ପାଟି ଚୁପ୍ କରି ଦେଲେ ତାପସୀ ପନ୍ନୁ

ମୁମ୍ବାଇ: ଓମ୍ ସିଂହ ଯାଦବ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ କରି ତାପସୀ ପନ୍ନୁଙ୍କୁ ଜଣେ ଶସ୍ତା ଅଭିନେତ୍ରୀ ବୋଲି କହିଥିଲେ। ଏହା ସହିତ ତାଙ୍କ ମାନସିକି ସ୍ଥିତି ଠିକ୍ ନାହିଁ ବୋଲି କହିଥିଲେ। ତେବେ ତାପସୀ ଛାଡ଼ିବା ଯୁବତୀ ନୁହନ୍ତି। ଓମ୍ ସିଂହ ଯାଦବଙ୍କୁ ସେ କଡ଼ା ଜବାବ ଦେଇ ତାଙ୍କ ପାଟି ଚୁପ୍ କରି ଦେଇଛନ୍ତି। ଅବଶ୍ୟ ତାପସୀ ରାଗି ଯାଇ କିଛି ଓଲଟାସିଧା ଲେଖି ନାହାନ୍ତି। ସେ ଖୁବ୍ ମଜାଳିଆ ଢଙ୍ଗରେ ଉକ୍ତ […]

tapasee

Jitendra Garnayak
  • Published: Thursday, 18 July 2019
  • , Updated: 18 July 2019, 03:01 PM IST

ମୁମ୍ବାଇ: ଓମ୍ ସିଂହ ଯାଦବ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ କରି ତାପସୀ ପନ୍ନୁଙ୍କୁ ଜଣେ ଶସ୍ତା ଅଭିନେତ୍ରୀ ବୋଲି କହିଥିଲେ। ଏହା ସହିତ ତାଙ୍କ ମାନସିକି ସ୍ଥିତି ଠିକ୍ ନାହିଁ ବୋଲି କହିଥିଲେ। ତେବେ ତାପସୀ ଛାଡ଼ିବା ଯୁବତୀ ନୁହନ୍ତି। ଓମ୍ ସିଂହ ଯାଦବଙ୍କୁ ସେ କଡ଼ା ଜବାବ ଦେଇ ତାଙ୍କ ପାଟି ଚୁପ୍ କରି ଦେଇଛନ୍ତି। ଅବଶ୍ୟ ତାପସୀ ରାଗି ଯାଇ କିଛି ଓଲଟାସିଧା ଲେଖି ନାହାନ୍ତି। ସେ ଖୁବ୍ ମଜାଳିଆ ଢଙ୍ଗରେ ଉକ୍ତ ବ୍ୟକ୍ତିଙ୍କୁ ଜବାବ ଦେଇଛନ୍ତି।

ତାପସୀ ତାଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍‌ କରି ଲେଖିଛନ୍ତି, ଠିକ୍ ଅଛି ସାର୍‌, ଆପଣ କେବେ ମୋତେ ଥେରାପି ସେସନ୍ ଦେବେ। ମୁଁ କେମିତି ଦାମୀ ଅଭିନେତ୍ରୀ ହେବି ତାହା ବି କହି ଦିଅନ୍ତୁ। ମୁଁ ବି ତ ଦାମୀ ହେବା ଦରକାର।

ତାପସୀଙ୍କ ଏହି ଟ୍ୱିଟ୍ ତାଙ୍କ ଫ୍ୟାନ୍‌ଙ୍କ ସହିତ ଅନ୍ୟମାନଙ୍କ ମନକୁ ବି ବେଶ୍ ପାଇଛି। ତାପସୀଙ୍କ ଟ୍ୱିଟ୍ ପଢ଼ିବା ପରେ ଲୋକେ ତାଙ୍କୁ ସମର୍ଥନ କରିବା ସହିତ ଓମ୍ ସିଂହ ଯାଦବଙ୍କୁ ଟ୍ରୋଲ୍ କରିଛନ୍ତି।

ତାପସୀଙ୍କୁ ସମର୍ଥନ କରି ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ତାଙ୍କ କଥା ଭୁଲି ଯାଅ ତାପସୀ। ଏମିତି ଲୋକ ବଦଳନ୍ତି ନାହିଁ। ଆପଣ ଜଣେ ବଢ଼ିଆ ଅଭିନେତ୍ରୀ ଓ ଆପଣ ଏହା ଜାଣି ରଖିବା ଉଚିତ୍‌।

ଏହି ଫ୍ୟାନ୍‌ଙ୍କୁ ଧନ୍ୟବାଦ୍ ଦେଇ ତାପସୀ ଲେଖିଛନ୍ତି, ଆରେ ମୁଁ ଏଭଳି ଲୋକମାନଙ୍କୁ ବଦଳାଇବାକୁ ଚାହୁଁନାହିଁ। ସେମାନେ ବହୁତ ମଜାଳିଆ। ସେମାନଙ୍କର ଏହି ଗୁଣକୁ ମୁଁ ନଷ୍ଟ କରିଦେବାକୁ ଚାହୁଁନି। ସେମାନେ ବହୁତ କଥା କହନ୍ତି। ସେମାନଙ୍କ କଥାକୁ ଆମେ କେମିତି ଢଙ୍ଗରେ ଗ୍ରହଣ କରିବା, ତାହା ଆମ ଉପରେ ନିର୍ଭର କରେ।

Related story