ସରକାର-୩ର ରିଲିଜ୍‌ ଡେଟ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ: ରାମଗୋପାଳ ବର୍ମାଙ୍କ ‘ସରକାର-୩’ର ରିଲିଜ୍‌ ଏପ୍ରିଲ ୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମାର୍ଚ୍ଚ ୧୭ ତାରିଖରେ ଏହା ରିଲିଜ ହେବାର ଥିଲା। ଭାରତୀୟ ରାଜନୀତି ଉପରେ ଆଧାରିତ ‘ସରକାର’ ୨୦୦୫ ମସିହାରେ ରିଲିଜ୍‌ ହୋଇଥିଲା। ୨୦୦୮ରେ ଏହାର ସିକ୍ୱେଲ ‘ସରକାର ରାଜ’ ପରଦାକୁ ଆସିଥିଲା।

‘ସରକାର-୩’ରେ ସୁପରଷ୍ଟାର ଅମିତା ଭଚ୍ଚନ ସୁଭାଷ ନାଗରେ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟାନ୍ୟ ଭୂମିକାରେ ରୋହିଣୀ ହେଗ୍‌ଡେ, ଜ୍ୟାକି ଶ୍ରାଫ୍‌, ମନୋଜ ବାଜପେୟି, ଭରତ ଦାଭେଲ ଓ ୟାମୀ ଗୌତମ ଅଭିନୟ କରୁଛନ୍ତି।