‘କବୀର୍‌ ସିଂହ’: ୩ ଦିନରେ ପାର୍‌ ହେଲା ୭୦ କୋଟି

ମୁମ୍ବାଇ: ରିଲିଜ ହୋଇଯାଇଛି ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍‌ ସିଂହ’। ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଧୂମ୍‌ ମଚାଇ ଦେଇଛି। ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ଅନୁଯାୟୀ ଫିଲ୍ମଟି ତିନି ଦିନରେ ୭୦ କୋଟିରୁ ଅଧିକ ଆୟ କରିସାରିଲାଣି।  ପ୍ରଥମ ଦିନରେ ହିଁ  ଏହା ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଦେଇଥିଲା। ଫିଲ୍ମଟି ପ୍ରଥମ ଦିନରେ ୨୦.୨୧ କୋଟି ଟଙ୍କା ଆୟ କରି ରେକର୍ଡ଼ କରିଛି। ଦ୍ୱିତୀୟ ଦିନରେ ଏହା ୨୨.୭୧ କୋଟି ଓ ତୃତୀୟ ଦିନରେ ଏହା ୨୭.୨୯ କୋଟି ଆୟ କରିଛି।

ଫିଲ୍ମଟିକୁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମିଳିଛି। ପ୍ରେମ, ବିଚ୍ଛେଦ ଏବଂ ବର୍‌ବାଦ୍‌କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ଶାହିଦ୍‌ କପୁର୍‌ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଫିଲ୍ମରେ ଶାହିଦଙ୍କ ଲୁକ୍‌ ଓ ଅନ୍ଦାଜ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦିପ ବାଙ୍ଗା।

‘କବୀର୍‌ ସିଂହ’ ଶାହିଦ କପୁରଙ୍କ କ୍ୟାରିୟରର ସବୁଠୁ ବଡ଼ ଓପନର ଫିଲ୍ମ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ ଏହି ରେକର୍ଡ଼ ‘ପଦ୍ମାବତ୍‌’ ନାଁରେ ଥିଲା। ଏହି ଫିଲ୍ମ ପ୍ରଥମ ଦିନରେ ୧୯ କୋଟିର ବିଜନେସ କରିଥିଲା। ଫିଲ୍ମରେ ଶାହିଦ୍‌ ରାଣୀ ପଦ୍ମାବତୀଙ୍କ ସ୍ୱାମୀ ରାଜା ରାୱଲ ରତନ ସିଂହଙ୍କ ଭୂମିକାରେ ଅଭିନୟ କରିଥିଲେ।

କେବଳ ଏତିକି ନୁହେଁ, ‘କବୀର୍ ସିଂହ’ ୨୦୧୯ର ଏବେ ପର୍ଯ୍ୟନ୍ତ ସବଠୁ ବଡ଼ ନନ୍‌ ହଲିଡେ ଓପନର ଫିଲ୍ମ ଭାବେ ମଧ୍ୟ ରେକର୍ଡ଼ କରିଛି। ଏଥିସହ ‘ପଦ୍ମାବତ୍‌’ ପରେ ପ୍ରଥମ ୱିକେଣ୍ଡରେ ଶାହିଦ୍‌ଙ୍କର ଏହା ସର୍ବାଧୀକ ଆୟ କରିଥିବା ଫିଲ୍ମ।  ‘କବୀର୍ ସିଂହ’ର ୱିକେଣ୍ଡର ଆୟ ଫିଲ୍ମ ‘ଟୋଟାଲ୍ ଧମାଲ୍‌’କୁ ମଧ୍ୟ ପଛରେ ପକାଇ ଦେଇଛି। ‘ଟୋଟାଲ୍‌ ଧମାଲ୍‌’  ଓପନିଂ ୱିକେଣ୍ଡ କଲେକଶନ୍‌ ଥିଲା ୬୨.୪୦ କୋଟି।

ଅଭିନେତ୍ରୀ କିଆରା ଆଡଭାନୀଙ୍କ ପାଇଁ ମଧ୍ୟ ଏହା ସୋଲୋ ଲିଡ୍‌ ଭାବେ ସବୁଠୁ ବଡ଼ ଓପନର ଫିଲ୍ମ ହୋଇଛି। ଏହା ପୂର୍ବରୁ ଫିଲ୍ମ ‘ଏମ୍‌ଏସ୍‌ ଧୋନି’ ପ୍ରଥମ ଦିନରେ ୨୧.୩୦ କୋଟି ଟଙ୍କା ଆୟ କରିଥିଲା। ହେଲେ ସେହି ଫିଲ୍ମରେ କିୟାରାଙ୍କ ସହ ଦୀଶା ପାଟନୀ ମଧ୍ୟ ଲିଡ୍‌ ରୋଲ୍‌ରେ ଥିଲେ। ଫିଲ୍ମରେ କିୟାରାଙ୍କର ବେଶି ରୋଲ୍‌ ନଥିଲା।

‘କବୀର ସିଂହ’ ପ୍ରଥମ ଦିନରେ ୨୦.୨୧ କୋଟି ଟଙ୍କା ଆୟ କରି ୨୦୧୯ର ଏବେ ପର୍ଯ୍ୟନ୍ତ ଚତୁର୍ଥ ବଡ଼ ଓପନର ଫିଲ୍ମ ହୋଇଯାଇଛି। ସଲମାନଙ୍କ ‘ଭାରତ୍’ ୪୨.୩୦ କୋଟି ଆୟ କରି ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ନମ୍ବରରେ ୨୧.୬୦ କୋଟି ଟଙ୍କା ଆୟ କରି ଫିଲ୍ମ ‘କଲଙ୍କ’ ରହିଥିବାବେଳେ ଅକ୍ଷୟଙ୍କ ‘କେଶରୀ’ ୨୧.୦୬ କୋଟି ଆୟ କରି ତୃତୀୟ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ

ପଙ୍ଗୋଙ୍ଗ ହ୍ରଦରୁ ବି ପଛକୁ ଘୁଞ୍ଚିଲା ଚାଇନା, କିନ୍ତୁ…

ଏହି ସ୍ଥାନରେ ଜୁଲାଇ ୧୪ରୁ ଦୁଇଟି ପର୍ଯ୍ୟାୟରେ ୧୦ ଦିନିଆ ଲକଡାଉନ

ଅରୁଣାଚଳ ପ୍ରଦେଶରେ ୬ ଆତଙ୍କୀ ନିପାତ

ପ୍ରଭାସଙ୍କ ଫିଲ୍ମ ପୋଷ୍ଟର୍ ଶେଆର୍ କରି ସଚେତନ କରାଇଲା ପୁଲିସ୍

ବିକାଶ ଦୁବେ ଓ ସହଯୋଗୀଙ୍କ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କଲା ଇଡି, ଫିଟିବ କି ଗୁମର

ପଙ୍ଗପାଳ ଆକ୍ରମଣକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ କହିଲେ ମନ୍ତ୍ରୀ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ ସ୍ୱାମୀ

‘ହମ୍ କଲାକାର ହୈ’ ଜରିଆରେ ସବୁ କଳାକାରଙ୍କୁ ଅନୁପମଙ୍କ ସଲାମ୍

ମୋଦି, ଯୋଗୀ ଓ ଶିବରାଜଙ୍କ ସମ୍ପର୍କରେ ଅତ୍ୟନ୍ତ ବିବାଦୀୟ ବୟାନ ଦେଲେ ବିଜେପି ମନ୍ତ୍ରୀ

ଘରେ ପଶିଗଲା ବିଶାଳକାୟ ଗୋଧି, ଲୋକେ ଛାନିଆ

ଗ୍ୟାଙ୍ଗଷ୍ଟର ବିକାଶର ପତ୍ନୀ ଦେଲେ ବଡ଼ ବୟାନ, କହିଲେ ଦରକାର ପଡ଼ିଲେ ବନ୍ଧୁକ ଉଠାଇବି

କରୋନାରେ ନୂଆ ରେକର୍ଡ କଲା ଆମେରିକା, ଦିନକରେ ୭୧ ହଜାର ପଜିଟିଭ