ଆତ୍ମହତ୍ୟା ଧମକ ଦେଲେ ଫ୍ୟାନ୍‌: ଚିନ୍ତାରେ ଏହି କଳାକାର

ମୁମ୍ବାଇ: ଅନେକ ସମୟରେ ସିନେ ଷ୍ଟାରଙ୍କ ଫ୍ୟାନ୍‌ଙ୍କ ପାଗଳାମି ଦେଖିବାକୁ ମିଳିଥାଏ। କିଏ କେତେବେଳେ ନିଜ ପସନ୍ଦର ଷ୍ଟାରଙ୍କୁ ଦାମୀ ଗିଫ୍ଟ ପଠେଇଲାଣି ତ, କିଏ କାହାକୁ ବାହା ହେବାକୁ ଓ କିଏ କାହା ପାଇଁ ସୁଇସାଇଡ୍‌ କରିବାର ଧମକ ଦେଲାଣି। ନିକଟରେ ବଲିଉଡ୍‌ ଅଭିନେତା ବରୁଣ ଧୱନଙ୍କୁ ଏମିତି ଏକ ପାଗଳାମିର ଶିକାର ହେବାକୁ ପଡ଼ିଥିଲା। ଏବେ ପାଳି ପଡ଼ିଛି ବଲିଉଡ୍‌ ଓ ଟିଭି ଅଭିନେତା ଗୁର୍‌ମିତ୍‌  ଚୌଧୁରୀଙ୍କର। ଗୁର୍‌ମିତ୍‌ଙ୍କ ଫ୍ୟାନ୍‌ ନିଜ ପାଗଳାମି ସାବ୍ୟସ୍ତ […]

Gurmeet-Choudhary

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 11:02 AM IST

ମୁମ୍ବାଇ: ଅନେକ ସମୟରେ ସିନେ ଷ୍ଟାରଙ୍କ ଫ୍ୟାନ୍‌ଙ୍କ ପାଗଳାମି ଦେଖିବାକୁ ମିଳିଥାଏ। କିଏ କେତେବେଳେ ନିଜ ପସନ୍ଦର ଷ୍ଟାରଙ୍କୁ ଦାମୀ ଗିଫ୍ଟ ପଠେଇଲାଣି ତ, କିଏ କାହାକୁ ବାହା ହେବାକୁ ଓ କିଏ କାହା ପାଇଁ ସୁଇସାଇଡ୍‌ କରିବାର ଧମକ ଦେଲାଣି। ନିକଟରେ ବଲିଉଡ୍‌ ଅଭିନେତା ବରୁଣ ଧୱନଙ୍କୁ ଏମିତି ଏକ ପାଗଳାମିର ଶିକାର ହେବାକୁ ପଡ଼ିଥିଲା। ଏବେ ପାଳି ପଡ଼ିଛି ବଲିଉଡ୍‌ ଓ ଟିଭି ଅଭିନେତା ଗୁର୍‌ମିତ୍‌  ଚୌଧୁରୀଙ୍କର।

ଗୁର୍‌ମିତ୍‌ଙ୍କ ଫ୍ୟାନ୍‌ ନିଜ ପାଗଳାମି ସାବ୍ୟସ୍ତ କରିବା ପାଇଁ ସୁଇସାଇଡ୍‌ କରିବାର ଧମକ ଦେଇଛନ୍ତି। ଗୁର୍‌ମିତ୍‌ ନିଜେ ଏହି କଥା ଟ୍ୱିଟ୍‌ ମାଧ୍ୟମରେ ପୋଲିସକୁ ଜଣାଇଥିଲେ। ଏହି ଟ୍ୱିଟ୍‌ରେ ମୁମ୍ବାଇ ପୋଲିସ୍‌ ରିପ୍ଲାଏ ଦେଇ ତାଙ୍କୁ ତୁରନ୍ତ ସାହାଯ୍ୟ କରିଥିଲେ।

ଗୁର୍‌ମିତ୍ ନିଜ ଟ୍ୱିଟ୍‌ରେ ଲେଖିଥିଲେ -‘‘ମୋ ଫ୍ୟାନ୍‌ କଲ ଓ ମେସେଜ୍‌ କରି ମୋ ଭଲମନ୍ଦ ବିଷୟରେ ପଚାରିଥିଲେ। ତା’ପରେ ମୋ ପାଇଁ ସୁଇସାଇଡ୍‌ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏମିତି ନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ମୁଁ ଆପଣ ସମସ୍ତଙ୍କୁ ଖୁବ୍‌ ଭଲପାଏ। ଏମିତି ବ୍ୟବହାର କିମ୍ବା ଡ୍ରାମା କ୍ରିଏଟ୍‌ କରିବାର କୌଣସି ଆବଶ୍ୟକତା ନାହିଁ।’’

ଗୁର୍‌ମିତ୍‌ ନିଜ ଟ୍ୱିଟ୍‌ରେ ସେହି ବ୍ୟକ୍ତିଙ୍କର ଫଟୋ ସହ ତାଙ୍କର କିଛି ମେସେଜ ମଧ୍ୟ ସେୟାର କରିଥିଲେ। ମେସେଜ୍‌ରେ ସେହି ବ୍ୟକ୍ତି ଜଣକ ଲେଖିଥିଲେ କି ‘ଯେତେବେଳେ ମୁଁ ଲାଇଭ୍‌  ସୁଇସାଇଡ୍‌ କରିବି, ସେତେବେଳେ ତାଙ୍କୁ (ଗୁର୍‌ମିତ୍‌)ଙ୍କୁ ଜଣାପଡ଼ିବ। ମୁଁ ତାଙ୍କ ନାଁ ଖରାପ ହେବାକୁ ଦେବି ନାହିଁ। ମୁଁ ଏ କଥା ୩ ମାସରୁ କହିବାକୁ ଚେଷ୍ଟା କରୁଛି।’

ଗୁର୍‌ମିତ୍‌ଙ୍କ ଏହି ଟ୍ୱିଟ୍‌ରେ ମୁମ୍ବାଇ ପୋଲିସ୍‌ ରିପ୍ଲାଏ ଦେଇ କହିଥିଲେ, – ‘ଆମେ ଆପଣଙ୍କ କେସ୍‌ ଦେଖିଲୁ। ଦୟାକରି ଆପଣ ନିଜ ନମ୍ବର ଆମକୁ ମେସେଜ କରନ୍ତୁ। ଏଥିରୁ ଆମେ ଆପଣଙ୍କୁ ସାହାଯ୍ୟ କରି ପାରିବୁ।’ ଟ୍ୱିଟ୍‌ରେ ମୁମ୍ବାଇ ପୋଲିସ୍‌ ଗୁର୍‌ମିତ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଗକୁ ଗୁର୍‌ମିତ୍‌ ଜେପି ଦତ୍ତାଙ୍କ ଫିଲ୍ମ ‘ପଲଟନ୍‌’ରେ ନଜର ଆସିବେ। ଫିଲ୍ମରେ ଗୁର୍‌ମିତ୍‌ ସୈନିକ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୭କୁ ରିଲଜ୍‌ ହେବାରେ ଅଛି।

Related story