ବାଇକ୍‌ ଦୁର୍ଘଟଣାରେ ଗୁରୁତର ଅଭିନେତାଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ: ବାଇକ୍‌ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା  ଟଲିଉଡ ଅଭିନେତା ସାଇ ଧର୍ମ ତେଜଙ୍କ ନାଁରେ ରୁଜୁ ହୋଇଛି ମାମଲା।  ସାଇବରାବାଦ ପୁଲିସ୍‌ ଷ୍ଟେଶନରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।   କ୍ଷିପ୍ର ବେଗ୍‌ରେ ଡ୍ରାଇଭିଂ କରିବା, ବିପଦଜନକ ଭାବେ ଗାଡ଼ି ଚଲାଇବା ତଥା ଅନ୍ୟର ଜୀବନ ବିପଦରେ ପକାଇବା ଭଳି ଦଫାରେ ସାଇ ଧର୍ମ ତେଜଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଟଲିଉଡର ପ୍ରସିଦ୍ଧ ଅଭିନେତା ଚିରଞ୍ଜୀବଙ୍କ ଭଣଜା ସାଇ ଧର୍ମ ତେଜଙ୍କୁ […]

sai-1

sai-1

Niharika Rout
  • Published: Sunday, 12 September 2021
  • Updated: 12 September 2021, 12:50 PM IST

Sports

Latest News

ହାଇଦ୍ରାବାଦ: ବାଇକ୍‌ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା  ଟଲିଉଡ ଅଭିନେତା ସାଇ ଧର୍ମ ତେଜଙ୍କ ନାଁରେ ରୁଜୁ ହୋଇଛି ମାମଲା।  ସାଇବରାବାଦ ପୁଲିସ୍‌ ଷ୍ଟେଶନରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।   କ୍ଷିପ୍ର ବେଗ୍‌ରେ ଡ୍ରାଇଭିଂ କରିବା, ବିପଦଜନକ ଭାବେ ଗାଡ଼ି ଚଲାଇବା ତଥା ଅନ୍ୟର ଜୀବନ ବିପଦରେ ପକାଇବା ଭଳି ଦଫାରେ ସାଇ ଧର୍ମ ତେଜଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଟଲିଉଡର ପ୍ରସିଦ୍ଧ ଅଭିନେତା ଚିରଞ୍ଜୀବଙ୍କ ଭଣଜା ସାଇ ଧର୍ମ ତେଜଙ୍କୁ  ପ୍ରଥମେ ମେଡିକଭର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଆପୋଲ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନରେ ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବା କୁହାଯାଇଛି। ତାଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସମ୍ପୂର୍ଣ୍ଣ ଭାବେ କାମ କରୁଥିବା କୁହାଯାଇଛି।

ଜଣେ ପୁଲିସ୍‌ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ତେଜଙ୍କ ବାଇକ୍‌ ବାଲିରେ ଖସିଯିବାରୁ ଏହି ଦୁର୍ଘଟଣା ଘଟିଛି। ପୁଲିସ୍‌ ତାଙ୍କ ବାଇକ୍‌  ଜବତ କରିଛି। ହେଲମେଟ ପିନ୍ଧିଥିବାରୁ ସେ ରକ୍ଷା ପାଇଯାଇଥିଲେ। ଦୁର୍ଘଟଣା ସମୟରେ ସେ ନିଶା ସେବନ କରି ନ ଥିବା କହିଛନ୍ତି ପୁଲିସ୍‌ ଅଧିକାରୀ।

ସିସିଟିଭିରୁ ମିଳିଥିବା ଫୁଟେଜ ଅନୁଯାୟୀ,  ଦୁର୍ଘଟଣା ଦିନ ସାଇ ଧର୍ମ ୭୫ରୁ ୧୦୦ କିମି ବେଗରେ ଗାଡ଼ି ଚଲାଉଥିଲେ। ଉକ୍ତ ରାସ୍ତାରେ ଅତି ବେଶିରେ ୪୦ କିମିରେ ଯିବାକୁ ଅନୁମତି ଥିବା ବେଳେ ସେ କାହିଁକି ଏତେ ସ୍ପିଡରେ ଯାଉଥିଲେ ତାହା ତଦନ୍ତ ହେବ ବୋଲି କହିଛନ୍ତି ପୁଲିସ୍‌ ଅଧିକାରୀ। ଏଥିସହ ତାଙ୍କ ନିକଟରେ ହାଲକା ମୋଟରଯାନ ଚଳାଇବାକୁ ଲାଇସେନ୍ସ ଥିବା ବେଳେ ଗହଳି ସ୍ଥାନରେ କିପରି ଗିଅର ତଥା ସ୍ପିଡ ବାଇକ୍‌ ଚଲାଉଥିଲେ ସେ ନେଇ ଖୋଳତାଡ଼ ହେବ । ଏପରିକି ତାଙ୍କ ବାଇକ୍‌ର ଟାୟାର କେତେ ପରିମାଣରେ ରାସ୍ତାରେ ଘଷି ହୋଇଛି ତାହାର ବି ତଦନ୍ତ ହେବ ବୋଲି କହିଛନ୍ତି ପୁଲିସ୍‌ ଅଧିକାରୀ।

ସୂଚନାଯୋଗ୍ୟ, ସ୍ପିଡି ବାଇକ୍‌ ଚଲାଇବାକୁ ଭଲ ପାଉଥିବା ସାଇ ଧର୍ମ ତେଜ କିଛି ଦିନ ତଳେ ୬୬୦ ସିସିର ଏକ ସ୍ପୋର୍ଟ୍ସ ବାଇକ୍‌ କିଣିଥିଲେ। ହେଲେ ଏହା ତାଙ୍କ ପାଇଁ ଘାତକ ସାଜିଲା। ନିଜ ସଉକ ପାଇଁ ସ୍ପିଡି ବାଇକ୍‌ ଚଳାଉ ଚଳାଉ ହସ୍ପିଟାଲ ବେଡରେ ପହଞ୍ଚି ଯାଇଛନ୍ତି ଟଲିଉଡର ଏହି ହ୍ୟାଣ୍ଡସମ୍‌ ହିରୋ ।

ଅଭିନେତା ରାମ ଚରଣ, ଚିରଞ୍ଜୀବି ତଥା ତାଙ୍କ ପତ୍ନୀ, ପ୍ରକାଶ ରାଜ, ପ୍ରମୁଖ ଆଗ ଧାଡ଼ିର ଅଭିନେତା ହସ୍ପିଟାଲରେ ସାଇ ତେଜଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସେ ଜଣେ ଫାଇଟର, ସେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି ଅଭିନେତା ପ୍ରକାଶ ରାଜ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story