ହଲିଉଡ୍‌ରେ ପାଦ ଥାପିଲେ ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀ, ଦେଖନ୍ତୁ ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ ନାୟିକାଙ୍କ ହଲିଉଡ୍‌ ଯାତ୍ରା ଆରମ୍ଭ ହୋଇଯାଇଛି। ଜଣେ ପରେ ଜଣେ ବଲିଉଡ୍‌ ଅଭିନେତ୍ରୀ ହଲିଉଡ୍‌ରେ ପାଦ ଥାପିବାରେ ଲାଗିଛନ୍ତି। ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ୍‌କୁ ଆପଣମାନେ ହଲିଉଡ୍‌ ଫିଲ୍ମରେ ଦେଖିଛନ୍ତି। ସେମିତି ଏବେ ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କୁ ଆପଣ ହଲିଉଡ୍‌ ଫିଲ୍ମରେ ଅଭିନୟ କରିବାର ଦେଖିବାକୁ ପାଇବେ। ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌। ଜ୍ୟାକଲିନ୍‌ଙ୍କର ଏହା ହଲିଉଡ୍‌ରେ ଡେବ୍ୟୁ ଫିଲ୍ମ ହେବ। ଏହା ଏକ ହରର୍‌ ଫିଲ୍ମ। […]

MV5BYzU1ZjVjZmMtZTQwNS00MDdlLWI1ZWUtMjEwNTM2YjUyMGJlXkEyXkFqcGdeQXVyNzg3NjQyOQ@@._V1_

MV5BYzU1ZjVjZmMtZTQwNS00MDdlLWI1ZWUtMjEwNTM2YjUyMGJlXkEyXkFqcGdeQXVyNzg3NjQyOQ@@._V1_

Rakesh Mallick
  • Published: Monday, 25 June 2018
  • Updated: 25 June 2018, 08:30 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ନାୟିକାଙ୍କ ହଲିଉଡ୍‌ ଯାତ୍ରା ଆରମ୍ଭ ହୋଇଯାଇଛି। ଜଣେ ପରେ ଜଣେ ବଲିଉଡ୍‌ ଅଭିନେତ୍ରୀ ହଲିଉଡ୍‌ରେ ପାଦ ଥାପିବାରେ ଲାଗିଛନ୍ତି। ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ୍‌କୁ ଆପଣମାନେ ହଲିଉଡ୍‌ ଫିଲ୍ମରେ ଦେଖିଛନ୍ତି। ସେମିତି ଏବେ ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କୁ ଆପଣ ହଲିଉଡ୍‌ ଫିଲ୍ମରେ ଅଭିନୟ କରିବାର ଦେଖିବାକୁ ପାଇବେ। ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌। ଜ୍ୟାକଲିନ୍‌ଙ୍କର ଏହା ହଲିଉଡ୍‌ରେ ଡେବ୍ୟୁ ଫିଲ୍ମ ହେବ। ଏହା ଏକ ହରର୍‌ ଫିଲ୍ମ। ଏହାର ନାଁ 'ଡେଫିନେସନ୍‌ ଅଫ୍‌ ଫିଅର'। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜେମ୍‌ସ ସିମ୍ପସନ୍‌।

ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ଯାହା ଦେଖିବାକୁ ମିଳୁଛି ୩ଜଣ ବାନ୍ଧବୀ ଏକ ଆତ୍ମାଠାରୁ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଫିଲ୍ମଟି ଅଗଷ୍ଟରେ ରିଲିଜ୍‌ ହେବ।

ଜଣାଇଦେଉଛୁ ଯେ, ନିକଟରେ ଜ୍ୟାକଲିନ୍‌ଙ୍କ ଅଭିନୀତ ଫିଲ୍ମ ‘ରେସ୍‌-୩’ ରଲିଜ୍‌ ହୋଇଥିଲା। ଫିଲ୍ମରେ ଜ୍ୟାକଲିନ୍‌ଙ୍କ ସହ ସଲମାନ୍‌ ଖାନ୍‌, ଡେଜି ଶାହା, ବବି ଦେୱଲ୍, ଅନିଲ୍‌ କପୁର ଏବଂ ସକିବ୍‌ ସଲିମ୍‌ ପ୍ରମୁଖ୍ୟ ଅଭିନୟ କରିଥିଲେ।

https://www.youtube.com/watch?v=bhNt3U363cY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos