ଅଭିନେତ୍ରୀଙ୍କ ପର୍ସର ଦାମ୍‌ ଯେତିକି ସେଥିରେ କିଣି ହେବ କାର୍‌

ମୁମ୍ୱାଇ: ଅଭିନୟ ଦକ୍ଷତା ଯୋଗୁ ପ୍ରଶଂସା ସାଉଣ୍ଟୁଥିବା ଅଭିନେତ୍ରୀ ନିଜ ଗ୍ଲାମରସ୍‌ ଲୁକ୍‌ ଓ ଲାଇଫ୍‌ ଷ୍ଟାଇଲ ଯୋଗୁ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ଏଥିଯୋଗୁ ସେମାନେ ସବୁବେଳେ ଲାଇମ୍‌ଲାଇଟ୍‌ରେ ରୁହନ୍ତି।  ଏଥିରେ କେତେବେଳେ  ସେମାନଙ୍କ ଫିଟନେସ୍‌କୁ ନେଇ ତ କେତେବେଳେ ଷ୍ଟାଇଲ ଷ୍ଟେଟମେଣ୍ଟକୁ ନେଇ ଚାଲେ ଜୋରଦାର ଚର୍ଚ୍ଚା। ବହୁ ସମୟରେ ବି-ଟାଉନ ହିରୋଇନ ନିଜ ଦାମିକିଆ ଆସେସରିଜକୁ ନେଇ ଚର୍ଚ୍ଚାକୁ ଆସନ୍ତି। ଆଜି ଆମେ ଆପଣଙ୍କୁ ବି-ଟାଉନ ହିରୋଇନ୍‌ଙ୍କ ଦାମିକିଆ ହ୍ୟାଣ୍ଡ ବ୍ୟାଗ୍‌  ବିଷୟରେ […]

bag-2..

bag-2..

Niharika Rout
  • Published: Friday, 31 May 2019
  • Updated: 31 May 2019, 02:27 PM IST

Sports

Latest News

ମୁମ୍ୱାଇ: ଅଭିନୟ ଦକ୍ଷତା ଯୋଗୁ ପ୍ରଶଂସା ସାଉଣ୍ଟୁଥିବା ଅଭିନେତ୍ରୀ ନିଜ ଗ୍ଲାମରସ୍‌ ଲୁକ୍‌ ଓ ଲାଇଫ୍‌ ଷ୍ଟାଇଲ ଯୋଗୁ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ଏଥିଯୋଗୁ ସେମାନେ ସବୁବେଳେ ଲାଇମ୍‌ଲାଇଟ୍‌ରେ ରୁହନ୍ତି।  ଏଥିରେ କେତେବେଳେ  ସେମାନଙ୍କ ଫିଟନେସ୍‌କୁ ନେଇ ତ କେତେବେଳେ ଷ୍ଟାଇଲ ଷ୍ଟେଟମେଣ୍ଟକୁ ନେଇ ଚାଲେ ଜୋରଦାର ଚର୍ଚ୍ଚା। ବହୁ ସମୟରେ ବି-ଟାଉନ ହିରୋଇନ ନିଜ ଦାମିକିଆ ଆସେସରିଜକୁ ନେଇ ଚର୍ଚ୍ଚାକୁ ଆସନ୍ତି।

ଆଜି ଆମେ ଆପଣଙ୍କୁ ବି-ଟାଉନ ହିରୋଇନ୍‌ଙ୍କ ଦାମିକିଆ ହ୍ୟାଣ୍ଡ ବ୍ୟାଗ୍‌  ବିଷୟରେ କହିବୁ। ଯାହାର ଦାମ୍‌ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଏମାନଙ୍କ ହ୍ୟାଣ୍ଡ ବ୍ୟାଗ୍ ଲକ୍ଷ ଲକ୍ଷ ଟଙ୍କାର ହୋଇଥିବା ବେଳେ ଆଉଟଫିଟ୍‌ର ଦାମ୍‌ କହିବା ଭଲ। ଫରେନ ଭ୍ୟାକେସନ, ଆଉଟିଙ୍ଗ କିମ୍ବା ପାର୍ଟି ହେଉ ଏମାନେ ଏପରି ଦାମିକିଆ ହ୍ୟାଣ୍ଡ ବ୍ୟାଗ୍‌ ବ୍ୟବହାର କରନ୍ତି, ଯେଉଁଥିରେ କାର ବି କିଣାଯାଇ ପାରିବ।

ବଲିଉଡ଼ର କୁଇନ କଙ୍ଗନା ରାଣାୱତଙ୍କ ପାଖରେ ବିଭିନ୍ନ ବ୍ରାଣ୍ଡର ବ୍ୟାଗ୍‌ ଅଛି। କିଛିଦିନ ପୂର୍ବେ ସେ ‘Stella McCartny’  ବ୍ରାଣ୍ଡର ବ୍ୟାଗ୍‌ ସହ ସ୍ପଟ୍‌ ହୋଇଥିଲେ। ଏହାର ଦାମ ହେଉଛି ୭୧ ହଜାର ଟଙ୍କା। କେବଳ ଯେ, କୌଣସି ଫଙ୍କସନ୍‌ରେ ସେ ଦାମିକିଆ ବ୍ୟାଗ୍‌ ଧରନ୍ତି, ତାହା ନୁହେଁ, ଡେଲି ରୁଟିନରେ ମଧ୍ୟ ତାଙ୍କୁ ବହୁତ ଦାମିକିଆ ବ୍ୟାଗ୍‌ ସହ ସ୍ପଟ୍‌ କରାଯାଏ।  କଙ୍ଗନା ଆଉଟିଂ ସମୟରେ ଅଧିକାଂଶ ସମୟରେ ‘CHRISTIAN DIOR PR’ ବ୍ରାଣ୍ଡର ଏକ ବ୍ୟାଗ୍‌ ଧରିଥାନ୍ତି। ଏହାର ଦାମ୍‌ ହେଉଛି ୩ ଲକ୍ଷ ୧୦ ହଜାର ଟଙ୍କା।

ଏହି ରେସ୍‌ରେ ଭାରତୀୟ ଟିମ୍‌ର କ୍ୟାପଟେନ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଳିଉଡ଼ର ଆଗଧାଡିର  ଅଭିନେତ୍ରୀ ଅନୁଷ୍କା ଶର୍ମା ବି ପଛରେ ନାହାନ୍ତି। କିଛି ଦିନ ପୂର୍ବେ ସେ ଧଳା କଲରର କାଜୁଆଲ ଆଉଟଫିଟ୍‌ରେ ସ୍ପଟ୍‌ ହୋଇଥିଲେ। ଏହି ସମୟରେ ସେ ହ୍ୱାଇଟ୍‌ କଲରର ଏକ ବ୍ୟାଗ ଧରିଥିଲେ। ଯାହାର ଦାମ ୩ ଲକ୍ଷ ୧୦ ହଜାର ଟଙ୍କା । ଏହାବ୍ୟତୀତ ମଧ୍ୟ ତାଙ୍କ ପାଖରେ ଆହୁରି ବହୁତ ଦାମିକିଆ ଓ ବ୍ରାଣ୍ଡେଡ ବ୍ୟାଗ୍‌ ଥିବା ଜଣାଯାଇଛି।

କିଛି ଦିନ ପୂର୍ବେ ଦେଶୀ ଗାର୍ଲ ପ୍ରିୟଙ୍କା ନିଜ ବିଦେଶୀ ବର ନିକ୍‌ଙ୍କ ସହ ଏକ ଫଙ୍କସନ୍‌ରେ ସ୍ପଟ୍‌ ହୋଇଥିଲେ। ଏହି ସମୟରେ ସେ ଏକ ଛୋଟ ଫିଦର ବ୍ୟାଗ୍‌ ଧରିଥିଲେ। ଏହା ଦେଖିବାକୁ ଛୋଟ ହୋଇଥିଲେ ମଧ୍ୟ ଏହାର ଦାମ୍‌ ଢେର ଅଧିକ। ଏହାର ଦାମ ଥିଲା ୨ ଲକ୍ଷ ୫୧ ହଜାର ଟଙ୍କା।

ବି-ଟାଉନର ମସ୍ତାନୀ ଦୀପିକା ପାଦୁକୋନ ବି ଆଉଟିଂ କିମ୍ୱା ପାର୍ଟିକୁ ଗଲେ ଲକ୍ଷେ ଟଙ୍କାର କମ୍‌ ବ୍ୟାଗ୍‌ ଧରିବାର କେବେ ନଜର ଆସନ୍ତି ନାହିଁ। ଦୀପିକାଙ୍କ ବ୍ୟାଗ୍‌ ଅଧିକାଂଶ ସମୟରେ ତାଙ୍କ ଆଉଟଫିଟ୍‌କୁ ମ୍ୟାଚ କରିଥାଏ। ଦୀପିକାଙ୍କ ନିକଟରେ ‘Celine Phantom’ ବ୍ରାଣ୍ଡର ବ୍ୟାଗ୍‌ ଅଛି, ଯାହାର ଦାମ୍‌ ହେଉଛି ୧, ୧୬,୩୫୦ ଟଙ୍କା। ସେହିପରି ତାଙ୍କ ନିକଟରେ  ଫ୍ୟାଶନ କମ୍ପାନୀ Chanel  ଓ  Ows ପରି କମ୍ପାନୀର ବ୍ୟାଗ୍‌ ରହିଛି ଯାହାର ଦାମ ୨,୯୦,୦୦୦ ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos