ହଂସିକାଙ୍କର ପଡ଼ିଲା ହାତଗଣ୍ଠି, ସୋହେଲଙ୍କୁ କଲେ ଜୀବନସାଥୀ

ମୁମ୍ବାଇ: ସାଉଥ ସୁନ୍ଦରୀ ତଥା ଚୁଲବୁଲି ଅଭିନେତ୍ରୀ ହଂସିକା ମୋଟୱାନିଙ୍କ ପଡିଲା ହାତଗଣ୍ଠି। ଦୀର୍ଘ ଦିନର ବିଜନେସ୍‌ମ୍ୟାନ୍ ବୟଫ୍ରେଣ୍ଡ ସୋହେଲ କଥୁରିଆଙ୍କୁ ନିଜ ଜୀବନସାଥୀ କରିଛନ୍ତି ହଂସିକା। ରାଜସ୍ଥାନ ଜୟପୁରର ମୁଣ୍ଡୋଟ୍ଟା ପ୍ୟାଲେସରେ ଆୟୋଜିତ ଏକ ଗ୍ରାଣ୍ଡ ସେରିମନିରେ ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇ ପତିପତ୍ନୀ ପାଲଟି ଯାଇଛନ୍ତି। ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସମତେ ଟଲିଉଡର ବହୁ ଜଣାଶୁଣା ଚେହେରା ସାମିଲ ହୋଇଥିଲେ। ନିଜ ବିବାହ ଉତ୍ସବରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ହଂସିକା […]

hansika

hansika

Niharika Rout
  • Published: Monday, 05 December 2022
  • Updated: 05 December 2022, 12:32 PM IST

Sports

Latest News

ମୁମ୍ବାଇ: ସାଉଥ ସୁନ୍ଦରୀ ତଥା ଚୁଲବୁଲି ଅଭିନେତ୍ରୀ ହଂସିକା ମୋଟୱାନିଙ୍କ ପଡିଲା ହାତଗଣ୍ଠି। ଦୀର୍ଘ ଦିନର ବିଜନେସ୍‌ମ୍ୟାନ୍ ବୟଫ୍ରେଣ୍ଡ ସୋହେଲ କଥୁରିଆଙ୍କୁ ନିଜ ଜୀବନସାଥୀ କରିଛନ୍ତି ହଂସିକା। ରାଜସ୍ଥାନ ଜୟପୁରର ମୁଣ୍ଡୋଟ୍ଟା ପ୍ୟାଲେସରେ ଆୟୋଜିତ ଏକ ଗ୍ରାଣ୍ଡ ସେରିମନିରେ ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇ ପତିପତ୍ନୀ ପାଲଟି ଯାଇଛନ୍ତି। ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସମତେ ଟଲିଉଡର ବହୁ ଜଣାଶୁଣା ଚେହେରା ସାମିଲ ହୋଇଥିଲେ।

ନିଜ ବିବାହ ଉତ୍ସବରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ହଂସିକା । ନିଜ ଭାଇମାନଙ୍କ ଗହଣରେ ଫୁଲର ଚାଦର ତଳେ କନିଆ ବେଶରେ ମଣ୍ଡପରେ ଏଣ୍ଟ୍ରି କରିଥିଲେ ହଂସିକା।  ନିଜର ଏହି ଖାସ ଦିନ ପାଇଁ ହଂସିକା ଏକ ସୁନ୍ଦର ପାରମ୍ପରିକ ଲାଲ୍ ଲେହେଙ୍ଗା ପିନ୍ଧିଥିଲେ । ଏହାକୁ ସହ ହେଭି ଜୁଏଲାରୀ ଓ ଲାଲ୍ 'ଚୁରା' ମ୍ୟାଚ କରିଥିଲେ। ନିଜର ଏହି ଖାସ୍‌ ଦିନରେ କୌଣସି ପରୀଠୁ କମ୍‌ ଲାଗୁ ନ ଥିଲେ ହଂସିକା। ସେହିପରି ଏକ ଗୋଲଡେନ କଲରର ହେଭି ଏମ୍ବ୍ରୋଡୋରୀ ୱାର୍କ ଥିବା ସେରୱାନୀରେ ଖୁବ୍‌ ହ୍ୟାଣ୍ଡସମ୍‌ ଲାଗୁଥିଲେ ସୋହେଲ।

ନିଜ ପରିବାର ସଦସ୍ୟଙ୍କ ଗହଣରେ ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ। ଏହି ସମୟରେ ଚାରିପଟୁ ଭଳିକି ଭଳି ଆତସବାଜି ହୋଇଥିବା ବେଳେ ଚତୁଃଦିଗ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠିଥିଲା। ଏହାପରେ ପରସ୍ପରର ହାତ ଧରି ଉଭୟ ପତିପତ୍ନୀ ଭାବେ ଅତିଥିଙ୍କ ଗହଣରେ ଚାଲିଥିଲେ।

ଉଭୟଙ୍କ ବିବାହ ବେଳର ଫଟୋ ଏବେ ସୋଶାଲ ମିଡିଅରେ ଭାଇରାଲ ହେଉଥିବା ବେଳେ ଏହା ପୂର୍ବରୁ ମେହେନ୍ଦୀ ଓ ହଲଦି ସେରିମୋନି ଫଟୋ ବି ଶେଆର କରି ସାରିଛନ୍ତି ହଂସିକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos