ଇନ୍ଦୋର: ଆଉ ନାହାନ୍ତି ଆଗଧାଡ଼ିର ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସେ। ୮୩ ବର୍ଷ ବୟସରେ ଆଜି ସକାଳ ୮ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାର ସମ୍ମୁଖୀନ ହେଉଥିଲେ।
ଦୀର୍ଘ ଦଶନ୍ଧି ଧରି ଫିଲ୍ମ ସମୀକ୍ଷକ ଭାବେ ନିଜ କ୍ୟାରିଅର କରିଥିବା ଜୟ ପ୍ରକାଶ ବେଶ୍ ଲୋକପ୍ରିୟ ଥିଲେ। ଏପରିକି ତାଙ୍କ ଦ୍ୱାରା ହେଉଥିବା ଫିଲ୍ମର ସମୀକ୍ଷା ତଥା ତାଙ୍କ ଲେଖନୀ ଶୈଳୀକୁ ପାଠକ ଖୁବ ଆଦୃତ କରୁଥିଲେ।
ଏହାବାଦ ‘ପରଦେ କେ ପିଛେ’ ସ୍ତମ୍ଭ ତାଙ୍କୁ ଖୁବ୍ ଲୋକପ୍ରିୟ କରାଇ ପାରିଥିଲା। ଗତ ସପ୍ତାହରେ ସେ ଏହି ସ୍ତମ୍ଭକୁ ଶେଷ ଥର ପାଇଁ ଲେଖିଥିଲେ। ଶେଷଥର ପାଇଁ ସେ ଲେଖିଥିଲେ, ପ୍ରିୟ ପାଠକଗଣ ... ଏହା କେବଳ ବିଦା , ଅଳବିଦା ନୁହେଁ, ମୁଁ କିଛି ସମୟ ଚିନ୍ତାଧାରାକୁ ଆସିପାରେ, କିନ୍ତୁ ଏପରି ସମ୍ଭାବନା ପ୍ରାୟତଃ ଶୂନ୍ୟ |
ଜୟ ପ୍ରକାଶ ଚୌକସେଙ୍କ ଦେହାନ୍ତରେ ତାଙ୍କ ପ୍ରଶଂସକମାନେ ଗଭୀର ଦୁଃଖିତ ହୋଇ ପଡ଼ିଛନ୍ତି। ସୋଶାଲ ମିଡିଆରେ ବହୁ ସଂଖ୍ୟାରେ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।