ଦୀପିକା ଓ ରଣବୀରଙ୍କ ସଂପର୍କରେ ଫାଟ

ମୁମ୍ବାଇ: ବଲିଉଡ ଜଗତରେ ଲଭ୍ ଏଣ୍ଡ ବ୍ରେକ୍‌ ଅପ୍ କିଛି ନୂଆ କଥା ନୁହେଁ। ସେଥିପାଇଁ ତ ଏଠି ସଂପର୍କରେ କମ୍ କ୍ୟାରିୟର ଉପରେ ସମସ୍ତେ ବେଶୀ ଧ୍ୟାନ ଦିଅନ୍ତି। ଠିକ୍ ଯେମିତି ଏବେ ରଣବୀର ସିଂହ ଓ ଦୀପିକା ପାଦୁକୋନ କରୁଛନ୍ତି। ଖବର ମୁତାବକ ଦୀପିକା ଓ ରଣବୀରଙ୍କ ସଂପର୍କରେ ଖୁବ୍ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଉଭୟ ଏ ସଂପର୍କରୁ ମୁକୁଳିବାକୁ ମଧ୍ୟ ଚାହୁଁଛନ୍ତି। ଶୁଣିବାକୁ ମିଳୁଛି ଦୁଇଜଣଙ୍କ ଚିନ୍ତାଧାରା ଓ ବ୍ୟବହାର ସେମାନଙ୍କ […]

ranveer-deepika

Rakesh Mallick
  • Published: Monday, 17 October 2016
  • , Updated: 17 October 2016, 04:22 PM IST

ମୁମ୍ବାଇ: ବଲିଉଡ ଜଗତରେ ଲଭ୍ ଏଣ୍ଡ ବ୍ରେକ୍‌ ଅପ୍ କିଛି ନୂଆ କଥା ନୁହେଁ। ସେଥିପାଇଁ ତ ଏଠି ସଂପର୍କରେ କମ୍ କ୍ୟାରିୟର ଉପରେ ସମସ୍ତେ ବେଶୀ ଧ୍ୟାନ ଦିଅନ୍ତି। ଠିକ୍ ଯେମିତି ଏବେ ରଣବୀର ସିଂହ ଓ ଦୀପିକା ପାଦୁକୋନ କରୁଛନ୍ତି। ଖବର ମୁତାବକ ଦୀପିକା ଓ ରଣବୀରଙ୍କ ସଂପର୍କରେ ଖୁବ୍ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଉଭୟ ଏ ସଂପର୍କରୁ ମୁକୁଳିବାକୁ ମଧ୍ୟ ଚାହୁଁଛନ୍ତି। ଶୁଣିବାକୁ ମିଳୁଛି ଦୁଇଜଣଙ୍କ ଚିନ୍ତାଧାରା ଓ ବ୍ୟବହାର ସେମାନଙ୍କ ସଂପର୍କରେ ଭଟ୍ଟା ପକାଇ ଦେଇଛି।

ଦୀପିକା ନିଜ କାମକୁ ନେଇ ଏତେ ବ୍ୟସ୍ତ ଏବଂ ଚିନ୍ତିତ ଯେ ରଣବୀରଙ୍କ ପାଇଁ ତାଙ୍କ ନିକଟରେ ସମୟ ନାହିଁ। ସଂପର୍କକୁ ନେଇ କିଛି ଉତ୍ସାହିତ ମଧ୍ୟ ନୁହଁନ୍ତି ଦୀପିକା। ଏସବୁ କଥା ଆମେ କହୁନାହୁଁ। ଏପରି ଧାରଣା ରଣବୀରଙ୍କ ମନରେ ବସା ବାନ୍ଧି ସାରିଛି। ଅନେକଥର ରଣବୀର ମଞ୍ଚ ଉପରେ ଦୀପିକାଙ୍କ ପ୍ରତି ନିଜ ଭଲ ପାଇବା ଜାହିର କରିଛନ୍ତି, ହେଲେ ପ୍ରତି ଉତ୍ତର କିଛି ପାଇ ନାହାଁନ୍ତି। ଦୀପିକାଙ୍କ ସବୁ ଫିଲ୍ମରେ ରଣବୀର କମେଣ୍ଟ ଦେଇଥାନ୍ତା। ହେଲେ ନିକଟରେ ରିଲିଜ ହୋଇଥିବା ରଣବୀରଙ୍କ ଫିଲ୍ମ ‘ବେଫିକ୍ରେ’ ରିଲିଜକୁ ନେଇ କିଛି ବି ପ୍ରତିକ୍ରିୟା ରଖିନାହାନ୍ତି ଦୀପିକା।

ନିଜ ସଂପର୍କକୁ ନେଇ ପୂର୍ବରୁ ଉଭୟଙ୍କ ମଧ୍ୟରେ ମତାନ୍ତର ଥିଲେ ମଧ୍ୟ ଏହାକୁ ସ୍ୱୀକାର କରି ନ ଥିଲେ।

Related story