କିଙ୍ଗ୍ ଖାନ୍‌ଙ୍କୁ ପୁଣି ଘେରିଲା ଇଡି, ପଠାଇଲା ନୋଟିସ୍

ମୁମ୍ବାଇ:  କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କର ପିଛା ଛାଡୁନାହିଁ ବିବାଦ।  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋଲକାତା ନାଇଟ୍‌ ରାଇଡର୍ସ ସ୍ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ ମାଲିକ ଶହାରୁଖ ଖାନ୍‌, ତାଙ୍କ ପତ୍ନୀ ଗୌରୀ ଖାନ୍‌ ଓ ଅଭିନେତ୍ରୀ ଜୁହି ଚାୱାଲାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛି। ଏହି ନୋଟିସ୍‌ ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା)ର ଧାରା ୪(୧) ଆଧାରରେ ପଠା ଯାଇଛି। କଂପାନୀର ଅଂଶଧନ ବିକ୍ରି ବେଳେ ଅନିୟମିତତା ଅଭିଯୋଗରେ ଏହି ନୋଟିସ୍ ପଠାଯାଇଛି। ଇଡି କହିଛି ଶାହାରୁଖ, ଗୌରୀ […]

sharukh

sharukh

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 10:45 AM IST

Sports

Latest News

ମୁମ୍ବାଇ:  କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କର ପିଛା ଛାଡୁନାହିଁ ବିବାଦ।  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋଲକାତା ନାଇଟ୍‌ ରାଇଡର୍ସ ସ୍ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ ମାଲିକ ଶହାରୁଖ ଖାନ୍‌, ତାଙ୍କ ପତ୍ନୀ ଗୌରୀ ଖାନ୍‌ ଓ ଅଭିନେତ୍ରୀ ଜୁହି ଚାୱାଲାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛି। ଏହି ନୋଟିସ୍‌ ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା)ର ଧାରା ୪(୧) ଆଧାରରେ ପଠା ଯାଇଛି। କଂପାନୀର ଅଂଶଧନ ବିକ୍ରି ବେଳେ ଅନିୟମିତତା ଅଭିଯୋଗରେ ଏହି ନୋଟିସ୍ ପଠାଯାଇଛି। ଇଡି କହିଛି ଶାହାରୁଖ, ଗୌରୀ ଖାନ୍ ଓ ଜୁହି ଚାୱାଲ ଫେମା ନିୟମ ଉଲ୍ଲଂଘନ କରିଛନ୍ତି।

କୋଲକାତା ନାଇଟ୍‌ ରାଇଡର୍ସ ସ୍ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଅଂଶଧନ ବିକ୍ରିରେ ଅନିୟମିତତା ଅଭିଯୋଗରେ ୨୦୧୫ ମସିହାରେ  ଇଡି ଶାହାରୁଖ ଖାନ୍‌ଙ୍କୁ ପଚରାଉଚରା କରିଥିଲା। ତାଙ୍କୁ ୩ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା  ଓ ଏହା ସହ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos