ଦିଲ୍ ଚୋରି ହେଲା ରେ...

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ରିଲିଜ ହୋଇଛି ଓଡ଼ଆ ଆଲବମ ‘ଦିଲ୍ ଚୋରି ହେଲା ରେ’। ଯାହା ୟୁଟ୍ୟୁବ୍‌ରେ ଖୁବ୍ ଲୋକପ୍ରିୟତା ଲାଭ କରୁଛି। ନବାଗତା ସାହିଲ ଓ ସେଫାଲିଙ୍କୁ ନେଇ ଏହି ରୋମାଣ୍ଟିକ୍‌ ଗୀତଟିର ଭିଡିଓ ପ୍ରସ୍ତୁତ ହୋଇଛି। ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ୍‌ ସାଗର। ହରିହର ଦାସ୍ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ମ୍ୟୁଜିକ୍‌ ଦେଇଛନ୍ତି ଅଭିଜିତ୍ ମଜୁମଦାର। ଗୀତଟିକୁ ଯୁବପୀଢ଼ି ବେଶ୍ ପସନ୍ଦ କରୁଛନ୍ତି। ଗତ ଫେବୃଆରୀ ୮ ତାରିଖ ଦିନ […]

song

song

Rakesh Mallick
  • Published: Monday, 05 March 2018
  • Updated: 05 March 2018, 07:35 PM IST

Sports

Latest News

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ରିଲିଜ ହୋଇଛି ଓଡ଼ଆ ଆଲବମ 'ଦିଲ୍ ଚୋରି ହେଲା ରେ'। ଯାହା ୟୁଟ୍ୟୁବ୍‌ରେ ଖୁବ୍ ଲୋକପ୍ରିୟତା ଲାଭ କରୁଛି। ନବାଗତା ସାହିଲ ଓ ସେଫାଲିଙ୍କୁ ନେଇ ଏହି ରୋମାଣ୍ଟିକ୍‌ ଗୀତଟିର ଭିଡିଓ ପ୍ରସ୍ତୁତ ହୋଇଛି। ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ୍‌ ସାଗର। ହରିହର ଦାସ୍ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ମ୍ୟୁଜିକ୍‌ ଦେଇଛନ୍ତି ଅଭିଜିତ୍ ମଜୁମଦାର। ଗୀତଟିକୁ ଯୁବପୀଢ଼ି ବେଶ୍ ପସନ୍ଦ କରୁଛନ୍ତି। ଗତ ଫେବୃଆରୀ ୮ ତାରିଖ ଦିନ ଗୀତଟିକୁ ରିଲିଜ କରାଯାଇଥିଲା। ମାତ୍ର ୭ ଦିନ ଭିତର ଗୀତଟିକୁ ୟୁଟ୍ୟୁବ୍‌ରେ ୪୭ ହଜାରରୁ ଅଧିକ ଥର ଦେଖା ସରିଲାଣି। ବିଶେଷ କରି ଏହି ଭିଡିଓର କୋରିଓଗ୍ରାଫି ଓ ସ୍କ୍ରିନ୍‌ ପ୍ଲେ ପୁରା ବଲିଉଡ ଷ୍ଟାଇଲରେ କରାଯାଇଛି। ଜବରଦସ୍ତ କୋରିଓଗ୍ରାଫି, ସ୍କ୍ରିନ୍ ପ୍ଲେ ତା ସାଙ୍ଗକୁ ହ୍ୟୁମାନ ସାଗରଙ୍କର ରୋମାଣ୍ଟିକ୍ କଣ୍ଠର ଯାଦୁ। ଯାହା ଯୁବପୀଢ଼ିଙ୍କୁ ଦିୱାନା କରିଦେଉଛି। ଗୀତଟି ସୁପର ହିଟ୍‌ ହେବ ବୋଲି ନିର୍ମାତା ଓ ପୁରା ଟିମ୍ ଆଶା ରଖିଛନ୍ତି।  ଦେଖନ୍ତୁ ଏହି ଚର୍ଚ୍ଚିତ ଗୀତର ଭିଡିଓ।

https://www.youtube.com/watch?v=dRK3zW2a9rc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos