ଏହି ବ୍ୟକ୍ତି ଜଣକ ଦେଲେ ସଲମାନଙ୍କୁ ହତ୍ୟା ଧମକ

ବଲିଉଡର ଦବଙ୍ଗ୍ ଖାନ୍‌ଙ୍କୁ ମିଳିଛି ହତ୍ୟା ଧମକ। ଏ କଥା ଶୁଣି ଆପଣ ଭାବୁଥିବେ ଯେ ବି-ଟାଉନର ଟାଇଗରକୁ ପୁଣି କିଏ ମାରିବାର ଧମକ ଦେଇପାରିବ। ଆନ୍ତରାଜ୍ୟ ଗ୍ୟାଙ୍ଗଷ୍ଟାର ଲରେନ୍ସ୍ ବିଶ୍ନୋଇ ନାମକ ଜଣେ ବ୍ୟକ୍ତିଏହି ଧମକ ଦେଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି , ‘ଏମିତରେ ତ ମୁଁ ଜଣେ ଛାତ୍ର ନେତା। ପୋଲିସର କାମ ହେଉଛି ଆରୋପ ଲଗାଇବା। ହେଲେ ଏବେ ଆମେ ଯାହା କରିବୁ ଖୋଲାଖୋଲି ଭାବେ କରିବୁ। ସଲମାନ୍ ଖାନଙ୍କୁ ଯେବେ ଆମେ […]

salman......

salman......

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 03:48 PM IST

Sports

Latest News

ବଲିଉଡର ଦବଙ୍ଗ୍ ଖାନ୍‌ଙ୍କୁ ମିଳିଛି ହତ୍ୟା ଧମକ। ଏ କଥା ଶୁଣି ଆପଣ ଭାବୁଥିବେ ଯେ ବି-ଟାଉନର ଟାଇଗରକୁ ପୁଣି କିଏ ମାରିବାର ଧମକ ଦେଇପାରିବ। ଆନ୍ତରାଜ୍ୟ ଗ୍ୟାଙ୍ଗଷ୍ଟାର ଲରେନ୍ସ୍ ବିଶ୍ନୋଇ ନାମକ ଜଣେ ବ୍ୟକ୍ତିଏହି ଧମକ ଦେଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି , ‘ଏମିତରେ ତ ମୁଁ ଜଣେ ଛାତ୍ର ନେତା। ପୋଲିସର କାମ ହେଉଛି ଆରୋପ ଲଗାଇବା। ହେଲେ ଏବେ ଆମେ ଯାହା କରିବୁ ଖୋଲାଖୋଲି ଭାବେ କରିବୁ। ସଲମାନ୍ ଖାନଙ୍କୁ ଯେବେ ଆମେ ଜୋଧପୁର୍‌ରେ ମାରିବୁ ସେତେବେଳେ ଏମାନେ ଜାଣିବେ।’

ଲରେନ୍ସ ବିଶ୍ନୋଇଙ୍କୁ କଡ଼ା ସୁରକ୍ଷା ଭିତରେ ଜୋଧପୁର କୋର୍ଟରେ ହାଜର କରାଯାଇଥିଲା। ଲରେନ୍ସଙ୍କ ଉପରେ ହତ୍ୟା, ବେଆଇନ୍ ବଟି ଆଦାୟ, ଦାଦାଗିରି ଓ ଫାୟାରିଙ୍ଗ୍ ପରି ଅନେକ ମାମଲା ରୁଜ୍ଜୁ ହୋଇଛି। କିଛି ଦିନ ପୂର୍ବରୁ ସେ ବାସୁଦେବ ନାମକ ଜଣେ ବ୍ୟବସାୟୀଙ୍କ ହତ୍ୟା କରିଥିଲେ। କୁହାଯାଉଛି ୧୯୯୮ ମସିହାରେ ସଲମାନ କୁଆଡ଼େ କଳା ହରିଣର ଶିକାର କରିଥିଲେ। ଏହି ମାମଲା ପରଠୁ ବିଶ୍ନୋଇ ସମାଜ ସଲ୍‌ମାନଙ୍କ ବିରୋଧୀ ହୋଇଯାଇଛନ୍ତି।

ଏହି ମାମଲାରେ ଗତ ୪ ତାରିଖରେ ସଲମାନ ଯୋଧପୁରର ସିଜିଏମ୍‌ ରୁରାଲ କୋର୍ଟରେ ହାଜର ହୋଇଥିଲେ। ଗତକାଲି ପ୍ରତିପକ୍ଷ ଓକିଲ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶେଷ ଯୁକ୍ତି ପରେ ଚଳିତମାସ ଶେଷ ଆଡ଼କୁ କୋର୍ଟ ରାୟ ଶୁଣାଇ ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos