ଟିକସ ପୈଠ ନକରି ହରଡ଼ଘଣାରେ ଗୋବିନ୍ଦା

ମୁମ୍ବାଇ: ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ସୁପରଷ୍ଟାର ଗୋବିନ୍ଦା ଏକ ବିବାଦରେ ଫଶି ଯାଇଛନ୍ତି। ୬୦ ଲକ୍ଷ ଟଙ୍କା ଟିକସ ପୈଠ କରି ନ ଥିବାରୁ  ଗୋବିନ୍ଦାଙ୍କୁ Central Board of Excise and Customs(CBEC)ର ସର୍ଭିସ ଟ୍ୟାକ୍ସ ଡିପାର୍ଟମେଣ୍ଟ୍‌ ପକ୍ଷରୁ ପଚରାଉଚରା କରାଯିବା  ସହ ତାଙ୍କର ବୟାନ ରେକର୍ଡ କରାଯାଇଛି। ଗତ ଶୁକ୍ରବାର ଡିପାର୍ଟମେଣ୍ଟ୍‌ ପକ୍ଷରୁ ଗୋବିନ୍ଦାଙ୍କ ପାଖକୁ ଏକ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ଗୋବିନ୍ଦାଙ୍କ ପକ୍ଷରୁ କୌଣସି ଜବାବ ଦିଆଯାଇ […]

govinda

govinda

Rakesh Mallick
  • Published: Friday, 24 March 2017
  • Updated: 24 March 2017, 09:27 AM IST

Sports

Latest News

ମୁମ୍ବାଇ: ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ସୁପରଷ୍ଟାର ଗୋବିନ୍ଦା ଏକ ବିବାଦରେ ଫଶି ଯାଇଛନ୍ତି। ୬୦ ଲକ୍ଷ ଟଙ୍କା ଟିକସ ପୈଠ କରି ନ ଥିବାରୁ  ଗୋବିନ୍ଦାଙ୍କୁ Central Board of Excise and Customs(CBEC)ର ସର୍ଭିସ ଟ୍ୟାକ୍ସ ଡିପାର୍ଟମେଣ୍ଟ୍‌ ପକ୍ଷରୁ ପଚରାଉଚରା କରାଯିବା  ସହ ତାଙ୍କର ବୟାନ ରେକର୍ଡ କରାଯାଇଛି।

ଗତ ଶୁକ୍ରବାର ଡିପାର୍ଟମେଣ୍ଟ୍‌ ପକ୍ଷରୁ ଗୋବିନ୍ଦାଙ୍କ ପାଖକୁ ଏକ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ଗୋବିନ୍ଦାଙ୍କ ପକ୍ଷରୁ କୌଣସି ଜବାବ ଦିଆଯାଇ ନ ଥିଲା। ପରେ ଟିକସ ଅଧିକାରୀ ଗୋବିନ୍ଦାଙ୍କ ବୟାନ ରେକର୍ଡ କରିବା ପାଇଁ ଜୁହୁ ସ୍ଥିତ ତାଙ୍କ ଅଫିସକୁ ଆସିଥିଲେ ଓ  ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ମଧ୍ୟ ନେଇଥିଲେ। ୩ ବର୍ଷରେ ଗୋବିନ୍ଦା ୫ କୋଟି ଆୟ କରିଥିବା ତାଙ୍କ ବାଲାନ୍ସ ସିଟ୍‌ରୁ  ଜଣାପଡିଛି।  ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଟିକସ୍‌ ପୈଠ କରିବାକୁ ଗୋବିନ୍ଦାଙ୍କୁ ନିର୍ଦ୍ଦେଶ ଦିଅଯାଇଛି। ନହେଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିକସ ଅଧିକାରୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos