'ଚନ୍ଦ୍ରମା...ଆଗୋ ଚନ୍ଦ୍ରମା... ତୁମେ ମେଘ ତଳେ.... ଲୁଚିଯାଅନା' ଗୀତିକାର ଆଉ ନାହାନ୍ତି

ବାରିପଦା(ମାନିକ ଲାଲ ପାଣି): ‘ଚନ୍ଦ୍ରମା…ଆଗୋ ଚନ୍ଦ୍ରମା… ତୁମେ ମେଘ ତଳେ…. ଲୁଚିଯାଅନା’ ଗୀତର ଗୀତିକାର ଆଉ ନାହାନ୍ତି। ଅଫେରା ପଥର ପଥୀକ ହୋଇଛନ୍ତି ଓଡ଼ିଆ ସିନେମା ଜଗତର ସୁନାମଧନ୍ୟ ଗୀତିକାର ନିମାଇଁ ମହାନ୍ତି। ବାରିପଦା ପୁରୁଣା ହାଟସାହି ସ୍ଥିତ ବାସଭବନରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ୬୯ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ମହାନ୍ତି ଏକାଧାରରେ ଜଣେ ସଫଳ ଗୀତିକାର, ଆଇନଜୀବୀ, […]

Odia

Odia

Manoranjan Sial
  • Published: Friday, 04 November 2022
  • Updated: 04 November 2022, 09:34 PM IST

Sports

Latest News

ବାରିପଦା(ମାନିକ ଲାଲ ପାଣି): 'ଚନ୍ଦ୍ରମା...ଆଗୋ ଚନ୍ଦ୍ରମା... ତୁମେ ମେଘ ତଳେ.... ଲୁଚିଯାଅନା' ଗୀତର ଗୀତିକାର ଆଉ ନାହାନ୍ତି। ଅଫେରା ପଥର ପଥୀକ ହୋଇଛନ୍ତି ଓଡ଼ିଆ ସିନେମା ଜଗତର ସୁନାମଧନ୍ୟ ଗୀତିକାର ନିମାଇଁ ମହାନ୍ତି। ବାରିପଦା ପୁରୁଣା ହାଟସାହି ସ୍ଥିତ ବାସଭବନରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ୬୯ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ସ୍ୱର୍ଗତ ମହାନ୍ତି ଏକାଧାରରେ ଜଣେ ସଫଳ ଗୀତିକାର, ଆଇନଜୀବୀ, ଲେଖକ ଓ ସଂସ୍କୃତି ବିଶେଷଜ୍ଞ ଥିଲେ। ସେ ୩୦ରୁ ଅଧିକ ଓଡ଼ିଆ ସିନେମାରେ ଗୀତ ରଚନା କରିଛନ୍ତି। ସାଗରଗଙ୍ଗା, ଗୋପରେ ବଢୁଛି କଳା କହ୍ନାଇ, ଅକୁହା କଥା, ସହର ଜଳୁଛି ଭଳି ଅନେକ ହିଟ୍‌ ଚଳଚ୍ଚିତ୍ର ପାଇଁ ସେ ସଙ୍ଗୀତ ରଚନା କରିଛନ୍ତି। ଚଳଚ୍ଚିତ୍ର ସାଙ୍ଗକୁ ସେ ଅନେକ ଓଡ଼ିଆ ଟିଭି ଧାରାବାହିକ ପାଇଁ ଗୀତ ଲେଖିଛନ୍ତି। ତାଙ୍କ ଦ୍ୱାରା ରଚିତ ଅନେକ ଗୀତ ଆଜିବି ଦର୍ଶକ ଗୁଣୁଗୁଣୁ ହେଉଛନ୍ତି। ଓଡ଼ିଆ ଗୀତି କବିତା କ୍ଷେତ୍ରରେ ନିମାଇଁ ମହାନ୍ତିଙ୍କ ନାଁ ଚିର ସ୍ମରଣୀୟ ହୋଇ ରହିବ।

ସ୍ୱର୍ଗତ ନିମାଇଁ ମହାନ୍ତିଙ୍କ ଗୀତ ଗୁଡିକୁ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି, ସରୋଜ ପଟ୍ଟନାୟକ ଭଳି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସ୍ୱର୍ଗତ ମହାନ୍ତି ଜଣେ ସଫଳ ଗୀତିକାର ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେଥିପାଇଁ ସ୍ୱର୍ଗତ ନିମାଇଁ ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଆ ଚଳଚ୍ଚିତ୍ର ଜଗତ ପୁରସ୍କାର, ଓଡ଼ିଆ ଗିତିକବି ପୁରସ୍କାର, ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପୁରସ୍କୃତ, ତରଙ୍ଗ ସିନେ ଆୱାର୍ଡ଼ ସମ୍ମାନ ପରି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story