ମୁଁ ସେହି ଫିଲ୍ମ କରିଥିଲେ ଅନ୍ୟ ନିର୍ମାତାମାନେ କାଙ୍ଗାଳ ହୋଇଯାଇଥା’ନ୍ତେ: ଗୋବିନ୍ଦା

ମୁମ୍ବାଇ: ବଲିଉଡ୍ ଅଭିନେତା ଗୋବିନ୍ଦା ନିକଟରେ ହଲିଉଡ୍‌ ଫିଲ୍ମ ‘ଅବତାର୍’କୁ ନେଇ ଦେଇଥିବା ବୟାନ୍‌ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ। ସେ କହିଥିଲେ ଯେ, ଏହି ଫିଲ୍ମ ପାଇଁ ପ୍ରଥମେ ତାଙ୍କୁ ଅଫର୍ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏପରିକି ଫିଲ୍ମର ନାଁ ବି ସେ ଦେଇଥିଲେ ବୋଲି ଦାବି କରିଥିଲେ। ଏଥିପାଇଁ ସୋଶାଲ୍ ମିଡିଆରେ ତାଙ୍କୁ ସାଂଘାତିକ ଭାବେ ଟ୍ରୋଲ୍ କରାଯାଇଥିଲା। ତେବେ ଗୋବିନ୍ଦା ପୁଣି ଥରେ ଏହି ଫିଲ୍ମକୁ ନେଇ […]

govinda

govinda

Chinmayee Roy
  • Published: Monday, 12 August 2019
  • Updated: 12 August 2019, 03:43 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତା ଗୋବିନ୍ଦା ନିକଟରେ ହଲିଉଡ୍‌ ଫିଲ୍ମ ‘ଅବତାର୍’କୁ ନେଇ ଦେଇଥିବା ବୟାନ୍‌ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ। ସେ କହିଥିଲେ ଯେ, ଏହି ଫିଲ୍ମ ପାଇଁ ପ୍ରଥମେ ତାଙ୍କୁ ଅଫର୍ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏପରିକି ଫିଲ୍ମର ନାଁ ବି ସେ ଦେଇଥିଲେ ବୋଲି ଦାବି କରିଥିଲେ। ଏଥିପାଇଁ ସୋଶାଲ୍ ମିଡିଆରେ ତାଙ୍କୁ ସାଂଘାତିକ ଭାବେ ଟ୍ରୋଲ୍ କରାଯାଇଥିଲା। ତେବେ ଗୋବିନ୍ଦା ପୁଣି ଥରେ ଏହି ଫିଲ୍ମକୁ ନେଇ ବୟାନ ଦେଇଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

ଟେଲିଭିଜନ୍‌ରେ ପ୍ରସାରିତ ଡ୍ୟାନ୍ସ ଭିତ୍ତିକ ରିଆଲିଟି ଶୋ’ ‘ନଚ୍ ବଲିୟେ’କୁ ନିକଟରେ ଅତିଥି ଭାବେ ଆସିଥିଲେ ଗୋବିନ୍ଦା। ସେ ‘ନଚ୍‌ ବଲିୟେ’ ଷ୍ଟେଜ୍‌ରେ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହିତ ଡ୍ୟାନ୍ସ କରିଥିଲେ ଓ ତା’ସହିତ ମସ୍ତୀ ବି କରିଥିଲେ। ଏହି ଅବସରରେ ଗୋବିନ୍ଦା କହିଥିଲେ ଯେ, ରବିନାଙ୍କ ସହ ତାଙ୍କର କୌଣସି ଫିଲ୍ମ ଫ୍ଲପ୍ ହୋଇ ନଥିଲା। ତା’ସହିତ ସେ ‘ଅବତାର’ ନେଇ ଦେଇଥିବା ମନ୍ତବ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ଓ ଏ ନେଇ ଅଧିକ କଥା କହିଥିଲେ। ପୂର୍ବ ମନ୍ତବ୍ୟକୁ ନେଇ ସେ କହିଥିଲେ,‘ଏଥିରେ ଏତେ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ। ମୋତେ ଏ କଥା କହିବାର ଥିଲା। ମୁଁ ମୋ ଢଙ୍ଗରେ ତାହା କହିଲି।’

govindaଗୋବିନ୍ଦା କହିଥିଲେ,‘ଏହା ସତ ଯେ ୪୦୦ ଦିନ ଯାଏ ନିଜ ଶରୀରରେ ରଙ୍ଗ ଲଗାଇ ଶୁଟିଂ କରିବା ସହଜ ନୁହେଁ। ଫିଲ୍ମର ଶୁଟିଂ ପାଖାପାଖି ଅଢ଼େଇ ବର୍ଷ ଯାଏ ରୋକିବାକୁ ପଡ଼ିଥିଲା। କାରଣ ମୋତେ ଯେତିକି ଜଣା, ସେ ସମୟରେ ଫିଲ୍ମର ଷ୍ଟାରକାଷ୍ଟ୍‌ ରୋଗରେ ପଡ଼ିବା ଆରମ୍ଭ କରିଥିଲେ। ତେଣୁ ଏ ଫିଲ୍ମ ନ କରିବା ନେଇ ମୋ ନିଷ୍ପତ୍ତି ଭୁଲ୍ ନଥିଲା।’

https://www.instagram.com/p/Bzp2g69hKyi/?utm_source=ig_web_copy_link

ସେ ଆହୁରି କହିଥିଲେ,‘ସେତେବେଳେ ମୁଁ ଆହୁରି ଅନେକ ଫିଲ୍ମ କରୁଥିଲି। ଯଦି ସେହି ଫିଲ୍ମ (ଅବତାର) ପାଇଁ ମୁଁ ସେଗୁଡ଼ିକୁ ଛାଡ଼ି ଦେଇଥା’ନ୍ତି, ତା’ହେଲେ ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକ କାଙ୍ଗାଳ ହୋଇଯାଇଥା’ନ୍ତେ।’

ଏଥି ସହ ଗୋବିନ୍ଦା ପୁଣିଥରେ କହିଥିଲେ ଯେ ଫିଲ୍ମର ନାଁ ‘ଅବତାର’ ରଖିବାକୁ ସେ ପ୍ରଥମେ ପରାମର୍ଶ ଦେଇଥିଲେ। ପରେ ନିର୍ମାତା ସେଇ ନାଁକୁ ହିଁ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story