ହୋଟେଲରେ ପ୍ଲେଟ୍‌ ସଫା କରୁଥିଲେ ସୁନୀଲ ସେଟ୍ଟୀଙ୍କ ବାପା

ମୁମ୍ବାଇ:  ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କୁ କିଏ ବା ନ ଜାଣେ? ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସେ ଜଣେ ଜଣାଶୁଣା ଚେହେରା। ସେ ବଲିଉଡ୍‌କୁ ଦେଇଛନ୍ତି ଅନେକ ସୁପରହିଟ୍‌ ଫିଲ୍ମ । ଆକ୍ସନ୍‌ ଫିଲ୍ମ ପାଇଁ ସୁନୀଲ ବେଶ୍‌ ଜଣାଶୁଣା। ଏହାଛଡ଼ା ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମଧ୍ୟ। କୋଟି କୋଟି ସଂପତ୍ତିର ମାଲିକ। କିନ୍ତୁ ଜାଣିଛନ୍ତି ସୁନୀଲଙ୍କ ବାପା ଏକ ହୋଟେଲ୍‌ରେ ପ୍ଲେଟ୍ ସଫା କରୁଥିଲେ।

୨୦୧୩ରେ ସୁନୀଲ ଯେତେବେଳେ ତାଙ୍କ ଡେକୋରେସନ୍ ଶୋ’ରୁମ୍‌ ଲଞ୍ଚ୍ କଲେ ସେତେବେଳେ ଏକ ସାକ୍ଷାତକାରରେ କହିଥିଲେ ଯେ ଏହି ଜାଗାରେ ତାଙ୍କ ବାପା କାମ କରୁଥିଲେ। ସେ ୱେଟର ଥିଲେ ଓ ପ୍ଲେଟ୍ ମଧ୍ୟ ସଫା କରୁଥିଲେ। ୯ ବର୍ଷ ବୟସରୁ ସେ ରେଷ୍ଟୁରାଣ୍ଟରେ କାମ ଆରମ୍ଭ କରିଥିଲେ। ଦୀର୍ଘ ଦିନ କାମ କରିବା ପରେ ୧୯୪୫ରେ ଏକ କୋଠା କିଣି ଥିଲେ। ତା’ପରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ସୁନୀଲ ବି ଫିଲ୍ମ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ତାଙ୍କ ବାପାଙ୍କୁ ବ୍ୟବସାୟରେ ସାହାଯ୍ୟ କରୁଥିଲେ।