‘ଫିଲୁରୀ’ର ଟ୍ରେଲର ରିଲିଜ

ମୁମ୍ବାଇ: ଅନୁଷ୍ମାଙ୍କ ପ୍ରଡକ୍ସନ ହାଉସ୍‌ର ଦ୍ୱିତୀୟ ଫିଲ୍ମ ‘ଫିଲୁରୀ’ର ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର ରିଲିଜ ହେବା ମାତ୍ରେ ତାଙ୍କ ପ୍ରଥମ ଫିଲ୍ମର ହିରୋ ଶାହାରୁଖଙ୍କ ଠାରୁ ଆରମ୍ଭ କରି ଅନୁଷ୍ମାଙ୍କ କୋଷ୍ଟାର ରଣଭୀର ସିଂ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆର ଏହାର ପ୍ରଂଶସା କରିଛନ୍ତି। ଏହାସହ ଅନ୍ୟ ନିର୍ଦ୍ଦେଶକମାନେ ମଧ୍ୟ ଏହି ଟ୍ରେଲର ଖୁବ୍‌ ପ୍ରଂଶସା କରିଛନ୍ତି। ରିଲିଜ ପରଠାରୁ ଟ୍ରେଲରକୁ ୪୯ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଅନୁଷ୍ମାଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ […]

filuri

filuri

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 04:15 PM IST

Sports

Latest News

ମୁମ୍ବାଇ: ଅନୁଷ୍ମାଙ୍କ ପ୍ରଡକ୍ସନ ହାଉସ୍‌ର ଦ୍ୱିତୀୟ ଫିଲ୍ମ ‘ଫିଲୁରୀ’ର ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର ରିଲିଜ ହେବା ମାତ୍ରେ ତାଙ୍କ ପ୍ରଥମ ଫିଲ୍ମର ହିରୋ ଶାହାରୁଖଙ୍କ ଠାରୁ ଆରମ୍ଭ କରି ଅନୁଷ୍ମାଙ୍କ କୋଷ୍ଟାର ରଣଭୀର ସିଂ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆର ଏହାର ପ୍ରଂଶସା କରିଛନ୍ତି। ଏହାସହ ଅନ୍ୟ ନିର୍ଦ୍ଦେଶକମାନେ ମଧ୍ୟ ଏହି ଟ୍ରେଲର ଖୁବ୍‌ ପ୍ରଂଶସା କରିଛନ୍ତି।

ରିଲିଜ ପରଠାରୁ ଟ୍ରେଲରକୁ ୪୯ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଅନୁଷ୍ମାଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ ହେଉଛି ‘ଏନ୍‌ଏଚ୍‌୧୦’। ଫକ୍ସଷ୍ଟାର ଷ୍ଟୁଡିଓ ଓ କ୍ଲିନ୍‌ସ୍ଲେଟ୍‌ ଫିଲ୍ମ ମିଲିତ ଭାବେ ଏହାକୁ ନିର୍ମାଣ କରୁଛନ୍ତି। ଫିଲ୍ମରେ ଅନୁଷ୍ମା ଏକ ଭୂତ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ତାଙ୍କ ଶେଷ ଇଚ୍ଛା ପୂରଣ ହୋଇ ନ ପାରୁଥିବାରୁ ତାଙ୍କ ଆତ୍ମା ଘୁରି ବୁଲୁଥିବାକୁ ନେଇ କାହାଣୀ ଆଗକୁ ବଢୁଛି।

ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅନସାଇ ଲାଲ୍। ‘ଫିଲୁରୀ’ରେ ଅନୁଷ୍ମାଙ୍କ ହିରୋ ଭୂମିକାରେ ବଲିଉଡରେ ନୂଆ କରି ଏଣ୍ଟ୍ରି କରିଥିବା ପଞ୍ଜାବୀ ଫିଲ୍ମ ଅଭିନେତା ଦିଲ୍‌ଜିତ୍‌ ଦୋସାଞ୍ଜ ରହିଛନ୍ତି। ଏମାନଙ୍କ ବ୍ୟତୀତ ଫିଲ୍ମରେ ସୁରଜ ଶର୍ମା ଓ ମେହରିନ୍‌ କୋରଙ୍କୁ ମଧ୍ୟ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos