ଏହି ବ୍ୟକ୍ତି ଆଜି ବି ଦିବ୍ୟାଙ୍କ ଫଟୋକୁ ନିଜ ପର୍ସରେ ରଖନ୍ତି

ମୁମ୍ବାଇ: ଆଖିର ଚାହାଣି, ଖିଲି ଖିଲି ହସ କାହିଁ କେତେ ଯୁବକଙ୍କୁ କରୁଥିଲା ପାଗଳ। ତାଙ୍କର ଗୋଟିଏ ଝଲକ ଦେଖିବାକୁ ପାଗଳ ହୋଇଯାଉଥିଲେ ପ୍ରଶଂସକ। ଏମିତି ଲାଗୁଥିଲା ଭଗବାନ ତାଙ୍କୁ ଏକ୍‌ଷ୍ଟ୍ରା ଟାଇମ ନେଇ ବନାଇଛନ୍ତି। ଆଉ ସବୁ ସୁନ୍ଦରତା ଭରି ଦେଇଛନ୍ତି ତାଙ୍କ ମନର ମାନସୀକୁ ବନାଇବା ବେଳେ। ଏବେ ଭାବୁଥିବେ ଆମେ ଏତେ ପ୍ରଶଂସା କହାର କରୁଛି। ସେ ଆଉ କେହି ନୁହଁନ୍ତି, ବଲିଉଡ଼ର ରାଣୀ ବୋଲି କୁହାଯାଉଥିବା ସ୍ୱର୍ଗତା ଦିବ୍ୟା ଭାରତୀ। କେବଳ […]

divya

divya

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 02:12 PM IST

Sports

Latest News

ମୁମ୍ବାଇ: ଆଖିର ଚାହାଣି, ଖିଲି ଖିଲି ହସ କାହିଁ କେତେ ଯୁବକଙ୍କୁ କରୁଥିଲା ପାଗଳ। ତାଙ୍କର ଗୋଟିଏ ଝଲକ ଦେଖିବାକୁ ପାଗଳ ହୋଇଯାଉଥିଲେ ପ୍ରଶଂସକ। ଏମିତି ଲାଗୁଥିଲା ଭଗବାନ ତାଙ୍କୁ ଏକ୍‌ଷ୍ଟ୍ରା ଟାଇମ ନେଇ ବନାଇଛନ୍ତି। ଆଉ ସବୁ ସୁନ୍ଦରତା ଭରି ଦେଇଛନ୍ତି ତାଙ୍କ ମନର ମାନସୀକୁ ବନାଇବା ବେଳେ। ଏବେ ଭାବୁଥିବେ ଆମେ ଏତେ ପ୍ରଶଂସା କହାର କରୁଛି। ସେ ଆଉ କେହି ନୁହଁନ୍ତି, ବଲିଉଡ଼ର ରାଣୀ ବୋଲି କୁହାଯାଉଥିବା ସ୍ୱର୍ଗତା ଦିବ୍ୟା ଭାରତୀ। କେବଳ ନିଜ ରୂପ ପାଇଁ ନୁହେଁ, ନିଜ ଅଭିନୟର ଯାଦୁରେ ସେ ଜିଣିଥିଲେ କୋଟି କୋଟି ଭାରତୀୟଙ୍କ ହୃଦୟ। ମାତ୍ର ୧୬ ବର୍ଷ ବୟସରେ ଏହି ରୂପସୀ ପ୍ରଥମେ ପରଦାକୁ ଆସିଥିଲେ। ୧୮ ବର୍ଷ ବୟସରେ ହିନ୍ଦୀ ଫିଲ୍ମରେ ତାଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା। ମାତ୍ର ଗୋଟିଏ ବର୍ଷରେ ସେ ବନି ଯାଇଥିଲେ ଯୁବ ଭାରତୀୟଙ୍କ ମନର ମାନସୀ। ମାତ୍ର ୪ ବର୍ଷର ଫିଲ୍ମ କ୍ୟାରିୟର ଭିତରେ ସେ ଦର୍ଶକଙ୍କୁ ଭେଟି ଦେଇଥିଲେ ଏକାଧିକ ସୁପରହିଟ୍‌ ଫିଲ୍ମ। ୧୯ ବର୍ଷ ବୟସରେ ଏକ ବିଲ୍ଡିଂରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଶୁଣିବାକୁ ମିଳେ ଦିବ୍ୟାଙ୍କ ମୃତ ବେଳକୁ ତାଙ୍କ ହାତରେ ଥିଲା ୩୦ରୁ ଅଧିକ ଫିଲ୍ମ।  ଦିବ୍ୟାଙ୍କ ମୃତ୍ୟୁ ଫିଲ୍ମ ଇଣ୍ଡଷ୍ଟ୍ରି ସହ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା। ଆଜିକାଲି ଫିଲ୍ମ ଉପରେ ଆଗ୍ରହ ରଖୁଥିବା ଲୋକେ ହୁଏତ ଦିବ୍ୟାଙ୍କୁ ଭୁଲି ଯାଇଥିବେ। ହେଲେ ଏବେ ବି ଏମିତି ଜଣେ ମଣିଷ ଅଛନ୍ତି, ଯିଏ ଦିବ୍ୟାଙ୍କ ଫଟୋ ତାଙ୍କ ପର୍ସରେ ରଖି ବୁଲୁଛନ୍ତି।

Divya-Bhartiଦିବ୍ୟାଙ୍କ ଫଟୋ ପର୍ସରେ ଧରି ବୁଲୁଥିବା ଏହି ବ୍ୟକ୍ତି ଜଣଙ୍କ ହେଲେ ତାଙ୍କ ସ୍ୱାମୀ ତଥା ପ୍ରଯୋଜକ ଓ ନିର୍ଦ୍ଦେଶକ ସାଜିଦ୍‌ ନାଡ଼ିୟାୱାଲା। ଦିବ୍ୟାଙ୍କ ମୃତ୍ୟୁ ପରେ ଅନେକ ଖବର ସାମ୍ନାକୁ ଆସିଥିଲା। କିଏ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା କହୁଥିଲା ତ କିଏ ମର୍ଡର ବୋଲି କହିଥିଲା। ଏମିତି କି ତାଙ୍କ ମୃତ୍ୟୁ ପଛରେ ସାଜିଦ୍‌ଙ୍କ ହାତ ଥିବା ମଧ୍ୟ ଅଭିଯୋଗ ଉଠିଥିଲା। ପୋଲିସ୍‌ ଏହାକୁ ଏକ ଦୁର୍ଘଟଣା ବୋଲି କହିଥିଲା।

divyaଦିବ୍ୟା ଓ ସାଜିଦ୍‌ଙ୍କ ବିବାହ ୧୯୯୨ ମସିହା ମେ’ ୧୦ ତାରିଖରେ ହୋଇଥିଲା। ବିବାହର ୧୦ ମାସ ପରେ ଏଭଳି ଘଟଣା ଘଟିଥିଲା। ଦୁହେଁ ପରସ୍ପରଖୁ ଖୁବ୍‌ ଭଲ ପାଉଥିଲେ। ଏବେ ବି ସାଜିଦ, ଦିବ୍ୟାଙ୍କ ଫଟୋ ସେ ପର୍ସରେ ରଖିଥାନ୍ତି। ତେବେ ସାଜିଦଙ୍କ ଏହି ଭଲପାଇବାକୁ ସେ କେବେ ଜାହିରି କରିବାକୁ ଚାହିଁ ନାହାନ୍ତି କି ଦେଖାଇ ହୋଇନହାନ୍ତି। ଏକ ସାକ୍ଷତକାରରେ ତାଙ୍କ ଦ୍ୱିତୀୟ ପତ୍ନୀ ବର୍ଦ୍ଧା ଏହାର ଖୁଲାସା କରିଥିଲେ।

divyaକେମିତି ହୋଇଥିଲା ଦେଖା

ଦିବ୍ୟା ଓ ସାଜିଦ୍‌ଙ୍କ ସାକ୍ଷତ ଏକ ଫିଲ୍ମ ସେଟ୍‌ରେ ହୋଇଥିଲା। ଦିବ୍ୟା ତାଙ୍କ ଫିଲ୍ମ ‘ଶୋଲା ଓର ସାବନ’ର ସୁଟିଂ କରିବା ସମୟରେ ସାଜିଦ୍‌ ଗୋବିନ୍ଦାଙ୍କୁ ଭେଟିବାକୁ ଯାଇଥିଲେ। କାରଣ ସାଜିଦ୍‌ ନିଜ ପ୍ରଡକ୍ସନ ହାଉସ୍‌ରେ ଫିଲ୍ମ ‘ଜୁଲମ୍‌ କି ହୁକୁମତ୍‌’  ତିଆରି  କରୁଥିଲେ ଓ ଏଥିରେ ଗୋବିନ୍ଦା ହିରୋ ଥିଲେ। ଏହି ଅବସରରେ ସାଜିଦ୍‌ ଓ ଦିବ୍ୟାଙ୍କ ଭେଟ ହୋଇଥିଲା ଓ ପ୍ରଥମ ଦେଖାରେ ସାଜିଦ୍‌ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos