୁପିଆଇ ପେମେଣ୍ଟ: କେମିତି ସୈଫ ଅଲୀ ଖାନଙ୍କ ଆକ୍ରମଣକାରୀକୁ ଧରିଲା ପୁଲିସ?
ସେ ବ୍ରେକଫାଷ୍ଟରେ ଗୋଟିଏ ପରଠା ଖାଇବା ପରେ ଗୁଗଲ ପେ ମାଧ୍ୟମରେ ଟଙ୍କା ଦେଇଥିଲା। ବାସ୍ ଏହାକୁ ଟ୍ରାକ କରି ପୁଲିସ୍, ତା’ର ଲୋକସେନ ଠାବ କରିଥିଲା ଓ ତାକୁ ଗିରଫ କରିଥିଲା।
Entertainment
ଚର୍ଚ୍ଚାରେ ସୈଫ ଓ କରୀନାଙ୍କ ଘର
ଦାମୀ ଜାଗାରେ ଘର କରିଛନ୍ତି ସୈଫ ଓ କରୀନା। କିନ୍ତୁ ଏହାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।