କମେଡି ଫିଲ୍ମ ‘ଗ୍ରେଟ୍ ଗ୍ରାଣ୍ଡ ମସ୍ତି’ର ଗୀତଟି ନାଚିବା ପାଇଁ ବାଧ୍ୟ କରିବ

ମୁମ୍ବାଇ: ବଲଉଡର ସୁପରହିଟ୍ କମେଡି ଫିଲ୍ମ ‘ଗ୍ରାଣ୍ଡ ମସ୍ତି’ ସିରିଜର ତୃତୀୟ ଫିଲ୍ମ ‘ଗ୍ରେଟ୍ ଗ୍ରାଣ୍ଡ ମସ୍ତି’ର ଟ୍ରେଲର ଚର୍ଚ୍ଚାରେ ଥିବା ବେଳେ ଫଲ୍ମର ପ୍ରଥମ ଗୀତ ରିଲିଜ୍ ହେ।ଇଛି।

‘ତେରି କମର ପେ ମେରି ନଜର….’ର ଏହି ଗୀତ ବହୁତ ଭଲ ହୋଇଛି। ହାଇ ବିଟସ୍ ଉପରେ ତିଆରି ଏହି ଗୀତରେ ରିତେଶ ଦେଶମୁଖ, ଆଫତାବ ଶିବଦାସାନୀ ଏବଂ ବିବେକ ୱେବରାୟ ବେଶ୍ ମସ୍ତି କରିଛନ୍ତି। ଗୀତଟିର ହିପ୍ ହପ୍ ମ୍ୟୁଜିକ ବେଶ ଆକର୍ଷଣୀୟ ହୋଇଛି।