୨୫ରେ ରିଲିଜ୍ ହେବ ‘ପଦ୍ମାବତ୍’

ମୁମ୍ୱାଇ: ବହୁ ବିବାଦ ପରେ ଶେଷରେ ଜାନୁୟାରୀ ୨୫ ତାରିଖରେ ଫିଲ୍ମ ‘ପଦ୍ମାବତ୍’ ରିଲିଜ୍‌ ହେବାକୁ ସ୍ଥିର ହୋଇଛି। ସଞ୍ଜୟ ଲୀଳା ଭନସାଲିଙ୍କର ଏହି ଐତିହାସିକ ଡ୍ରାମା ଫିଲ୍ମକୁ ସେନ୍ସର ବୋର୍ଡ ସ୍ୱୀକୃତି ଦେଇଛି। ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ଦୀପିକା ପାଦୁକୋନ୍, ରଣବୀର ସିଂ ଓ ସାହିଦ୍ କାପୁର। ପଦ୍ମାବତୀ ଚରିତ୍ରକୁ ବିକୃତ କରାଯାଇଥିବା ଅଭିଯୋଗରେ ଫିଲ୍ମ ବିବାଦରେ ଛନ୍ଦି ହୋଇଥିଲା। କିଛି ବିବାଦୀୟ ଦୃଶ୍ୟ କାଟିବା ପାଇଁ ଦାବି ହୋଇଥିଲା। ଏମିତିକି କିଛି ରାଜ୍ୟରେ […]

padmavat1

padmavat1

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 02:03 PM IST

Sports

Latest News

ମୁମ୍ୱାଇ: ବହୁ ବିବାଦ ପରେ ଶେଷରେ ଜାନୁୟାରୀ ୨୫ ତାରିଖରେ ଫିଲ୍ମ ‘ପଦ୍ମାବତ୍’ ରିଲିଜ୍‌ ହେବାକୁ ସ୍ଥିର ହୋଇଛି। ସଞ୍ଜୟ ଲୀଳା ଭନସାଲିଙ୍କର ଏହି ଐତିହାସିକ ଡ୍ରାମା ଫିଲ୍ମକୁ ସେନ୍ସର ବୋର୍ଡ ସ୍ୱୀକୃତି ଦେଇଛି। ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ଦୀପିକା ପାଦୁକୋନ୍, ରଣବୀର ସିଂ ଓ ସାହିଦ୍ କାପୁର। ପଦ୍ମାବତୀ ଚରିତ୍ରକୁ ବିକୃତ କରାଯାଇଥିବା ଅଭିଯୋଗରେ ଫିଲ୍ମ ବିବାଦରେ ଛନ୍ଦି ହୋଇଥିଲା। କିଛି ବିବାଦୀୟ ଦୃଶ୍ୟ କାଟିବା ପାଇଁ ଦାବି ହୋଇଥିଲା। ଏମିତିକି କିଛି ରାଜ୍ୟରେ ଫିଲ୍ମ ରିଲିଜ ଉପରେ ରୋକ୍ ଲାଗିଥିଲା।

ଏହାପରେ ସେନ୍ସର ବୋର୍ଡ କୋର୍ଟକୁ ଯାଇଥିଲା। ଫିଲ୍ମର କିଛି ଦୃଶ୍ୟକୁ କାଟିବା ସହ ‘ପଦ୍ମାବତ୍‌’ ନାଁରେ ରିଲିଜ କରିବାକୁ ସେନସର ବୋର୍ଡ ସର୍ତ୍ତ ରଖିଥିଲା। ପ୍ରଯୋଜକ ଏଥିରେ ରାଜି ହେବାରୁ ଏବେ ଫିଲ୍ମ ଆସନ୍ତା ୨୫ ତାରିଖରେ ରିଲିଜ ହେବାକୁ ସ୍ଥିର ହୋଇଛି। ତେବେ ‘ପଦ୍ମାବତ୍’ ରିଲିଜ ଦିନ ଅକ୍ଷୟ କୁମାରଙ୍କ ଅଭିନୀତ ‘ପ୍ୟାଡ ମ୍ୟାନ’ ମଧ୍ୟ ରିଲିଜ ହେବ। ତେଣୁ ବକ୍ସ ଅଫିସ୍‌ରେ ‘ପଦ୍ମାବତ୍’ ଓ ‘ପ୍ୟାଡମ୍ୟାନ’ ମଧ୍ୟରେ କଡା ଟକ୍କର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos