ଇନ୍ଦିରାଙ୍କ ଏମର୍ଜେନ୍ସିକୁ ନେଇ ଫିଲ୍ମ ‘ଇନ୍ଦୁ ସରକାର’ ପୁଣି ଚର୍ଚ୍ଚାରେ: ଫିଲ୍ମ ପାଇଁ ଗାନ୍ଧୀ ପରିବାରର ଅନୁମତି ଦରକାର ନାହିଁ

ମୁମ୍ବାଇ:ଖୁବଶୀଘ୍ର ମଧୁର ଭଣ୍ଡାରକରଙ୍କ ବହୁ ଚର୍ଚ୍ଚିତ ଚଳଚିତ୍ର ଇନ୍ଦୁ ସରକାର ରିଲିଜ୍‌ ହେବାକୁ ଯାଉଛି। ଭାରତୀୟ ରାଜନୀତିରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତ କିଭଳି ପ୍ରଭାବ ପକାଇଥିଲା ତାହା ଉପରେ ପର୍ଯ୍ୟବେଶିତ। ପରଦାକୁ ଆସିବା ପୂର୍ବରୁ ଫିଲ୍ମକୁ ଅନେକ ଲୋକ ବିରୋଧ କରୁଥିବା ବେଳେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡର ଅଧ୍ୟକ୍ଷ ପେହେଲାଜ ନିହାଲାନୀ ଫିଲ୍ମର ଟ୍ରେଲର ଦେଖି ଖୁସି ଜାହିର କରିଛନ୍ତି। ଏହା ତାଙ୍କ ମନକୁ ବେଶ ଛୁଇଁପାରିଥିଲା। ସେ କହିଥିଲେ ଇନ୍ଦୁ ସରକାର ନିର୍ମାଣ […]

indu

indu

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 05:26 PM IST

Sports

Latest News

ମୁମ୍ବାଇ:ଖୁବଶୀଘ୍ର ମଧୁର ଭଣ୍ଡାରକରଙ୍କ ବହୁ ଚର୍ଚ୍ଚିତ ଚଳଚିତ୍ର ଇନ୍ଦୁ ସରକାର ରିଲିଜ୍‌ ହେବାକୁ ଯାଉଛି। ଭାରତୀୟ ରାଜନୀତିରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତ କିଭଳି ପ୍ରଭାବ ପକାଇଥିଲା ତାହା ଉପରେ ପର୍ଯ୍ୟବେଶିତ। ପରଦାକୁ ଆସିବା ପୂର୍ବରୁ ଫିଲ୍ମକୁ ଅନେକ ଲୋକ ବିରୋଧ କରୁଥିବା ବେଳେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡର ଅଧ୍ୟକ୍ଷ ପେହେଲାଜ ନିହାଲାନୀ ଫିଲ୍ମର ଟ୍ରେଲର ଦେଖି ଖୁସି ଜାହିର କରିଛନ୍ତି। ଏହା ତାଙ୍କ ମନକୁ ବେଶ ଛୁଇଁପାରିଥିଲା। ସେ କହିଥିଲେ ଇନ୍ଦୁ ସରକାର ନିର୍ମାଣ କରିବାପାଇଁ ଗାନ୍ଧୀ ପରିବାରର ଅନୁମତି ଦରକାର ନାହିଁ। କାରଣ ଏଥିରେ କାହାରିକୁ ଆକ୍ଷେପ କରାଯାଇନାହିଁ। ସେ ମଧୁରଙ୍କୁ ଶୁଭେଚ୍ଛା ଦେଇ କହିଛନ୍ତି ଏହି ଚଳଚ୍ଚିତ୍ରଟି ଭାରତୀୟ ରାଜନୀତିର ସବୁଠୁ ଲଜ୍ଜାଜନକ ଅଧ୍ୟାୟ ଉପରେ ପରଦା ହଟାଇବାକୁ ଯାଉଛି। ସେ କହିଛନ୍ତି ଏହି ସମୟରେ ବହୁତ ନେତାଙ୍କୁ ଜେଲ ଯିବାକୁ ପଡିଥିଲା ,ଭାରତୀୟ ଲୋକଙ୍କ ମନୋବଳକୁ ମଧ୍ୟ ଆଘାତ ଲାଗିଥିଲା। ନିହାଲାନୀଙ୍କୁ ଯେବେ ପଚାରା ଯାଇଥିଲା  କିଭଳି ଏହି ଫିଲ୍ମକୁ ଏନଓସି ଦିଆଯାଇଛି ସେ କହିଥିଲେ ଏହି ଚଳଚ୍ଚିତ୍ରରେ କାହାକୁ ଆକ୍ଷେପ କରାଯାଇନାହିଁ କେବଳ ଏଥିରେ ରାଜନୀତିର ଏକ ଅଂଶକୁ ବର୍ଣ୍ଣନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos