ମୁମ୍ବାଇ:ସଲମାନ୍ ଖାନ କେବେ ବାହା ହେବେ? ବାହା ହେବେ ନା ନାହିଁ? ସେ କାହିଁକି ବାହା ହେଉ ନାହାଁନ୍ତି? ଏହାକୁ ନେଇ ସବୁବେଳେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳେ। ସଲମାନ୍ କେବେବି ଏହି ପ୍ରଶ୍ନର ସିଧାସଳଖ ଉତ୍ତର ଦିଅନ୍ତି ନାହିଁ। ବିଭିନ୍ନ ସମୟରେ ବଡ଼ ଚାଲାକିରେ ଉତ୍ତର ଦେଇ ଖସି ଯାଆନ୍ତି। ନିକଟରେ ସଲମାନ ଏକ ସାକ୍ଷତକାରର ପୁଣି ଏମିତି କିଛି ଉତ୍ତର ଦେଇଛନ୍ତି। ଏଥିରେ ସେ କହିଥିଲେ, ‘‘ବାହାଘରର ଖର୍ଚ୍ଚ ଆଜିକାଲି ବହୁତ ମହଙ୍ଗା ହେଲାଣି। ବାହା ହେବା ପାଇଁ ଲୋକେ ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମୁଁ ସେହି ଖର୍ଚ୍ଚ କରିପାରିବି ନାହିଁ। ସେଥିପାଇଁ ସିଙ୍ଗିଲ୍ ରହିବାକୁ ପସନ୍ଦ କରୁଛି।’’
ସଲମାନ ନିଜ ବାପାମାଆଙ୍କ ବାହାଘର ବିଷୟରେ କହିଥିଲେ,‘‘ସେମାନଙ୍କ ବାହାଘରରେ ମାତ୍ର ୧୮୦ ଟଙ୍କାରେ ହୋଇଥିଲା। ମୋ ବାପାମାଆ ଆମ ପାଞ୍ଚଜଣ ଭାଇ ଭଉଣୀଙ୍କୁ କମ୍ ଖର୍ଚ୍ଚରେ ବି ଖୁବ୍ ଭଲ ଲାଳନ ପାଳନ କରି ବଡ଼ କରିଛନ୍ତି।’’
ଏବେ ସଲମାନ ନିଜ ଅପକମିଂ ଫିଲ୍ମ ‘ରେସ୍-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।