ବିଗ୍‌ବସ୍‌ ଫେମ୍‌ ଦୀପକ ଠାକୁର୍ ଓ ସୋମି ଖାନ୍‌ଙ୍କ ସମ୍ପର୍କରେ ଫାଟ

ମୁମ୍ବାଇ: ବିଗ୍‌ବସ୍‌-୧୨ର ପ୍ରତିଯୋଗୀ ଦୀପକ ଠାକୁର୍‌ ଓ ସୋମି ଖାନ୍‌ଙ୍କ ବନ୍ଧୁତା ବେଶ୍ ଚର୍ଚ୍ଚାରେ ରହୁଥିଲା। ଶୋ’ରେ ଦୁହିଁଙ୍କ ଜୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଥିଲେ। ଦୁହିଁଙ୍କର ଏକାଠି ଏକ ମ୍ୟୁଜିକ୍‌ ଆଲବମ୍‌ ମଧ୍ୟ ଆସିବାକୁ ଥିଲା। ହେଲେ ଆଲବମ୍‌ ରିଲିଜ୍‌ ପୂର୍ବରୁ ହିଁ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଛି। ଦୁହେଁ ପରସ୍ପରକୁ ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍‌ଫଲୋ କରିଦେଇଛନ୍ତି।

View this post on Instagram

@sabakhan_ks Appi se Mulakaat 🙏

A post shared by Deepak Thakur (@ideepakthakur) on

ଦୁହିଁଙ୍କ ମଧ୍ୟରେ ମନାନ୍ତର ହୋଇଥିବା ଖବରକୁ ସ୍ପଷ୍ଟ କରିଛନ୍ତି ଦୀପକ ଠାକୁର୍‌। ସେ କହିଛନ୍ତି, ‘କିଛି ଭୁଲ ବୁଝାମଣା ଯୋଗୁ ଆମ ଭିତରେ ଛୋଟ ଝଗଡ଼ା ହୋଇଛି। ପ୍ରଥମେ ମୁଁ ସୋମିଙ୍କୁ ଅନ୍‌ଫଲୋ କରିଥିଲି। ମୁଁ କିନ୍ତୁ ତାଙ୍କ ସହ ପ୍ରଫେଶନାଲ ରହିବି ଓ ମ୍ୟୁଜିକ୍‌ ଭିଡିଓକୁ ପ୍ରୋମୋଟ ମଧ୍ୟ କରିବି। ଆମ ଭିତରେ ଏତେ ବଡ଼ ଝଗଡ଼ା ବି ହୋଇ ନାହିଁ ଯେ ଆମେ ପରସ୍ପରର ମୁହଁ ଚାହିଁବୁନି।’

ଅନ୍ୟପଟେ ସୋମି ଏହି ମାମଲାରେ କିଛି ବି କହିବାକୁ ମନା କରିଦେଇଛନ୍ତି। ସେ ଦୀପକ୍‌ଙ୍କ ବିଷୟରେ କୌଣସି କଥା ହେବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।

ସୋମି ଓ ଦୀପକ୍‌ ଭଜନ ସମ୍ରାଟ ଅନୁପ ଜଲୋଟା ଓ ଡାକ୍ତର ରୀନା ମେହେତାଙ୍କ ମ୍ୟୁଜିକ୍‌ ଆଲବମ୍‌ ‘କେସରିଆ ବାଲମ୍’ରେ କାମ କରିଛନ୍ତି। କିଛି ଦିନ ତଳେ ସେମାନେ ଗୁଜରାଟର ଭୁଜ୍‌ରେ ଗୀତର ସୁଟିଂ କରିଥିଲେ। ଖୁବ୍‌ ଶୀଘ୍ର ଦୁହିଁଙ୍କର ଏହି ମ୍ୟୁଜିକ୍‌ ଭିଡିଓଟି ରିଲିଜ୍‌ ହେବ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ ‘ବିଗ୍‌ବସ୍‌-୧୨’ରେ ଦୀପକ ଠାକୁର ଓ ସୋମି ଖାନ୍‌ଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଥିଲା। ଶୋ’ରେ ଅନେକ ଥର ଦୀପକ୍‌ ସୋମିଙ୍କ ପ୍ରତି ତାଙ୍କ ମନରେ ଥିବା ଭାବନାକୁ ପରିପ୍ରକାଶ କରିଥିଲେ। ହେଲେ ସୋମି କେବଳ ଭଲ ସାଙ୍ଗ ହୋଇ ରହିବାକୁ କହିଥିଲେ। ଶୋ’ ପରେ ସୋମି, ଶ୍ରାସନ୍ଥଙ୍କ ସହ ଦୀପକଙ୍କ ଗାଁ ମୁଜାଫର୍‌ପୁର୍‌ ମଧ୍ୟ ଯାଇଥିଲେ। ଏହାପରେ ଅନେକଥର ସୋମି ଓ ଦୀପକଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ହେଲେ ବର୍ତ୍ତମାନ ତାଙ୍କ ଭିତରେ ଝଗଡ଼ା ହୋଇଥିବା ଖବର ଉଭୟଙ୍କ ଫ୍ୟାନ୍ସଙ୍କ ମନରେ ଆଘାତ ଦେଇଛି।