ବାବୁସାନ୍‌-ଭୂମିକାଙ୍କ ରୋମାନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ଶ୍ରୀମାନ୍‌ ସୁରଦାସ’ । ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି ଓଲିଉଡ୍‌ର ଚକୋଲେଟ୍‌ ବୟ ବାବୁସାନ୍‌ ଏବଂ ଚୁଲ୍‌ବୁଲି ନାୟିକା ଭୂମିକା। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ରିଲିଜ୍‌ ପୂର୍ବରୁ ଫିଲ୍ମଟି ସାଧାରଣ ଜନମାନସରେ ବେଶ୍‌ ଆଦୃତି ପାଇଲାଣି। ଏହାର କିଛି ଗୀତ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି। ତେବେ ନିକଟରେ ଏହି ଫିଲ୍ମର ଏକ ଗୀତ ସୁଟ୍‌ ହୋଇଛି। […]

babu-ro

Biswobandita Swain
  • Published: Friday, 05 October 2018
  • , Updated: 05 October 2018, 07:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ଶ୍ରୀମାନ୍‌ ସୁରଦାସ’ । ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି ଓଲିଉଡ୍‌ର ଚକୋଲେଟ୍‌ ବୟ ବାବୁସାନ୍‌ ଏବଂ ଚୁଲ୍‌ବୁଲି ନାୟିକା ଭୂମିକା। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ରିଲିଜ୍‌ ପୂର୍ବରୁ ଫିଲ୍ମଟି ସାଧାରଣ ଜନମାନସରେ ବେଶ୍‌ ଆଦୃତି ପାଇଲାଣି। ଏହାର କିଛି ଗୀତ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି।

ତେବେ ନିକଟରେ ଏହି ଫିଲ୍ମର ଏକ ଗୀତ ସୁଟ୍‌ ହୋଇଛି। ଯେଉଁଥିରେ ବାବୁସାନ୍‌ ଏବଂ ଭୂମିକାଙ୍କୁ ଏକ ନିଆରା ଲୁକ୍‌ରେ ଦେଖିବାକୁ ମିଳିଛି। ଏକ ରୋମାଣ୍ଟିକ୍‌ ଗୀତର ସୁଟ୍‌ ଚାଲିଥିବା ସମୟରେ ଉଭୟଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ଗୀତଟି ସୁନ୍ଦର ଲୋକେସନ୍‌ରେ ସୁଟ୍‌ କରାଯାଇଛି। କିଛି ସିନ୍‌ ସୁଇମିଂ ପୁଲ୍‌ରେ ମଧ୍ୟ ରହିଛି। ତେବେ ଗୀତଟି ଏ ପର୍ଯ୍ୟନ୍ତ ରିଲିଜ୍‌ ହୋଇନାହିଁ। ତେବେ ଗୀତର ଲୋକେସନ୍‌ ଏବଂ ନାୟକ ନାୟିକାଙ୍କ ନିଆରା ଅନ୍ଦାଜରୁ ଯାହା ଲାଗୁଛି ଏଇ ଗୀତଟି ଭାରି ହିଟ୍‌ ହେବ।

https://www.youtube.com/watch?v=-hdFjZmGH_Y

Related story