‘ନାଗିନ୍‌-୩’ଫାଇନାଲ୍‌ରେ ଦେଖା ଦେବେ କୁଇନ ଅଫ୍‌ ନାଗିନ୍ସ

ମୁମ୍ୱାଇ: ସୁପର ନାଚୁରାଲ ଥ୍ରୀଲର ‘ ନାଗିନ୍‌-୩’ର ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣିବାକୁ ଯାଉଛନ୍ତି ଏହାର ନିର୍ମାତା । ଏହି ମେଗା ଶୋ’ ର ୨ ଟି ସିଜିନ୍‌ ଖୁବ୍‌ ସଫଳ ହୋଇଥିବା ବେଳେ ‘ ନାଗିନ୍‌-୩’ ମଧ୍ୟ ଫାଇନାଲ୍‌ରେ ପହଞ୍ଚିଲାଣି।  ଏହି ଖାସ୍‌ ଅବସରରେ  ଶୋ’ର ନିର୍ମାତା ଦର୍ଶକଙ୍କ ଲାଗି ଏକ ବଡ଼ ସରପ୍ରାଇଜ୍‌ର ଘୋଷଣା କରିଛନ୍ତି। ଶୋ’ର ପ୍ରଡ୍ୟୁସର ଏକତା କପୁର ସିଜିନ୍‌-୩ର ଗ୍ରାଣ୍ଡ୍‌ ଫାଇନାଲର ଘୋଷଣା କରି ସାରିଥିବା […]

mouni-2...

Niharika Rout
  • Published: Saturday, 20 April 2019
  • , Updated: 20 April 2019, 12:08 PM IST

ମୁମ୍ୱାଇ: ସୁପର ନାଚୁରାଲ ଥ୍ରୀଲର ‘ ନାଗିନ୍‌-୩’ର ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣିବାକୁ ଯାଉଛନ୍ତି ଏହାର ନିର୍ମାତା । ଏହି ମେଗା ଶୋ’ ର ୨ ଟି ସିଜିନ୍‌ ଖୁବ୍‌ ସଫଳ ହୋଇଥିବା ବେଳେ ‘ ନାଗିନ୍‌-୩’ ମଧ୍ୟ ଫାଇନାଲ୍‌ରେ ପହଞ୍ଚିଲାଣି।  ଏହି ଖାସ୍‌ ଅବସରରେ  ଶୋ’ର ନିର୍ମାତା ଦର୍ଶକଙ୍କ ଲାଗି ଏକ ବଡ଼ ସରପ୍ରାଇଜ୍‌ର ଘୋଷଣା କରିଛନ୍ତି।

ଶୋ’ର ପ୍ରଡ୍ୟୁସର ଏକତା କପୁର ସିଜିନ୍‌-୩ର ଗ୍ରାଣ୍ଡ୍‌ ଫାଇନାଲର ଘୋଷଣା କରି ସାରିଥିବା ବେଳେ କିଛି ବଡ଼ ଧମାଲ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି।  ନାଗିନ୍‌ର ୨ଟି ପୁରୁଣା ଏପିସୋଡ୍‌ରେ ଲିଡ୍‌ ରୋଲ ପ୍ଲେ କରୁଥିବା ମୌନି ରୟ ଏବେ ଫାଇନାଲ୍‌ ଏପିସୋଡ଼ରେ ଧମାକେଦାର ଏଣ୍ଟ୍ରି କରିବେ ବୋଲି ସୂଚନା ମିଳିଛି।

 

ଏହି  ଏପିସୋଡ୍‌କୁ ନେଇ ଦର୍ଶକଙ୍କ ଉତ୍ସୁକତା ବଢିବାରେ ଲାଗିଛି। ଏଥିରେ ବହୁ ଟୁଇଷ୍ଟ ଓ ଟର୍ନ ରହିଥିବା ଦେଖିବାକୁ ମିଳିବ। ଏନେଇ ପ୍ରମୋ ଭିଡ଼ିଓରେ ସୂଚନା ଦିଆଯାଇଛି।  ଏଥିରେ ଏକତା କ୍ୟାପସନ ଦେଇଛନ୍ତି- ନାଗିନ୍‌ ଫ୍ୟାନସ୍‌ ଫାଇନାଲ ଏପିସୋଡ୍‌ ଦେଖିବା ଆଗରୁ ନିଜ ନିଜ ସିଟ୍‌ ବେଲ୍ଟ ବାନ୍ଧି ଦିଅନ୍ତୁ।  ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପାଇବ ବେଲା। ଏହାପରେ କାହାଣୀକୁ ଡ୍ରାମାଟିକ୍‌ ଭାବେ ବିଦାୟ ଦିଆଯିବ। ଏହି କ୍ୟାପସନ ଟ୍ୟାଗରେ ଏକତା  # କୁଇନ ଅଫ୍‌ ନାଗିନ୍ସ ବୋଲି ଲେଖିଛନ୍ତି।

ଫ୍ୟାନସ୍‌ଙ୍କ ମଧ୍ୟରେ ମୌନି ରୟ ଏହି ନାମରେ ପରିଚିତ।  ମୌନି ଏହା ପୂର୍ବରୁ ନାଗିନ୍‌ର ୨ଟି ପୁରୁଣା ଏପିସୋଡ୍‌ରେ ଲିଡ଼୍‌ ରୋଲ ପ୍ଲେ କରୁଥିଲେ। ଏହା ଏତେ ଲୋକପ୍ରିୟ ହେଲା ଯେ, ମୌନିଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଲା। ନାଗିନ୍‌ରୁ ମୌନି ସିଧା ବଲିଉଡ଼ରେ ଏଣ୍ଟ୍ରି କଲେ। ଏବେ ସେ ବଲିଉଡ଼ର ଆଗଧାଡ଼ିର ନାୟିକା ହେବା ସହ ହିଟ୍‌ ହିରୋଙ୍କ ନାୟିକା ସାଜୁଛନ୍ତି।

ଏହି ସିରିଏଲର ଲୋକପ୍ରିୟତା ଏତେ ମାତ୍ରାରେ ଅଧିକ ଅଛି ଯେ, ଟିଆରପିରେ ଏହା ଅନ୍ୟମାନଙ୍କୁ ପଛରେ ପକାଇ ଦେଇଛି । ମୌନିଙ୍କୁ ଆଉ ଥରେ ନାଗିନ୍‌ ସିରିଜରେ ଦେଖିବାକୁ ଫ୍ୟାନ୍ସଙ୍କ  ଉତ୍ସୁକତା ମଧ୍ୟ କିଛି କମ୍‌ ନାହିଁ।

 

View this post on Instagram

 

All d #nagin fans ....wear ur seatbelts the craziest finale of the season is coming !!!! ... this may Bela is going to get help from a strange benefactor n an unfinished story will reach d most dramatic. End !!! Ppl who follow the #nagin universe SHE IS COMING !!!! #keepguessing #queenofnagins

A post shared by Erk❤️rek (@ektaravikapoor) on

Related story