କେଉଁଠି ଥିଲା ବାହୁବଳୀରେ ବର୍ଣ୍ଣିତ ମାହିଷ୍ମତି ସାମ୍ରାଜ୍ୟ ? କ’ଣ କହେ ଇତିହାସ?

ମାହିଷ୍ମତି କେନ୍ଦ୍ରୀୟ ଭାରତର ଏକ ସମୃଦ୍ଧ ନଗରୀ ଭାବେ ପରିଚିତ ଥିବା ଇତିହାସ କହେ। ପ୍ରାଚୀନ ପରମାର ଲିପିରେ ଏହି ସାମ୍ରାଜ୍ୟ ସମ୍ପର୍କରେ ବର୍ଣ୍ଣିତ ହୋଇଥିବାରୁ ଏହା ତ୍ରୟୋଦଶ ଶତାବ୍ଦୀ ବେଳକୁ ସମୃଦ୍ଧିର ଶିଖରରେ ପହଞ୍ଚିଥିବା ଅନୁମାନ କରାଯାଏ। ଯଦିଓ ଏହାର ପ୍ରକୃତ ସ୍ଥିତି ସମ୍ପର୍କରେ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ, କିନ୍ତୁ ଏହା ପ୍ରଥମେ ଅବନ୍ତୀ ସାମ୍ରାଜ୍ୟର ଦକ୍ଷିଣ ଭାଗରେ ଏବଂ ପରେ ଅନୁପା ସାମ୍ରାଜ୍ୟର ରାଜଧାନୀ ହୋଇଥିବା ଜଣାଯାଏ। ବର୍ତ୍ତମାନ ସମୟରେ ଏହି ସ୍ଥାନ […]

bahubali

bahubali

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 04:13 PM IST

Sports

Latest News

ମାହିଷ୍ମତି କେନ୍ଦ୍ରୀୟ ଭାରତର ଏକ ସମୃଦ୍ଧ ନଗରୀ ଭାବେ ପରିଚିତ ଥିବା ଇତିହାସ କହେ। ପ୍ରାଚୀନ ପରମାର ଲିପିରେ ଏହି ସାମ୍ରାଜ୍ୟ ସମ୍ପର୍କରେ ବର୍ଣ୍ଣିତ ହୋଇଥିବାରୁ ଏହା ତ୍ରୟୋଦଶ ଶତାବ୍ଦୀ ବେଳକୁ ସମୃଦ୍ଧିର ଶିଖରରେ ପହଞ୍ଚିଥିବା ଅନୁମାନ କରାଯାଏ। ଯଦିଓ ଏହାର ପ୍ରକୃତ ସ୍ଥିତି ସମ୍ପର୍କରେ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ, କିନ୍ତୁ ଏହା ପ୍ରଥମେ ଅବନ୍ତୀ ସାମ୍ରାଜ୍ୟର ଦକ୍ଷିଣ ଭାଗରେ ଏବଂ ପରେ ଅନୁପା ସାମ୍ରାଜ୍ୟର ରାଜଧାନୀ ହୋଇଥିବା ଜଣାଯାଏ। ବର୍ତ୍ତମାନ ସମୟରେ ଏହି ସ୍ଥାନ ମଧ୍ୟପ୍ରଦେଶର ନର୍ମଦା ନଦୀ ତଟରେ ଥିବା ଅନୁମାନ କରାଯାଉଛି।

ମାହିଷ୍ମତି ନଗରୀ ଉଜ୍ଜୟିନୀର ଦକ୍ଷିଣରେ ଓ ପ୍ରତିସ୍ଥାନର ଉତ୍ତରରେ ଥିବା କିଛି ଗବେଷକ ମତ ଦିଅନ୍ତି। ଆଉ କିଛି ପୁରାତନ ଉଲ୍ଲେଖକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ ବିନ୍ଧ୍ୟ ପର୍ବତମାଳା ଅବନ୍ତୀ ସାମ୍ରାଜ୍ୟକୁ ଦୁଇଭାଗ କରିଥିଲା। ଉତ୍ତରରେ ଉଜ୍ଜୟିନୀ ଓ ଦକ୍ଷିଣରେ ଥିଲା ମାହିଷ୍ମତି। ଷଷ୍ଠ ଓ ସପ୍ତମ ଶତାବ୍ଦୀରେ ଏହା କଳାଚୂରୀ ସାମ୍ରାଜ୍ୟର ରାଜଧାନୀ ଥିବା ନେଇ ମଧ୍ୟ କେତେକ ତଥ୍ୟ ରହିଛି। ସଂସ୍କୃତ ସମେତ ବିଭିନ୍ନ ଭାଷାରେ ରଚିତ ପୌରାଣିକ ଗ୍ରନ୍ଥ ରାମାୟଣ ଓ ମହାଭାରତରେ ମଧ୍ୟ ମାହିଷ୍ମତି ନଗରୀ ସମ୍ପର୍କରେ ଉଲ୍ଲେଖ ରହିଛି।

ଉପସ୍ଥାପନା: ସଂଗ୍ରାମ ଦାସ ମହାପାତ୍ର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos